P

p

ଭୁଟାନ ଗସ୍ତରେ ଥିବା ବେଳେ ଦିଲ୍ଲୀ ବିସ୍ଫୋରଣକୁ ନେଇ କଡ଼ା ମନ୍ତବ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯେଉଁମାନେ ବି ଏଥିରେ ଦାୟୀ ସେମାନଙ୍କୁ ଛଡ଼ାଯିବନି ବୋଲି କହିଛନ୍ତି।

author-image

PM Narendra Modi

PM Narendra Modi Photograph: (OTV)

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ କହିଛନ୍ତି ଯେ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଘଟିଥିବା ଭୟଙ୍କର ବିସ୍ଫୋରଣ ପଛରେ ଥିବା ଷଡ଼ଯନ୍ତ୍ରକାରୀମାନଙ୍କୁ ଛଡାଯିବ ନାହିଁ।

“ଆମର ଏଜେନ୍ସିଗୁଡ଼ିକ ଏହି ଷଡ଼ଯନ୍ତ୍ରର ମୂଳ ପର୍ଯ୍ୟନ୍ତ ପହଞ୍ଚିବେ। ଷଡ଼ଯନ୍ତ୍ର ପଛରେ ଯେଉଁମାନେ ଅଛନ୍ତି ସେମାନଙ୍କୁ ଛଡ଼ାଯିବନି। ଯେଉଁମାନେ ବି ଏଥିରେ ଦାୟୀ ସମସ୍ତଙ୍କୁ ଦଣ୍ଡ ଦିଆଯିବ,” ବୋଲି ଭୁଟାନର ଥିମ୍ପୁରେ ଭାଷଣ ଦେବା ସମୟରେ ପ୍ରଧାନମନ୍ତ୍ରୀ କହିଥିଲେ।

“ଆଜି ମୁଁ ଦୁଃଖ ମନରେ ଏଠାକୁ ଆସିଛି। ଗତକାଲି ସନ୍ଧ୍ୟାରେ ଦିଲ୍ଲୀରେ ଘଟିଥିବା ଭୟଙ୍କର ଘଟଣା ସମସ୍ତଙ୍କୁ ଦୁଃଖିତ କରିଛି। ପୂରା ଦେଶକୁ ବ୍ୟଥିତ କରିଛି। ମୁଁ ପ୍ରଭାବିତ ପରିବାରର ଦୁଃଖ ବୁଝିପାରୁଛି। ଆଜି ସମଗ୍ର ଦେଶ ସେମାନଙ୍କ ସହିତ ଛିଡ଼ା ହୋଇଛି”।

ସେ କହିଛନ୍ତି ଯେ ଘଟଣାର ତଦନ୍ତ କରୁଥିବା ସମସ୍ତ ଏଜେନ୍ସି ଓ ଅଧିକାରୀଙ୍କ ସହିତ ସେ ଗତକାଲି ସାରା ରାତି ଯୋଗାଯୋଗରେ ଥିଲେ।

ସୋମବାର ସନ୍ଧ୍ୟାରେ ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ଏକ ଟ୍ରାଫିକ ସିଗନାଲରେ ଏକ ଧୀର ଗତିରେ ଯାଉଥିବା କାରରେ ଏକ ଶକ୍ତିଶାଳୀ ବିସ୍ଫୋରଣ ଘଟି ୯ ଜଣଙ୍କର ମୃତ୍ୟୁ ହେବା ସହିତ ୨୦ ଜଣ ଆହତ ହୋଇଛନ୍ତି।

Scroll to Top