P

p

କୋରାପୁଟର କଫି, ରାଜ୍ୟରୁ ଯାଇ ଦେଶ ବିଦେଶରେ ନାଁ କରିଛି। ଲୋକଙ୍କ ମନ ଜିଣିଛି, ନିଜ ପାଇଁ ତିଆରି କରିଛି ସ୍ବତନ୍ତ୍ର ପରିଚୟ। ଖୁବ କମ୍ ସମୟରେ ବିଶ୍ବ ବଜାରରେ ପ୍ରବେଶ କରିଛି କୋରାପୁଟର ଉତ୍କର୍ଷ କଫି।

author-image

koraput

koraput Photograph: (OTV)

ବ୍ରାଣ୍ଡ ଅଫ୍ କୋରାପୁଟ, ପ୍ରାଇଡ୍ ଅଫ୍ ଓଡ଼ିଶା । ମନ କି ବାତରେ କୋରାପୁଟ କଫିର ଚର୍ଚ୍ଚା । ସ୍ବାଦ ଯେମିତି ବଢ଼ିଆ, ବାସ୍ନା ବି ସେମିତି କଡକା ।କୋରାପୁଟ କଫି ପ୍ରେମରେ ପଡ଼ିଲେ ପ୍ରଧାନମନ୍ତ୍ରୀ । 
ଆଦିବାସୀ ଇଲାକାରୁ ବିଶ୍ବ ଦରବାରରେ ଆଦୃତି ଲାଭ କରିଥିବା କୋରାପୁଟ କଫି କେବଳ ସ୍ବାଦିଷ୍ଟ ନୁହେଁ, ସ୍ଥାନୀୟ ଲୋକଙ୍କର ଜୀବନଧାରାରେ ପରିବର୍ତ୍ତନ ଆଣିଛି । ମନ୍ କି ବାତରେ ଓଡ଼ିଶାର ଗୌରବ କୋରାପୁଟିଆଙ୍କ କଫିର ଖୁବ ଗୁଣଗାନ କରିଛନ୍ତି ମୋଦି। କହିଛନ୍ତି, ଓଡ଼ିଶାର ଅନେକ ଲୋକ କୋରାପୁଟ କଫି ସମ୍ପର୍କରେ ସେମାନଙ୍କର ଭାବନା ବାଣ୍ଟିଥିଲେ। ଏହାର ସ୍ୱାଦ ଭାରି ବଢିଆ। ଲୋକଙ୍କୁ ଲାଭ ଦେଉଛି କଫି ଚାଷ। ଏମିତି ବି ଲୋକ ଅଛନ୍ତି ଯେଉଁମାନେ କର୍ପୋରେଟ ଚାକିରି ଛାଡ଼ି କଫି ଚାଷରେ ମନ ବଳାଇଛନ୍ତି। ନିଜର ନିଷ୍ଠାପର ଆଗ୍ରହ ଦ୍ୱାରା କଫି ଚାଷରେ ସଫଳତା ପାଇଛନ୍ତି ଓ ଆଗକୁ ବଢୁଛନ୍ତି। କଫି ଚାଷରେ ମହିଳାଙ୍କ ସହଭାଗିତାକୁ ତାରିଫ କରି ମୋଦି କହିଛନ୍ତି, ମହିଳା ଜୀବନରେ କଫି ଚାଷ ଆଣିଛି ପରିବର୍ତ୍ତନ। ସେମାନଙ୍କୁ ସମ୍ମାନ ଓ ସମୃଦ୍ଧି ମିଳିଛି। ସ୍ବାଦିଷ୍ଟ କୋରାପୁଟ କଫି ଓଡ଼ିଶାର ଗୌରବ। 

କୋରାପୁଟର କଫି, ରାଜ୍ୟରୁ ଯାଇ ଦେଶ ବିଦେଶରେ ନାଁ କରିଛି। ଲୋକଙ୍କ ମନ ଜିଣିଛି, ନିଜ ପାଇଁ ତିଆରି କରିଛି ସ୍ବତନ୍ତ୍ର ପରିଚୟ। ଖୁବ କମ୍ ସମୟରେ ବିଶ୍ବ ବଜାରରେ ପ୍ରବେଶ କରିଛି କୋରାପୁଟର ଉତ୍କର୍ଷ କଫି। ରାଜ୍ୟର ବଡ଼ ବଡ଼ ସହରରେ ଖୋଲିଛି ଆଉଟଲେଟ୍, ଅନଲାଇନ୍ ବଜାରରେ ବି ଉପଲବ୍ଧ ହେଉଛି। କୋରାପୁଟ କଫି କପେ ମାରିଲେ ମୁଡ୍ ତାଜା ତାଜା ହୋଇଯାଏ। ଏହାର ବାସ୍ନା ହିଁ ସ୍ବତନ୍ତ୍ରତା। ପ୍ରଧାନମନ୍ତ୍ରୀଙ୍କ ମୁହଁରୁ ପ୍ରଶଂସା ଶୁଣି କଫି ଚାଷୀଙ୍କ ଭିତରେ ଉତ୍ସାହ ଦୁଇ ଗୁଣା ବଢିଛି। କଫି ଚାଷକୁ ସୁହାଉଛି କୋରାପୁଟର ଥଣ୍ଡା ଜଳବାୟୁ ଓ ପ୍ରଚୁର ବର୍ଷା। ସାଧାରଣତଃ ୨୩ରୁ ୨୮ ଡିଗ୍ରୀ ସେଲିସିୟସ ତାପମାତ୍ରାରେ କଫି ଗଛ ଭଲ ବଢିଥାଏ। କୋରାପୁଟର ଏଭଳି ଜଳବାୟୁ ସହ ଜଙ୍ଗଲର ଛାଇ ଯୋଗୁ ଚାଷ ଭଳ ହେଉଛି। ଆଉ ଆର୍ଥିକ ଭାବରେ ସ୍ବାବଲମ୍ବୀ ହୋଇଛନ୍ତି ଦୁର୍ଗମ ଓ ଆଦିବାସୀ ଅଞ୍ଚଳର ଲୋକ। …

ସରକାରୀସ୍ତରରେ ଏବେ କୋରାପୁଟରେ ସାଢ଼େ ୪ ହଜାର ହେକ୍ଟରରୁ ଅଧିକ ଜମିରେ କଫି ଚାଷ ହେଉଛି। ଉତ୍ପାଦନ ହେଉଛି ପାଖାପାଖି ୫୦୦ ମେଟ୍ରିକ୍ ଟନ୍ କଫି। ଆଦିବାସୀ ଉନ୍ନୟନ ସମବାୟ ନିଗମ-TDCC ଜରିଆରେ କିଣାବିକା ହେଉଛି ଓ ସରକାରୀ ଭାବରେ ଆଦିବାସୀ ଚାଷୀଙ୍କ ସଂଖ୍ୟା ୭୦୦୦। ଚାହିଦା ବଢୁଥିବାରୁ ଆଗକୁ ୧୦ ହଜାର ହେକ୍ଟର ଚାଷ କରି କୋରାପୁଟରେ କଫି ହବ୍ କରିବାକୁ ଯୋଜନା ରଖିଛନ୍ତି ସରକାର। 

ଜୟପୁର ରାଜା ରାଜବାହାଦୁର ରାମଚନ୍ଦ୍ର ଦେଓ ତାଙ୍କ ବଗିଚାରେ କଫି ଚାଷ ଆରମ୍ଭ କରିଥିଲେ। ୧୯୬୦ ମସିହା ବେଳକୁ ଏହା କୋରାପୁଟ ଜିଲ୍ଲା ସହ କନ୍ଧମାଳ, ରାୟଗଡା, କେଉଁଝର, ଗଜପତି ଓ କଳାହାଣ୍ଡି ଜିଲ୍ଲାକୁ ବ୍ୟାପିଥିଲା। କୋରାପୁଟ ଜିଲ୍ଲାର ଆରବିକା କଫିରେ ସ୍ୱତନ୍ତ୍ର ସ୍ବାଦ ରହିଛି। ୨୦୧୯ରୁ କୋରାପୁଟ କଫିର ବ୍ରାଣ୍ଡ ପ୍ରତିଷ୍ଠା ହୋଇଥିଲା। ରାଜ୍ୟ ଓ ଦେଶରେ ପ୍ରଶଂସା ସାଉଁଟିଥିବା କୋରାପୁଟ କଫି ୨୦୨୩ରେ ଦୁବାଇ ୱାର୍ଲଡ କଫି କନଫରେନ୍ସରେ ଗୁଣବତ୍ତା ଓ ମାନ ପାଇଁ ପ୍ରଂଶସା ପାଇଥିଲା। … 

Scroll to Top