ରାଜଧାନୀ ଦିଲ୍ଲୀରେ ଗମ୍ଭୀର ହେଉଛି ବାୟୁ ପ୍ରଦୂଷଣ। ଆଜିଠୁ ଦିଲ୍ଲୀକୁ ପ୍ରଦୂଷଣକାରୀ ବାହାର ଗାଡ଼ି ମନା। BS-4 ଓ BS-3 ଇଂଜିନ ଯୁକ୍ତ ମାଲବାହୀ ଗାଡ଼ି ପ୍ରବେଶ ନିଷେଧ।
![]()
/odishatv-khabar/media/media_files/2025/11/01/delhi_polution-2025-11-01-10-02-16.jpg)
DELHI_POLUTION Photograph: (OTV)
ରାଜଧାନୀ ଦିଲ୍ଲୀରେ ଗମ୍ଭୀର ହେଉଛି ବାୟୁ ପ୍ରଦୂଷଣ । ଆଜିଠୁ ଦିଲ୍ଲୀକୁ ପ୍ରଦୂଷଣକାରୀ ବାହାର ଗାଡ଼ି ମନା। ବାୟୁ ପ୍ରଦୂଷଣର ସ୍ଥିତିକୁ ଦେଖି ବାୟୁ ମାନ ପ୍ରବନ୍ଧନ ଆୟୋଗ ଓ ଦିଲ୍ଲୀ ପରିବହନ ବିଭାଗ ମିଳିତ ଭାବେ ଏହି ନିଷ୍ପତ୍ତି ନେଇଛନ୍ତି। ଅନ୍ୟ ରାଜ୍ୟରେ ପଞ୍ଜିକୃତ BS-6 ତଳକୁ ଅର୍ଥାତ BS-4 ଓ BS-3 ଇଂଜିନ ଯୁକ୍ତ ସମସ୍ତ ମାଲବାହୀ ଗାଡି ପ୍ରବେଶକୁ ଦିଲ୍ଲୀରେ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯାଇଛି। ଦିଲ୍ଲୀ ସୀମାରେ ଗାଡ଼ି ଗୁଡ଼ିକ ଉପରେ ନଜର ରଖିବ ପରିବହନ ବିଭାଗ । ଏଥିପାଇଁ ଟ୍ରାଫିକ ପୋଲିସ ସହ ମିଶି ପରିବହନ ବିଭାଗ ଗଠନ କରିଛି ୨୩ଟି ଟିମ୍ । ପରିବହନ ଶିଳ୍ପକୁ ନଜରରେ ରଖି ନିୟମକୁ ସାମାନ୍ୟ କୋହଳ କରାଯାଇଛି। BS-6ର କମର୍ସିଆଲ ଗାଡି ଗୁଡିକ ଉପରେ ଆସନ୍ତା ବର୍ଷ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଏହି ନିୟମ ଲାଗୁ ହେବନାହିଁ।
• ଦିଲ୍ଲୀକୁ ପ୍ରଦୂଷଣକାରୀ ବାହାର ଗାଡ଼ି ମନା
• ରାଜଧାନୀ ଦିଲ୍ଲୀରେ ଗମ୍ଭୀର ହେଉଛି ବାୟୁ ପ୍ରଦୂଷଣ
• ଆଜିଠୁ ଦିଲ୍ଲୀକୁ ପ୍ରଦୂଷଣକାରୀ ବାହାର ଗାଡ଼ି ମନା
• BS-4 ଓ BS-3 ଇଂଜିନ ଯୁକ୍ତ ମାଲବାହୀ ଗାଡ଼ି ପ୍ରବେଶ ନିଷେଧ
• ଦିଲ୍ଲୀ ସୀମାରେ ଗାଡ଼ି ଗୁଡ଼ିକ ଉପରେ ନଜର ରଖିବ ପରିବହନ ବିଭାଗ
• ଟ୍ରାଫିକ ପୋଲିସ ଓ ପରିବହନ ବିଭାଗ ଗଠନ କଲା ୨୩ଟି ଟିମ




