P

p

ପୂର୍ବତନ କୋଟପାଡ଼ MLA ତଥା ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନ ଗୁରୁତର। କୋରାପୁଟ ମେଡିକାଲ କଲେଜରେ ଭର୍ତ୍ତି ହୋଇଛନ୍ତି ପଦ୍ମିନୀ। ପଦ୍ମିନୀଙ୍କ ସହ ଅସୁସ୍ଥ ହୋଇପଡ଼ିଥିଲେ ୩ ଜଣ।

author-image

Padmini

Padmini Photograph: (OTV)

ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ କୋଟପାଡ଼ ବିଧାୟିକା ପଦ୍ମିନୀ ଦିଆନଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର। ଜୟପୁରରୁ ତାଙ୍କୁ କୋରାପୁଟ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ତାଙ୍କ ସହ ୩ ଜଣଙ୍କ ଅବସ୍ଥା ବି ଗୁରୁତର ରହିଛି ଏବଂ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ହଠାତ ପଦ୍ମିନୀଙ୍କ ସହ ୩ ଜଣଙ୍କ ସ୍ବାସ୍ଥ୍ୟବସ୍ଥା କାହିଁକି ବିଗିଡ଼ିଲା, ସେ ସଂପର୍କରେ ସ୍ପଷ୍ଟ ଆସିନାହିଁ। 
କିନ୍ତୁ ପ୍ରାଥମିକ ସୂଚନା ଅନୁଯାୟୀ, ସମସ୍ତେ ଏକ ଭୋଜିରେ ଯୋଗଦେଇଥିଲେ। ଭୋଜି ଖାଇବା ପରେ ଅସୁସ୍ଥ ହୋଇଥିବା ଚର୍ଚ୍ଚା ହେଉଛି। ପଦ୍ମିନୀଙ୍କ ସହ ଅନ୍ୟ ଜଣେ ଅସୁସ୍ଥ ହେଲେ ରାମବତୀ ଦିଆନ। ତେବେ ପଦ୍ମିନୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା କହିଛନ୍ତି କୋରାପୁଟ ମ୍ୟୁନିସିପାଲଟି ଅଧ୍ୟକ୍ଷ। ତେବେ ଏ ସଂପର୍କରେ ମେଡ଼ିକାଲ୍ ପକ୍ଷରୁ କିମ୍ବା ପଦ୍ମିନୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Scroll to Top