PM Modi:ଦୀପାବଳିରେ ଦେଶବାସୀଙ୍କୁ ‍‍‍‍‍ମିଳିବ ବଡ଼ ଉପହାର, ଲାଲକିଲ୍ଲାରୁ ବଡ଼ ଘୋଷଣା

pm-modi:ଦୀପାବଳିରେ-ଦେଶବାସୀଙ୍କୁ-‍‍‍‍‍ମିଳିବ-ବଡ଼-ଉପହାର,-ଲାଲକିଲ୍ଲାରୁ-ବଡ଼-ଘୋଷଣା

GSTରେ ସଂସ୍କାର ଆଣିବୁ କହିଲେ ପ୍ରଧାନମନ୍ତ୍ରୀ ମୋଦି । ଗତ ୮ ବର୍ଷ ମଧ୍ୟରେ ଆମେ GSTରେ ଏକ ବଡ଼ ସଂସ୍କାର କରିଛୁ । ଆମେ ସାରା ଦେଶରେ ଟିକସ ବୋଝ ହ୍ରାସ କରିଛୁ ।

Manasranjan Mohanty

  • Published: Friday, 15 August 2025
  • Last updated: 15 August 2025, 10:08 AM IST

gstCredit: OTV

gst

ଏଥିର ଦୀପାବଳିରେ ଦେଶବାସୀଙ୍କୁ ‍‍‍‍‍ମିଳିବ ବଡ଼ ଉପହାର । ପ୍ରଧାନମନ୍ତ୍ରୀ ମୋଦୀ ଆଜି ଲାଲକିଲ୍ଲାରୁ ଏକ ବଡ଼ ଘୋଷଣା କରିଛନ୍ତି । ଦୀପାବଳିରେ ଦେଶବାସୀଙ୍କୁ ଏକ ବଡ଼ ଉପହାର ଦେବା ନେଇ ଘୋଷଣା କହିଛନ୍ତି ।

GSTରେ ସଂସ୍କାର ଆଣିବୁ କହିଲେ ପ୍ରଧାନମନ୍ତ୍ରୀ ମୋଦି । ଗତ ୮ ବର୍ଷ ମଧ୍ୟରେ ଆମେ GSTରେ ଏକ ବଡ଼ ସଂସ୍କାର କରିଛୁ । ଆମେ ସାରା ଦେଶରେ ଟିକସ ବୋଝ ହ୍ରାସ କରିଛୁ । ଏଥର ଲୋକମାନେ ଦୁଇଗୁଣ ଦୀପାବଳି ଉପହାର ପାଇବେ

ଆଉ ଏବେ ପୁଣି ଟିକସ କମାଇବା ଉପରେ ଚିନ୍ତା କରୁଛୁ । ଏହା ସାରା ଦେଶରେ ଟିକସ ବୋଝ କମ୍‌ କରିବ `  ଏନେଇ ଏକ ଉଚ୍ଚ କ୍ଷମତାସମ୍ପନ୍ନ ସମୀକ୍ଷା କମିଟି ଗଠନ କରି ସମୀକ୍ଷା ଆରମ୍ଭ କରିଛୁ । ଆମେ ରାଜ୍ୟଗୁଡ଼ିକ ସହିତ ମଧ୍ୟ ପରାମର୍ଶ କରିଛୁ । ଆମେ ପରବର୍ତ୍ତୀ ପିଢ଼ିର GST ସଂସ୍କାର ଆଣୁଛୁ ।

Also Read

#WATCH | Delhi: Prime Minister Narendra Modi says, “This Diwali, I am going to make it a double Diwali for you… Over the past eight years, we have undertaken a major reform in GST… We are bringing next-generation GST reforms. This will reduce the tax burden across the… pic.twitter.com/2hAPP0CFtH

— ANI (@ANI) August 15, 2025

ଏହା ସହ ଅନୁପ୍ରବେଶକାରୀଙ୍କୁ ନେଇ ଚିନ୍ତା ପ୍ରକଟ କଲେ ପ୍ରଧାନମନ୍ତ୍ରୀ । ସୀମାବର୍ତ୍ତୀ ଅଞ୍ଚଳରେ ଡେମୋଗ୍ରାଫି ବଦଳୁଛି । ଡେମୋଗ୍ରାଫି ବଦଳାଇବା ପାଇଁ ଷଡଯନ୍ତ୍ର ଚାଲିଛି । ଅନୁପ୍ରବେଶକାରୀ ମାନେ ଆମ ଯୁବକ ଯୁବତୀଙ୍କୁ ଭ୍ରମିତ କରୁଛନ୍ତି । ଅନୁପ୍ରବେଶ ରୋକିବା ପାଇଁ ବଡ଼ ପଦକ୍ଷେପ ନେବାକୁ ଯାଉଛୁ । ହାଇ ପାୱାର ଡେମୋଗ୍ରାଫି ମିଶନ ଆରମ୍ଭ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଓଟିଭି ହ୍ଵାଟ୍ସଅପ

Scroll to Top