man ki baat: ଯୁଦ୍ଧ ସମୟରେ ୧୦ ଲକ୍ଷ ଭାରତୀୟଙ୍କୁ ସହଯୋଗ କରିବାରୁ ଗଲ୍ଫ ଦେଶଗୁଡିକୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କହିଲେ ମୁଁ ଗଲ୍ଫ ଦେଶଗୁଡିକ ପାଖରେ କୃତଜ୍ଞ।
Published By: abinash – Prameya-News7 Bureau | March 29, 2026 10:08 PM
NEWS7

PM Modi thanked Gulf Nations: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ତାଙ୍କର ୧୩୨ ତମ ମନ କି ବାତ୍ କାର୍ଯ୍ୟକ୍ରମରେ ପଶ୍ଚିମ ଏସିଆର ଯୁଦ୍ଧ ବିଷୟରେ ଆଲୋଚନା କରି ଉପସାଗରୀୟ ଦେଶଗୁଡ଼ିକୁ ଧନ୍ୟବାଦ ଦେଇଛନ୍ତି। ଯୁଦ୍ଧ ସମୟରେ ଏହି ଦେଶଗୁଡ଼ିକରେ ଥିବା ଭାରତୀୟଙ୍କୁ ପୂରା ସୁରକ୍ଷା ଓ ସବୁ ସୁବିଧା ମିଳୁଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ଗଲ୍ପ ଦେଶମାନଙ୍କୁ ପ୍ରଶଂସା କରିବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି।
ଏନେଇ ପ୍ରଧାନମନ୍ତ୍ରୀ କହିଛନ୍ତି “ବର୍ତ୍ତମାନ ସମୟରେ ଗତ ମାସେ ଧରି ଏକ ଗମ୍ଭୀର ସଂଘର୍ଷ ଜାରି ରହିଛି। ସେଠାରେ ରହୁଥିବା ପ୍ରାୟ ୧୦ ମିଲିଅନ ଭାରତୀୟଙ୍କୁ ସମସ୍ତ ଆବଶ୍ୟକୀୟ ସମର୍ଥନ ଏବଂ ସୁବିଧା ଯୋଗାଇ ଦେବା ପାଇଁ ମୁଁ ଗଲ୍ଫ ଦେଶମାନଙ୍କ ପ୍ରତି ଗଭୀର କୃତଜ୍ଞ।” ଏଥିସହିତ ଏଭଳି ସଂକଟ ସମୟରେ ଗୁଜବ ଉପରେ ଭରସା ନ କରି ଏକଜୁଟ ହୋଇ ରହିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି।
Also read- West Asia War Impact on Economic: ମାନିଲେ ସରକାର, ଯୁଦ୍ଧ ଯୋଗୁ ଦୁର୍ବଳ ହୋଇଛି ଅର୍ଥନୀତି, ବଢ଼ିପାରେ ଦରଦାମ




