Pakistan: ଜାପାନ ଏୟାରପୋର୍ଟରେ ଫେକ୍ ଫୁଟବଲ ଟିମ, ଧରାପଡ଼ିଗଲା ପାକିସ୍ତାନର ନାଟକ

pakistan:-ଜାପାନ-ଏୟାରପୋର୍ଟରେ-ଫେକ୍-ଫୁଟବଲ-ଟିମ,-ଧରାପଡ଼ିଗଲା-ପାକିସ୍ତାନର-ନାଟକ

ଫେକ ଫୁଟବଲ ଟିମ ଜାପାନ ପହଞ୍ଚିବା ପରେ ବିଦେଶ ମନ୍ତ୍ରଣାଳୟରୁ ପ୍ରାପ୍ତ NOC ମଧ୍ୟ ଦେଖାଇଥିଲା । ଏହି ଦସ୍ତାବିଜଗୁଡ଼ିକର ବ୍ୟବହାର କରି ଟିମ ସିଆଲକୋଟ ବିମାନବନ୍ଦରରୁ ଜାପାନ ପାଇଁ ଯାତ୍ରା କରିଥିଲା। ବକାସ ବିଦେଶ ପଠାଯାଇଥିବା ଲୋକମାନଙ୍କୁ ଖେଳାଳି ପରି ଆଚରଣ କରିବା ପାଇଁ ତାଲିମ ମଧ୍ୟ ଦେଇଥିଲା।

ପାକିସ୍ତାନରେ ଏବେ ବେଆଇନ ଭାବେ ଲୋକଙ୍କୁ ବିଦେଶ ପଠାଇବାର ବ୍ୟବସାୟ ବଢ଼ିବାରେ ଲାଗିଛି । ଲୋକଙ୍କୁ ଚୋରା ବାଟରେ ଅନ୍ୟ ଦେଶକୁ ପଠାଇବା କଥା ତ ଶୁଣିଥିବେ । କିନ୍ତୁ ପାକିସ୍ତାନର ଜଣେ ବ୍ୟକ୍ତି ଫେକ ଫୁଟବଲ ଟିମ କରି ଜାପାନ ପଠାଇବା ଘଟଣା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଛି ।

ବେଆଇନ ଭାବେ ଲୋକଙ୍କୁ ବିଦେଶ ପଠାଇବା ପାଇଁ ପାକିସ୍ତାନର ଜଣେ ଚତୁର ବ୍ୟକ୍ତିର ଯୋଜନା ଏବେ ଚର୍ଚ୍ଚାରେ ରହିଛି । ଯୋଜନା ବି ଏତେ ସାଂଘାତିକ ତାକୁ ଧରିବା ଅନ୍ୟ ଦେଶ ପାଇଁ ମୁସ୍କିଲ ହୋଇପଡ଼ିବ ।

ଏହି ଚତୁର ବ୍ୟକ୍ତି ପାକିସ୍ତାନର ୨୨ ଜଣ ଲୋକଙ୍କୁ ବେଆଇନ ଭାବେ ବିଦେଶ ପଠାଇବା ପାଇଁ ସମସ୍ତଙ୍କୁ ଫୁଟବଲ ଟିମର ଖେଳାଳି ବନାଇ ଦେଇଥିଲା । ତା’ପରେ ୨୨ ଜଣଙ୍କ ଏକ ଦଳକୁ ଫୁଟବଲ ଟିମ କହି ଜାପାନ ପଠାଇ ଦେଇଥିଲା। କିନ୍ତୁ ଜାପାନର ବିମାନବନ୍ଦରରେ ଏହି ଲୋକମାନଙ୍କର ପୋଲ୍ ଖୋଲି ଯାଇଥିଲା। ଫଳରେ ଏହି ପୁରା ମାମଲା ସାମ୍ନାକୁ ଆସିଥିଲା।

Also Read

ଏହି ପୁରା ଘଟଣା ପଛରେ ମାନବ ଚାଲାଣର ଏକ ବଡ଼ ରାକେଟ ଥିବା କୁହାଯାଉଛି। ସୂଚନା ଅନୁଯାୟୀ, ଜାପାନୀ ଇମିଗ୍ରେସନ ଅଧିକାରୀମାନେ ଏହି ମାମଲାର ପର୍ଦ୍ଦାଫାଶ କରିବା ପରେ ସେମାନଙ୍କୁ ପାକିସ୍ତାନକୁ ଫେରାଇ ଦିଆଯାଇଥିଲା । ଏହାପରେ ପାକିସ୍ତାନର ଫେଡେରାଲ ଇନଭେଷ୍ଟିଗେସନ ଏଜେନ୍ସି (FIA) ସେମାନଙ୍କୁ ଗିରଫ କରିଛି ।

ପାକିସ୍ତାନର ତଦନ୍ତ ଏଜେନ୍ସି FIA ଏହାକୁ ମାନବ ଚାଲାଣର ଏକ ବଡ଼ ମାମଲା ବୋଲି କହିଛି। ତଦନ୍ତରୁ ଜଣାପଡିଛି ଯେ ଏହି ଟିମକୁ ପାକିସ୍ତାନର ସିଆଲକୋଟର ପସରୁର ନିବାସୀ ମଲିକ ବକାସ ଜାପାନ ପଠାଇଥିଲା । ବକାସ ଲୋକଙ୍କୁ ଜାପାନ ପଠାଇବା ପାଇଁ ଗୋଲ୍ଡେନ ଫୁଟବଲ ଟ୍ରାୟଲ ନାମକ ଏକ ନକଲି କ୍ଲବ ତିଆରି କରିଥିଲା । ଯାହାକି ପାକିସ୍ତାନ ଫୁଟବଲ ଫେଡେରେସନ ସହ ଜଡ଼ିତ ବୋଲି ମଧ୍ୟ ଡକ୍ୟୁମେଣ୍ଟର ଦର୍ଶାଯାଇଥିଲା ।

ଫେକ ଫୁଟବଲ ଟିମ ଜାପାନ ପହଞ୍ଚିବା ପରେ ବିଦେଶ ମନ୍ତ୍ରଣାଳୟରୁ ପ୍ରାପ୍ତ NOC ମଧ୍ୟ ଦେଖାଇଥିଲା । ଏହି ଦସ୍ତାବିଜଗୁଡ଼ିକର ବ୍ୟବହାର କରି ଟିମ ସିଆଲକୋଟ ବିମାନବନ୍ଦରରୁ ଜାପାନ ପାଇଁ ଯାତ୍ରା କରିଥିଲା। ବକାସ ବିଦେଶ ପଠାଯାଇଥିବା ଲୋକମାନଙ୍କୁ ଖେଳାଳି ପରି ଆଚରଣ କରିବା ପାଇଁ ତାଲିମ ମଧ୍ୟ ଦେଇଥିଲା। ସେ ଜାପାନ ଯାତ୍ରା ପାଇଁ ପ୍ରତ୍ୟେକ ସଦସ୍ୟଙ୍କଠାରୁ ୪୦ ଲକ୍ଷ ପାକିସ୍ତାନୀ ରୁପି ନିଆଯାଇଥିଲା ।

ପାକିସ୍ତାନ ମିଡ଼ିଆ ଅନୁଯାୟୀ, ଗୁଜରାଂୱାଲା ସ୍ଥିତ FIA ର କମ୍ପୋଜିଟ ସର୍କଲ ସେପ୍ଟେମ୍ବର ୧୫ ତାରିଖରେ ବକାସକୁ ଗିରଫ କରି ତାଙ୍କ ନାମରେ ଅନେକ ମାମଲା ରୁଜୁ କରିଛି। ତାଙ୍କୁ ଗିରଫ ପରେ ଏହା ମଧ୍ୟ ଜଣାପଡ଼ିଛି ଯେ ବକାସ ଏହା ପୂର୍ବରୁ ଜାନୁଆରୀ ୨୦୨୪ ରେ ମଧ୍ୟ ୧୭ ଜଣଙ୍କୁ ଜାପାନ ପଠାଇଥିଲେ, ଯେଉଁମାନେ ଜାପାନୀ କ୍ଲବ ବୋଭିଷ୍ଟା ଏଫସିରୁ ଏକ ନକଲି ନିମନ୍ତ୍ରଣ ମାଧ୍ୟମରେ ୧୫ ଦିନିଆ ଭିସା ପାଇଥିଲେ। ଏପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରୁ କେହି ପାକିସ୍ତାନ ଫେରିନାହାନ୍ତି ।

Scroll to Top