P

p

ଆଜି ଚାଷୀଙ୍କ ଆକାଉଣ୍ଟକୁ ଆସିବ ପିଏମ୍ କିଷାନ ଟଙ୍କା। ପିଏମ୍ କିଷାନ ଯୋଜନାର ୨୧ତମ କିସ୍ତି ପାଇବେ ଚାଷୀ । ତାମିଲନାଡୁରୁ ଡିବିଟି ମାଧ୍ୟମରେ ଟଙ୍କା ପଠାଇବେ ପିଏମ୍।

author-image

PM_KISHAN

PM_KISHAN Photograph: (OTV)

ଆଜି ଚାଷୀଙ୍କ ଆକାଉଣ୍ଟକୁ ଆସିବ ପିଏମ୍ କିଷାନ ଟଙ୍କା। ପିଏମ୍ କିଷାନ ଯୋଜନାର ୨୧ତମ କିସ୍ତି ପାଇବେ ଚାଷୀ। ତାମିଲନାଡୁରୁ ଡିବିଟି ମାଧ୍ୟମରେ ଟଙ୍କା ପଠାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥର ଉପକୃତ ହେବେ ୯ କୋଟିରୁ ଊର୍ଦ୍ଧ୍ୱ କୃଷକ। ପ୍ରତି କୃଷକଙ୍କ ବ୍ୟାଙ୍କ ଖାତାରେ ୨୦୦୦ ଟଙ୍କା ଲେଖାଏଁ ଜମା ହେବ।

୧୮ ହଜାର କୋଟିରୁ ଅଧିକ ଟଙ୍କା ଚାଷୀଙ୍କ ବ୍ୟାଙ୍କ ଖାତାକୁ ହସ୍ତାନ୍ତର କରାଯିବ। ପିଏମ୍ -କିଷାନ ଯୋଜନାରେ ପ୍ରତି କୃଷକଙ୍କୁ ବାର୍ଷିକ ୬୦୦୦ ଟଙ୍କା ତିନିଟି କିସ୍ତିରେ ପ୍ରଦାନ କରାଯାଉଛି। ୨୦୧୯ ଫେବୃଆରୀ ୨୪ରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା ୩.୭୦ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଇସାରିଲାଣି।

ଏହାସହ ତାମିଲନାଡୁର କୋଏମ୍ବାଟୁରରେ ଦକ୍ଷିଣ ଭାରତ ପ୍ରାକୃତିକ କୃଷି ସମ୍ମିଳନୀକୁ ଉଦ୍ଘାିଟନ କରିବେ ପିଏମ୍ । ୩ ଦିନିଆ ସମ୍ମିଳନୀରେ ପ୍ରାକୃତିକ କୃଷି ପ୍ରତି ଅଧିକରୁ ଅଧିକ ଆଗ୍ରହ ପ୍ରକାଶ କରିବା ନେଇ ଆଲୋଚନା ହେବ।

•    ଆଜି ଚାଷୀଙ୍କ ଆକାଉଣ୍ଟକୁ ଆସିବ ପିଏମ୍ କିଷାନ ଟଙ୍କା 
•    ପିଏମ୍ କିଷାନ ଯୋଜନାର ୨୧ତମ କିସ୍ତି ପାଇବେ ଚାଷୀ 
•    ତାମିଲନାଡୁରୁ ଡିବିଟି ମାଧ୍ୟମରେ ଟଙ୍କା ପଠାଇବେ ପିଏମ୍
•    ଏଥର ଉପକୃତ ହେବେ ୯ କୋଟିରୁ ଊର୍ଦ୍ଧ୍ୱ କୃଷକ 
•    ୧୮ ହଜାର କୋଟିରୁ ଅଧିକ ଟଙ୍କା ଚାଷୀଙ୍କ ଖାତାକୁ ଯିବ
•    କୋଏମ୍ବାଟୁରରେ ପ୍ରାକୃତିକ କୃଷି ସମ୍ମିଳନୀର ହେବ ଉଦ୍ଘାାଟନ

Scroll to Top