ଉତ୍ତରପ୍ରଦେଶର ବାରଣାସୀରେ ଶିବାଙ୍ଗୀଙ୍କ ଘର । ନିକଟରେ ଶିବାଙ୍ଗୀଙ୍କୁ ବାୟୁସେନା ପକ୍ଷରୁ ଚେନ୍ନାଇରେ ସମ୍ୱର୍ଦ୍ଧିତ କରାଯାଇଥିଲା । ଶିବାଙ୍ଗୀ ସିଂହଙ୍କୁ ଫାଇଟର ପାଇଲଟ୍ ପଦରେ ନିଯୁକ୍ତି ଦିଆଯାଇଥିଲା ।
/odishatv-khabar/media/media_files/2025/10/30/shivangi-singh-with-president-droupadi-murmu-2025-10-30-16-04-06.jpg)
Shivangi-singh-with-president-droupadi-murmu Photograph: (OTV)
ରାଫେଲ୍ ଉଡାଇ ଇତିହାସ ରଚିଲେ ରାଷ୍ଟ୍ରପତି । ଶିବାଙ୍ଗୀଙ୍କ ସହ ଉଠାଇଲେ ଫଟୋ । ହେଲେ କିଏ ଏ ଶିବାଙ୍ଗୀ ? କାହିଁକି ମହାମହିମ ତାଙ୍କ ସହ ଉଠାଇଲେ ଫଟୋ ? ଏହା ଫଛରେ ଲୁଚି ରହିଛି ମିଛୁଆ ପାକିସ୍ତାନକୁ ଭାରତର ଶକ୍ତ ଚାପୁଡ଼ା । ଅପରେସନ ସିନ୍ଦୂର ସମୟରେ ଶିବାଙ୍ଗୀ ଯୁଦ୍ଧ ବନ୍ଦୀ ବୋଲି ପାକିସ୍ତାନ କହିଥିଲା । ତେଣୁ ଅମ୍ବାଲା ଏୟାରବେସରେ ଭାରତର ସବୁଠୁ ଶକ୍ତିଶାଳୀ ଯୁଦ୍ଧ ବିମାନ ରାଫେଲ୍ ଉଡ଼ାଇ ଭାରତର ବୀର ସ୍କ୍ବାର୍ଡନ୍ ଲିଡର୍ ଶିବାଙ୍ଗୀ ସିଂଙ୍କୁ ସାମ୍ନାକୁ ଆଣି ଭାରତର ବୀରତ୍ବକୁ ମହାମହିମ ପ୍ରମାଣ କରିଛନ୍ତି ।
ଅପରେସନ୍ ସିନ୍ଦୂରରେ ୧୭ତମ ରାଫେଲ ସ୍କ୍ୱାଡ୍ରନ୍ ହିଁ ପାକିସ୍ତାନକୁ ଧୂଳି ଚଟାଇଥିଲା । ପାକିସ୍ତାନର ସବୁ ଷଡ଼ଯନ୍ତ୍ରକୁ ଆକଶରେ ହିଁ ଫୁସ୍ କରିଥିଲା । ସେହି ୧୭ତମ ରାଫେଲ ସ୍କ୍ୱାଡ୍ରନରେ ବସି ଆକାଶ ମାର୍ଗରୁ ରାଫେଲର ପରାକ୍ରମ ପରଖିଥିଲେ ରାଷ୍ଟ୍ରପତି । ଖାଲି ସେତିକି ନୁହେଁ, ଭାରତର ବୀର ସ୍କ୍ବାର୍ଡନ୍ ଲିଡର୍ ଶିବାଙ୍ଗୀ ସିଂଙ୍କୁ ପାକିସ୍ତାନ ଯୁଦ୍ଧ ବନ୍ଦୀ ରଖିଥିବା କଥାକୁ ମିଛ ବୋଲି ପ୍ରମାଣିତ କରିଛନ୍ତି । ଶିବାଙ୍ଗୀଙ୍କ ସହ ଫଟୋ ସେୟାର କରି ସାରା ବିଶ୍ବ ଆଗରେ ପାକିସ୍ତାନର ଚେହେରାକୁ ପଦାରେ ପକାଇଛନ୍ତି ।
ବୁଧବାର ଦିନ ଅମ୍ବାଲା ଏୟାରବେସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ରାଫେଲ୍ ଫାଇଟର ପାଇଲଟ୍ ଶିବାଙ୍ଗୀ ସିଂହଙ୍କୁ ଦେଖାଯାଇଥିଲା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଫେଲ୍ ଫାଇଟର ଜେଟରେ ସଫଳତାର ସହ ଉଡାଣ ଭରିଥିଲେ । ସ୍କ୍ୱାଡ୍ରନ୍ ଲିଡର ଶିବାଙ୍ଗୀ ସିଂହ ହେଉଛନ୍ତି ପ୍ରଥମ ମହିଳା ରାଫେଲ୍ ପାଇଲଟ୍ ।
ଉତ୍ତରପ୍ରଦେଶର ବାରଣାସୀରେ ଶିବାଙ୍ଗୀଙ୍କ ଘର । ନିକଟରେ ଶିବାଙ୍ଗୀଙ୍କୁ ବାୟୁସେନା ପକ୍ଷରୁ ଚେନ୍ନାଇରେ ସମ୍ୱର୍ଦ୍ଧିତ କରାଯାଇଥିଲା । ଶିବାଙ୍ଗୀ ସିଂହଙ୍କୁ ଫାଇଟର ପାଇଲଟ୍ ପଦରେ ନିଯୁକ୍ତି ଦିଆଯାଇଥିଲା । ସେ ବହୁ ବର୍ଷ ଧରି ଧରି ବାୟୁସେନାରେ ନିଷ୍ଠାର ସହିତ କାର୍ଯ୍ୟ କରିଛନ୍ତି । ତାଙ୍କ ସ୍ୱାମୀ ମଧ୍ୟ ଜଣେ ଫାଇଟର ପାଇଲଟ୍ । ସେ ପ୍ରଥମ ଭାରତୀୟ ମହିଳା ଯିଏକି ଫ୍ରାନ୍ସ ନିର୍ମିତ ସିଙ୍ଗଲ-ସିଟର ରାଫେଲ ଫାଇଟର ଜେଟ୍ ଉଡ଼ାଇଛନ୍ତି । ଏହି ୨୯ ବର୍ଷୀୟ ପାଇଲଟ୍ ୨୦୧୭ରେ ଭାରତୀୟ ବାୟୁସେନାରେ ସାମିଲ ହୋଇଥିଲେ ।
ସଶସ୍ତ୍ର ବାହିନୀର ସର୍ବୋଚ୍ଚ କମାଣ୍ଡର ଦ୍ରୌପଦୀ ମୁର୍ମୁ । ୮ ଏପ୍ରିଲ୍, ୨୦୨୩ରେ ଆସାମର ତେଜପୁର ବାୟୁସେନା ଷ୍ଟେସନରେ ଏକ ସୁଖୋଇ-୩୦ MKI ଯୁଦ୍ଧ ବିମାନରେ ମଧ୍ୟ ଉଡାଣ କରିଥିଲେ । ଏପରି କରିବାରେ ସେ ତୃତୀୟ ରାଷ୍ଟ୍ରପତି । ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ ଏବଂ ପ୍ରତିଭା ପାଟିଲ ଯଥାକ୍ରମେ ୮ ଜୁନ୍ ୨୦୦୬ ଏବଂ ୨୫ ନଭେମ୍ବର ୨୦୦୯ରେ ପୁଣେ ନିକଟସ୍ଥ ଲୋହେଗାଓଁ ବାୟୁସେନା ଷ୍ଟେସନରୁ ଏକ ସୁଖୋଇ-୩୦ MKI ଯୁଦ୍ଧ ବିମାନ ଉଡ଼ାଇଥିଲେ।




