P

p

ସେହିପରି ଦେଶର ବିଭିନ୍ନ ପ୍ରାନ୍ତର ସାଂସ୍କୃତି ଓ ପରମ୍ପରାକୁ ନେଇ ସାଂସ୍କୃତି କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ ହୋଇଥିଲା । ଅନ୍ୟପଟେ କେୱଡିଆରେ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି ମୋଦି । କହିଛନ୍ତି ନୂଆ ଭାରତ, ଘରେ ପଶି ମାରେ ।

author-image

pm modi

pm modi Photograph: (OTV)

ଜାତୀୟ ଏକତା ଦିବସ ପାଳନ ଅବସରରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପରିବାରକୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ପରିବାର ସହ ଉଠାଇଥିବା ଫଟୋକୁ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହା ପୂର୍ବରୁ ସକାଳେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ ଗୁଜୁରାଟର କେୱାଡିଆରେ ଥିବା ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

କେୱାଡିଆରେ ଜାତୀୟ ଏକତା ଦିବସ ପାଳନ ଅବସରରେ ଭବ୍ୟ ପରେଡ୍ ଅନୁଷ୍ଠିତ ହେଇଥିଲା । ଯେଉଁଥିରେ ପୋଲିସ, ବିଏସଏଫ, ସିଆରପିଏଫ ଯବାନ ମାନେ ଭାଗ ନେଇଥିଲେ । ଏହି ଚିତ୍ତାକର୍ଷକ ପରେଡ୍ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥର ଭ୍ରମ ସୃଷ୍ଟି କରିଥିଲା । ଏହାସହ ବିଭିନ୍ନ କଳାନୈପୁଣ୍ୟର ପ୍ରଦର୍ଶିତ ହୋଇଥିଲା। ପିଏମ ମୋଦି ଏହି ଅବସରରେ ଦେଶବାସୀଙ୍କୁ ଏକତାର ଶପଥ ପାଠ କରାଇଥିଲେ । ଏହାପରେ ଭବ୍ୟ ପରେଡ୍, ସାମରିକ କଳାକୌଶଳ, ପ୍ରଜ୍ଞାପନ ମେଢ, ଡେୟାରଡେଭିଲ ସୋ ପ୍ରଦର୍ଶିତ ହୋଇଥିଲା ।

#ପଟେଲଙ୍କ_ବଂଶଧର_ସହ_ମୋଦି
ଆଜି ଦେଶ ପାଳୁଛି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ। ଗୁଜୁରାଟର କେୱାଡିଆରେ ବଲ୍ଲଭ ଭାଇ ପଟେଲଙ୍କ ପୂରା ପରିବାରଙ୍କୁ ଭେଟିଲେ ମୋଦି।#PMModi#Modi#SardarVallabhbhaiPatel#OTVpic.twitter.com/68IptIpQTj

— ଓଟିଭି (@otvkhabar) October 31, 2025

ସେହିପରି ଦେଶର ବିଭିନ୍ନ ପ୍ରାନ୍ତର ସାଂସ୍କୃତି ଓ ପରମ୍ପରାକୁ ନେଇ ସାଂସ୍କୃତି କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ ହୋଇଥିଲା । ଅନ୍ୟପଟେ କେୱଡିଆରେ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି ମୋଦି । କହିଛନ୍ତି ନୂଆ ଭାରତ, ଘରେ ପଶି ମାରେ । ଏହାସହ ଦିନ ଥିଲା ଦେଶରେ ନକ୍ସଲ ରାଜ୍ କରୁଥିଲେ ହେଲେ ଏବେ ମାଟିରେ ଲୋଟିଛନ୍ତି ନକ୍ସଲ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ଆଜି କୋଟି କୋଟି ଲୋକ ଏକତାର ଶପଥ ନେଇଛନ୍ତି । ଯେଉଁ କାର୍ଯ୍ୟ ରାଷ୍ଟ୍ରୀୟ ଏକତାକୁ ବଢାଇବ ସେହି କାର୍ଯ୍ୟ କରିବାକୁ ଆମେ ପ୍ରତିଜ୍ଞା ନେଉଛୁ । ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ପୁଣି ଥରେ ସଂକଳ୍ପ ନେବା, ଆମେ ଭାରତରେ ରହୁଛେ, ଆମେ ବିଚାରର ବିବିଧତାକୁ ସମ୍ମାନ କରିବା ଉଚିତ୍ ବୋଲି ମୋଦି କହିଛନ୍ତି । 

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପରିବାରକୁ ଭେଟିଲେ ପ୍ରଧାନମନ୍ତ୍ରୀ 
ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ 
ଗୁଜରାଟର ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ 
ଜାତୀୟ ଏକତା ଦିବସ ପାଳନ ଅବସରରେ ଭବ୍ୟ ପରେଡ୍ 
ପରେଡରେ ଭାଗନେଲେ ପୋଲିସ, ବିଏସଏଫ, ସିଆରପିଏଫ ଯବାନ 
ନୂଆଦିଲ୍ଲୀର କର୍ତ୍ତବ୍ୟ ପଥର ଭ୍ରମ ସୃଷ୍ଟି କଲା ଚିତ୍ତାକର୍ଷକ ପରେଡ୍ 

#ଆକାଶରେ_କଳାକୌଶଳ_ଦେଖାଇଲା_ବାୟୁସେନା
ଏକତା ଦିବସ ଅବସରରେ ଆକାଶରେ କଳାକୌଶଳ ଦେଖାଇଲା ବାୟୁସେନା। ଗୁଜୁରାଟର କେୱାଡିଆରେ ଥିବା ଷ୍ଟାଚ୍ୟୁ ଅଫ୍ ୟୁନିଟି ସ୍ଥଳରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହିଥିଲେ। #IndianAirForce#EktaDiwas_PMModi#StatueOfUnity_Gujarat#OTVpic.twitter.com/8Ynemlbzwo

— ଓଟିଭି (@otvkhabar) October 31, 2025

Scroll to Top