ସଢ଼େଇ ଖେଳ ହେଲା କାଳ। ଲୁଣ ଭାବି ଥିମେଟ୍ ଖାଇଦେଲେ ତିନି ଶିଶୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୀଳଗିରି ବ୍ଲକ ମହିଷାପଟ୍ଟା ପଞ୍ଚାୟତ ଶାଳବଣୀ ଗ୍ରାମରେ । ସଢ଼େଇ ଖେଳ ଖେଳୁଥିବା ସମୟରେ ଅଜାଣତରେ ଥିମେଟ୍ ଖାଇ ୩ ଜଣ ଶିଶୁ ଗୁରୁତର ହୋଇଛନ୍ତି।
/odishatv-khabar/media/media_files/2025/11/21/insecticide-2025-11-21-10-08-33.jpg)
Insecticide Photograph: (OTV)
ସଢ଼େଇ ଖେଳ ହେଲା କାଳ। ଲୁଣ ଭାବି ଥିମେଟ୍ ଖାଇଦେଲେ ତିନି ଶିଶୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୀଳଗିରି ବ୍ଲକ ମହିଷାପଟ୍ଟା ପଞ୍ଚାୟତ ଶାଳବଣୀ ଗ୍ରାମରେ । ସଢ଼େଇ ଖେଳ ଖେଳୁଥିବା ସମୟରେ ଅଜାଣତରେ ଥିମେଟ୍ ଖାଇ ୩ ଜଣ ଶିଶୁ ଗୁରୁତର ହୋଇଛନ୍ତି।
ସୂଚନା ଅନୁସାରେ ଉକ୍ତ ଗ୍ରାମର ବାବୁଲା ସିଂଙ୍କ ପୁଅ ଯୁବରାଜ ସିଂ ,ଅକ୍ଷୟ ସିଂଙ୍କ ଝିଅ ଇନ୍ଦୁରେଖା ସିଂ, ରମେଶ ସିଂଙ୍କ ପୁଅ ଘନଶ୍ୟାମ ସିଂ ଗତକାଲି ଅପରାହ୍ନ ସମୟରେ ସାଙ୍ଗ ହୋଇ ବୋହୁବୋହୂକା ସଢ଼େଇ ଖେଳ ଖେଳୁଥିଲେ। ଏବଂ ଛୋଟ ଛୋଟ ସଢେଇରେ ମାଟି ରଖି ଭାତ ଡାଲି ଓ ବିଭିନ୍ନ ତରକାରୀ ମାନ ପ୍ରସ୍ତୁତ କରିଥିଲେ।
ହେଲେ ଘରେ ଥିବା ଥିମେଟକୁ ଲୁଣ ଭାବି ଆଣିବା ସହ ଘରୁ ପିଆଜ ଆଣି ଉକ୍ତ ଥିମେଟରେ ଗୋଳେଇ ଖାଇଥିଲେ। ଘର ଲୋକ ସଂଧ୍ୟାରେ ଶିଶୁ ମାନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାର ଦେଖି ରାତିରେ ସେମାନଙ୍କୁ ପ୍ରଥମେ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ ଓ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ରେମୁଣା ମେଡିକାଲରେ ଭର୍ତ୍ତି କରିଛନ୍ତି । ଜଣେ ଶିଶୁଙ୍କୁ କଟକ ବଡ଼ ମେଡିକାଲକୁ ରେଫର୍ କରାଯାଇଛି ।