P

p

ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ। 34 ବର୍ଷ ବୟସରେ ଆଖି ବୁଜିଲେ ହ୍ୟୁମାନ ସାଗର। ଏମସରେ ଚିକିତ୍ସାଧୀନ ଥିଲେ ହ୍ୟୁମାନ ସାଗର। ଲିଭରରେ ସମସ୍ୟା ପାଇଁ ଗୁରୁତର ହୋଇଥିଲେ।

author-image

Humane Sagar

Humane Sagar Photograph: (OTV)

ଚାଲିଗଲେ ହ୍ୟୁମାନ ସାଗର । ଓଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ ହୋଇଛି । ୩୪ ବର୍ଷ ବୟସରେ ଏମସରେ ଆଖି ବୁଜିଛନ୍ତି ସିଙ୍ଗର ହ୍ୟୁମାନ ସାଗର । ଗତକାଲି ରାତି ୯ଟା ୮ରେ ଏମସରେ ଚିକିତ୍ସାଧୀନ ଅବସ୍ଥାରେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ହ୍ୟୁମାନ । 
ଲିଭରରେ ସମସ୍ୟା ପାଇଁ ସେ ଗୁରୁତର ହୋଇଥିଲେ ।  ତାଙ୍କର ଏକାଧିକ ଅଙ୍ଗ କାମ କରୁ ନଥିଲା। AIIMSର ସ୍ବତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କ ଚିକିତ୍ସା କରୁଥିଲେ । ଏମ୍ସରୁ ଗତକାଲି ବିଳମ୍ୱିତ ରାତିରେ ତାଙ୍କ ମୃତଦେହ କଟକ ସ୍ଥିତ ବାସଭବନକୁ ନିଆଯାଇଥିଲା । 
ସେଠାରେ ଶେଷ ଦର୍ଶନ ପରେ ରାତିରେ ହିଁ ଜନ୍ମସ୍ଥାନ ଟିଟିଲାଗଡ଼ ଅଭିମୁଖେ ନିଆଯାଇଛି । ସେଠାରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯିବ । ଓଡ଼ିଆ ସିନେମା, ଆଲବମ୍ ଜଗତର ଜଣାଶୁଣା ଚେହେରା ଥିଲେ ହ୍ୟୁମାନ ସାଗର । ତରଙ୍ଗ ଟିଭି ଭଏସ ଅଫ୍ ଓଡି଼ଶା ସିଜିନ 2ର ୱିନର ଥିଲେ ।   
•    ଚାଲିଗଲେ ହ୍ୟୁମାନ ସାଗର
•    ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ
•    34 ବର୍ଷ ବୟସରେ ଆଖି ବୁଜିଲେ ହ୍ୟୁମାନ ସାଗର
•    ଏମସରେ ଚିକିତ୍ସାଧୀନ ଥିଲେ ହ୍ୟୁମାନ ସାଗର
•    ଲିଭରରେ ସମସ୍ୟା ପାଇଁ ଗୁରୁତର ହୋଇଥିଲେ 
•    ହ୍ୟୁମାନଙ୍କର ଏକାଧିକ ଅଙ୍ଗ କାମ କରୁ ନଥିଲା 
•    ଓଡ଼ିଆ ସିନେମା, ଆଲବମ୍ ଜଗତର ଜଣାଶୁଣା ଚେହେରା
•    ଯୁବ ପିଢ଼ିଙ୍କ ପସନ୍ଦର ଗାୟକ ଥିଲେ ହ୍ୟୁମାନ ସାଗର
•    ଜନ୍ମସ୍ଥାନ ଟିଟିଲାଗଡ଼ ଅଭିମୁଖେ ଗଲା ମୃତଦେହ
•    ଟିଟିଲାଗଡ଼ରେ ସଂପନ୍ନ ହେବ ଶେଷକୃତ୍ୟ

Scroll to Top