ତଦନ୍ତ ଚାଲିଛି, ଯେଉଁମାନେ ଏଥିରେ ସଂପୃକ୍ତ ସେମାନଙ୍କୁ କ୍ରାଇମବ୍ରାଂଚ ଗିରଫ କରିଛି। ଶିକ୍ଷକ କି ଯେତେ ବଡ଼ ଲୋକ ହୁଅନ୍ତୁ, କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ମନ୍ତ୍ରୀ।
Credit: OTV
OTET Exam Date to Be Announced Soon
OTET ପ୍ରଶ୍ନପତ୍ର ଲିକ୍ ଘଟଣାରେ କାର୍ଯ୍ୟାନୁଷ୍ଠାନ ହେବ କହିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ତଦନ୍ତ ଚାଲିଛି, ଯେଉଁମାନେ ଏଥିରେ ସଂପୃକ୍ତ ସେମାନଙ୍କୁ କ୍ରାଇମବ୍ରାଂଚ ଗିରଫ କରିଛି। ଶିକ୍ଷକ କି ଯେତେ ବଡ଼ ଲୋକ ହୁଅନ୍ତୁ, କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ମନ୍ତ୍ରୀ।
ତେବେ ଆଗାମୀ ଦିନରେ କିଭଳି ସ୍ବଚ୍ଛତାର ସହ ପରୀକ୍ଷା ହେବ ସେନେଇ ଗୁରୁତ୍ବ ଦିଆଯାଉଛି। ଏହାସହ ଆଲୋଚନା କରି ଶୀଘ୍ର ପରୀକ୍ଷା ତାରିଖ ବିଜ୍ଞପ୍ତି ବାହାର କରାଯିବ ବୋଲି କହିଛନ୍ତି ମନ୍ତ୍ରୀ।
Also Read
ଏପଟେ OTET ପ୍ରଶ୍ନପତ୍ର ଲିକ୍ ମାମଲାରେ କ୍ରାଇମବ୍ରାଞ୍ଚର ତନାଘନା । ଆଉ ୩ ଜଣଙ୍କୁ ଉଠାଇ ଆଣି ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ। କଳାହାଣ୍ଡିରୁ ଜଣେ, କୋରାପୁଟରୁ ୨ ଜଣଙ୍କୁ ଉଠାଇ ଆଣି ପଚରାଉଚରା ଚାଲିଛି।
୪ ଶିକ୍ଷକଙ୍କ ସମେତ ୬ ଜଣଙ୍କୁ ଗିରଫ କରିସାରିଛି କ୍ରାଇମବ୍ରାଞ୍ଚ। ୬ ଗିରଫଙ୍କ ମଧ୍ୟରେ ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର ତଥା ମାଷ୍ଟରମାଇଣ୍ଡ ଜିତନ ମହାରଣା ମଧ୍ୟ ଅଛନ୍ତି।





