P

p

ବଲୁଚିସ୍ତାନର କ୍ୱେଟ୍ଟା ସହରରେ ଭୀଷଣ ଡ୍ରୋନ ଆଟାକ୍‌ କରିଛି ପାକ୍‌ ସେନା । ପିକ୍‌ନିକ୍‌ ପାଇଁ ଯାଇଥିବା ନିରୀହ ଲୋକଙ୍କୁ କରିଛି ଟାର୍ଗେଟ । ଛୁଟି ଦିନରେ କ୍ୱେଟ୍ଟାର ହଜାରଗଞ୍ଜି-ଚିଲଟନ ନ୍ୟାସନାଲ ପାର୍କରେ ପିକନିକ୍ କରୁଥିଲେ ଅନେକ ପରିବାର।

author-image

Pakistan-drone-attack

Pakistan-drone-attack Photograph: (OTV)

ବଲୁଚିସ୍ତାନର କ୍ୱେଟ୍ଟା ସହରରେ ଭୀଷଣ ଡ୍ରୋନ ଆଟାକ୍‌ କରିଛି ପାକ୍‌ ସେନା । ପିକ୍‌ନିକ୍‌ ପାଇଁ ଯାଇଥିବା ନିରୀହ ଲୋକଙ୍କୁ କରିଛି ଟାର୍ଗେଟ । ଛୁଟି ଦିନରେ କ୍ୱେଟ୍ଟାର ହଜାରଗଞ୍ଜି-ଚିଲଟନ ନ୍ୟାସନାଲ ପାର୍କରେ ପିକନିକ୍ କରୁଥିଲେ ଅନେକ ପରିବାର। ହଠାତ୍ ଶୁଭିଥିଲା ପ୍ରଚଣ୍ଡ ଶବ୍ଦ । ବିସ୍ଫୋରଣରେ ଥରିଉଠିଲା ପୂରା ଅଞ୍ଚଳ । ଭୟ, ଆତଙ୍କ ଖେଳିଗଲା । କେହି କିଛି ବୁଝିବା ପୂର୍ବରୁ ଡ୍ରୋନ ମାଡରେ ରକ୍ତାକ୍ତ ହୋଇଗଲା ପିକନିକ୍‌ ସ୍ପଟ୍ । ଆଉ ଏହି ଡ୍ରୋନ ପକାଇଥିଲା ଖୋଦ୍ ପାକିସ୍ତାନୀ ସେନା । ଏହି ଆକ୍ରମଣରେ ପ୍ରାୟ ୯ ଜଣ ଗୁରୁତର ଆହତ ହୋଇଛନ୍ତି ।

ପାକ୍‌ ସେନାର ଏପରି ଦମନ ନୀତି ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ପାକିସ୍ତାନୀ । ସମଗ୍ର ବଲୁଚିସ୍ତାନରେ ତେଜୁଛି ବିଦ୍ରୋହ । ସୋସିଆଲ ମିଡିଆରେ ଗୁରୁତରଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି । ସ୍ଥିତି ନିୟନ୍ତ୍ରଣ କରିବାକୁ ସେଠାରେ ଇଣ୍ଟରନେଟ୍ ସେବା ବନ୍ଦ କରିଛନ୍ତି ପାକ୍ ସରକାର । 

ସେପଟେ ଆତଙ୍କବାଦୀଙ୍କୁ ଟାର୍ଗେଟ୍ କରି ଏହି ଆଟାକ୍ କରିଥିବା ଦାବି କରିଛି ପାକିସ୍ତାନୀ ସେନା । ପାକ୍ ମିଲିଟାରୀ ମିଡିଆ ୱିଙ୍ଗ୍‌ ୧୪ ଜଣ ଆତଙ୍କୀଙ୍କୁ ନିପାତ କରାଯାଇଥିବା କହୁଥିବା ବେଳେ ଏହି କାହାଣୀକୁ ମିଛ କହି ଦୃଢ ବିରୋଧ କରିଛନ୍ତି ସ୍ଥାନୀୟ ଲୋକେ । ସେନା କେବଳ ଆତଙ୍କ ସୃଷ୍ଟି ପାଇଁ ସାଧାରଣ ନାଗରିକଙ୍କୁ ଟାର୍ଟେଟ୍ କରୁଛି ବୋଲି ଅଭିଯୋଗ ହୋଇଛି । ତେବେ ପାର୍କ ଭଳି ଏକ ସର୍ବସାଧାରଣ ସ୍ଥାନରେ ପାକ୍‌ ସେନା କିପରି ଏମିତି ଡ୍ରୋନ ଆଟାକ୍‌ କରିପାରିଲା, ସେନେଇ ଉଠିଛି ପ୍ରଶ୍ନ ।

Scroll to Top