P

p

ଭୁଟାନରୁ ଫେରି ଦିଲ୍ଲୀର LNJP ହସ୍ପିଟାଲରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେଠାରେ ଦିଲ୍ଲୀ ବ୍ଲାଷ୍ଟ ଆହତଙ୍କୁ ଭେଟିଲେ । ସେମାନଙ୍କର ଯଥାଶିଘ୍ର ସୁସ୍ଥତା କାମନା କରିଛନ୍ତି।

author-image

modi

modi Photograph: (OTV)

ଭୁଟାନରୁ ଫେରି ଦିଲ୍ଲୀର LNJP ହସ୍ପିଟାଲରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେଠାରେ ଦିଲ୍ଲୀ ବ୍ଲାଷ୍ଟ ଆହତଙ୍କୁ ଭେଟିଲେ । ସେମାନଙ୍କର ଯଥାଶିଘ୍ର ସୁସ୍ଥତା କାମନା କରିଛନ୍ତି। ଏଥିସହ ଦିଲ୍ଲୀ ଲାଲ କିଲ୍ଲା ନିକଟରେ ଘଟିଥିବା ବ୍ଲାଷ୍ଟ ପଛରେ ଯିଏ ବି ଥାଉନା କାହିଁକି ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୋଦି କହିଛନ୍ତି। 

ସେପଟେ ଦିଲ୍ଲୀ ବିସ୍ଫୋରଣ ନେଇ ଆସିଲା ବଡ଼ ଅପଡେଟ୍ । ସଂଦିଗ୍ଧ ଜଣକ ଭୟଭୀତ ଅବସ୍ଥାରେ ବିସ୍ଫୋରକ ନେଇ ଯିବା ବେଳେ ତ୍ରୁଟିପୂର୍ଣ୍ଣ ଭାବେ ବିସ୍ଫୋରଣ ହୋଇଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି। ଏନେଇ ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି। ଦେଶର ବିଭିନ୍ନ ପ୍ରାନ୍ତରେ ଆତଙ୍କୀ ଲିଙ୍କରେ ଗତ ସୋମବାର ଚଢ଼ାଉ ବେଳେ ୨ ହଜାର ୯ଶହ କେଜି ବିସ୍ଫୋରକ ଜବତ ହୋଇଥିଲା । ଏହାପରେ ଆତଙ୍କୀ ଭୟଭୀତ ହୋଇଥିଲେ । ତେବେ ଏହି ତଥ୍ୟରୁ ସ୍ପଷ୍ଟ ଯେ ଏହା ଆତ୍ମଘାତୀ ଆକ୍ରମଣ ନୁହେଁ ବରଂ ଭୟଭୀତ ହୋଇ ତ୍ରୁଟିପୂର୍ଣ୍ଣ ଭାବେ ହୋଇଛି ବିସ୍ଫୋରଣ ।

ବିସ୍ଫୋରଣରେ ଯେଉଁ IED ମିଳିଛି ତାହା ଠିକ ଭାବେ ଖଂଜା ଯାଇନଥିଲା । ଫଳରେ ବିସ୍ଫୋରଣର ମାତ୍ରା ଅଧିକ ହୋଇନଥିଲା । ଗତ ସୋମବାର ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିଲା ବଡ଼ ବିସ୍ଫୋରଣ । ଏଥିରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏକ ହ୍ୟୁଣ୍ଡାଇ ଆଇ ଟ୍ବେଣ୍ଟି କାରରେ ଏହି ବିସ୍ଫୋରଣ ହୋଇଥିଲା । ସଂଦିଗ୍ଧ ଜଣକ ବିସ୍ଫୋରକ ନେଇ ଯାଉଥିବା ବେଳେ କାରରେ ବିସ୍ଫୋରଣ ହୋଇଥିଲା । ତେବେ କାର ଚଳାଉଥିବା ବ୍ୟକ୍ତି ଉମର ନବି ବୋଲି ତଦନ୍ତରୁ ଜଣା ପଡ଼ିଛି । ଉମର ନବି ଜଣେ ଡାକ୍ତର ଓ ତା ଘର ଜାମ୍ମୁ କାଶ୍ମୀରରେ । ବିସ୍ଫୋରଣର ୩ ଦିନ ପୂର୍ବରୁ ସେ ନିଜ ମୋବାଇଲ ବନ୍ଦ କରି ଅଣ୍ଡର ଗ୍ରାଉଣ୍ଡ ହୋଇଯାଇଥିଲା । ନିଜ ପରିବାର ସହ ମଧ୍ୟ ଯୋଗାଯୋଗରେ ନଥିଲା ଉମର । ବର୍ତ୍ତମାନ ସୁଦ୍ଧା ତଦନ୍ତରୁ ଏଭଳି ତଥ୍ୟ ସାମ୍ମାକୁ ଆସିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । … 

Scroll to Top