Online Gaming App Ban: ଅନଲାଇନ ଗେମ ଓ ଜୁଆ ଉପରେ ଲାଗିବ ରୋକ, ଆଗତ ହେଲା ଅନଲାଇନ ଗେମିଂ ବିଲ୍ ୨୦୨୫

online-gaming-app-ban:-ଅନଲାଇନ-ଗେମ-ଓ-ଜୁଆ-ଉପରେ-ଲାଗିବ-ରୋକ,-ଆଗତ-ହେଲା-ଅନଲାଇନ-ଗେମିଂ-ବିଲ୍-୨୦୨୫

ଇଲେକ୍ଟ୍ରୋନିକ୍ସ ଓ ଇନଫର୍ମେସନ ମିନିଷ୍ଟ୍ରି ପକ୍ଷରୁ ସଂସଦରେ ଅନଲାଇନ ଗେମିଂ ବିଲ୍ ୨୦୨୫ ଆଗତ ହୋଇଛି। ରିଅଲ ମନି ଗେମିଂ ଆପ୍ ଉପରେ ଏହି ବିଲ୍ ଅଙ୍କୁଶ ଲଗାଇବ।

Chinmayee Sahoo

  • Published: Wednesday, 20 August 2025
  • Last updated: 20 August 2025, 12:39 PM IST

Online Gaming AppCredit: OTV

ଅନଲାଇନ ଗେମ

ଅନଲାଇନ ଗେମ ଓ ଅନଲାଇନ ଜୁଆ ଉପରେ ଲାଗିବ ରୋକ । ସଂସଦରେ କେନ୍ଦ୍ର ସରକାର ଆଗତ କରିଛନ୍ତି ଅନଲାଇନ ଗେମିଂ ବିଲ୍ ୨୦୨୫ । ଗତକାଲି ଏହି ବିଲକୁ କେନ୍ଦ୍ର କ୍ୟାବିନେଟ ମଂଜୁରୀ ଦେଇଛି । ଅନଲାଇନ ଜୁଆ ଉପରେ କଟକଣା ଲଗାଇବା ପାଇଁ ଆସିବ ଏହି ବିଲ୍ । ଇଲେକ୍ଟ୍ରୋନିକ୍ସ ଓ ଇନଫର୍ମେସନ ମିନିଷ୍ଟ୍ରି ପକ୍ଷରୁ ଏହି ବିଲ ଆଗତ କରାଯାଇଛି । କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ବିଲ୍ ଉପସ୍ଥାପିତ କରିଛନ୍ତି। ବେଟିଂ ସହ ଜଡିତ ଅନଲାଇନ୍ ଟଙ୍କା ଖେଳକୁ ନିଷିଦ୍ଧ କରିବାକୁ ଏହି ବିଲର ଲକ୍ଷ୍ୟ ରହିଛି।

ତେବେ ମୁଖ୍ୟତଃ ଅନଲାଇନ ଜୁଆକୁ ରୋକିବା ଦିଗରେ ଏହି ବିଲରେ ପ୍ରାବଧାନ ଥିବା କୁହାଯାଉଛି । ରିଅଲ ମନି ଗେମିଂ ଆପ୍ ଉପରେ ଏହି ବିଲ୍ ଅଙ୍କୁଶ ଲଗାଇବ । କେବଳ ସେତିକି ନୁହେଁ ଏହାର ପ୍ରଚାର ପ୍ରସାର ଉପରେ ବି ରୋକ ଲଗାଇବା ପାଇଁ ବିଲ୍ ଆଣୁଛନ୍ତି କେନ୍ଦ୍ର ସରକାର । ଆଜି ସଂସଦରେ ପ୍ରମୋସନ ଆଣ୍ଡ ରେଗୁଲେସନ ଅଫ ଅନଲାଇନ ଗେମିଂ ବିଲ୍ ୨୦୨୫ ଉପସ୍ଥାପନ ହୋଇପାରେ । 

ଏହି ବିଲ୍ ସମସ୍ତ ଟଙ୍କା-ଭିତ୍ତିକ ଅନଲାଇନ୍ ଗେମକୁ ବେଆଇନ ଘୋଷଣା କରିବ। ଏପରି ପ୍ଲାଟଫର୍ମକୁ ପ୍ରୋତ୍ସାହିତ କରୁଥିବା ବିଜ୍ଞାପନଗୁଡ଼ିକୁ ନିଷିଦ୍ଧ କରିବ। ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକୁ ସମ୍ବନ୍ଧିତ କାରବାର ପ୍ରକ୍ରିୟାକରଣରୁ ବାରଣ କରିବ। ଡ୍ରାଫ୍ଟ ଅନୁଯାୟୀ, ଏପରି ଗେମ୍ ପ୍ରଦାନ କରୁଥିବା ଯେକୌଣସି ବ୍ୟକ୍ତିଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ ଜେଲ୍ ଏବଂ ଜରିମାନା ହୋଇପାରେ।

Also Read

ଅଧିକ ପଢନ୍ତୁ: ପିଲା ପଢିବେ ଅପରେସନ ସିନ୍ଦୂର, ସେନାର ସାହସ ବିଷୟରେ ଜାଣିବେ

ଓଟିଭି ହ୍ଵାଟ୍ସଅପ

Scroll to Top