R

r

ଆଜି ନିର୍ବାଚନ କମିଶନ ପାଖରେ ହାଜର ହୋଇ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେପି । ବିରୋଧୀ ଦଳ ନେତା ହେଇ କିପରି ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ଏମିତି ମନ୍ତବ୍ୟ ଦେଇ ପାରିଲେ ତାକୁ ନେଇ ଆପତ୍ତି ଉଠାଇଛି ଦଳ।

author-image

RAHUL-GANDHI

RAHUL-GANDHI Photograph: (OTV)

ରାହୁଲ ଗାନ୍ଧିଙ୍କ ବଢ଼ିଲା ଅଡ଼ୁଆ। ପୁଣି ଥରେ ବିବାଦରେ ଛନ୍ଦି ହେଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି।ଗତକାଲି ବିହାର ମୁଜାଫରପୁରରେ ନିର୍ବାଚନ ପ୍ରଚାର ବେଳେ ମୋଦି-ଡ୍ୟାନ୍ସ ମନ୍ତବ୍ୟକୁ ନେଇ ଖପ୍ପା ବିଜେପି।

ଆଜି ନିର୍ବାଚନ କମିଶନ ପାଖରେ ହାଜର ହୋଇ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେପି । ବିରୋଧୀ ଦଳ ନେତା ହେଇ କିପରି ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ଏମିତି ମନ୍ତବ୍ୟ ଦେଇ ପାରିଲେ ତାକୁ ନେଇ ଆପତ୍ତି ଉଠାଇଛି ଦଳ। ଅତି ନିମ୍ନସ୍ତରକୁ ଯାଇ ବ୍ୟକ୍ତିଗତ ଭାବେ ଆରୋପ ରାହୁଲ ଲଗାଇଥିବା ବିଜେପି ଅଭିଯୋଗ କରିଛି।

ବିହାର ନିର୍ବାଚନ ପାଇଁ ପ୍ରଚାର ମଇଦାନ ସରଗରମ ରହିଛି। ଗତକାଲି ପ୍ରଚାର ବେଳେ ମୁଜଫରପୁରରେ ରାହୁଲ ଗାନ୍ଧି କହିଥିଲେ କି, ଭୋଟ୍ ପାଇଁ ମୋଦି ଷ୍ଟେଜରେ ନାଚି ବି ପାରନ୍ତି। ଏହି ମନ୍ତବ୍ୟକୁ ନେଇ ଏବେ ବିବାଦ ତେଜିଛି।

ପୁଣି ରାହୁଲ, ପୁଣି ବିବାଦ
ରାହୁଲ ଗାନ୍ଧିଙ୍କ ବଢ଼ିଲା ଅଡ଼ୁଆ
ପୁଣି ବିବାଦରେ ଛନ୍ଦି ହେଲେ ବିରୋଧୀ ଦଳ ନେତା
ବିହାର ନିର୍ବାଚନ କମିଶନରେ ଅଭିଯୋଗ କଲା ବିଜେପି 
‘ମୋଦି-ଡ୍ୟାନ୍ସ’ ମନ୍ତବ୍ୟକୁ ନେଇ ବିବାଦ 
ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅଶୋଭନୀୟ ମନ୍ତବ୍ୟ ଅଭିଯୋଗ 
ବିହାର ମୁଜାଫରପୁରରେ ନିର୍ବାଚନ ପ୍ରଚାର ବେଳେ ମନ୍ତବ୍ୟ ରଖିଥିଲେ ରାହୁଲ 

Scroll to Top