Odisha Legislative Assembly: ଆଜିଠୁ ଆରମ୍ଭ ବିଧାନସଭାର ମୌସୁମୀ ଅଧିବେଶନ, ସରକାରଙ୍କୁ ଘେରିବା ଲାଗି ବିରୋଧୀ ପ୍ରସ୍ତୁତ

odisha-legislative-assembly:-ଆଜିଠୁ-ଆରମ୍ଭ-ବିଧାନସଭାର-ମୌସୁମୀ-ଅଧିବେଶନ,-ସରକାରଙ୍କୁ-ଘେରିବା-ଲାଗି-ବିରୋଧୀ-ପ୍ରସ୍ତୁତ

ଚଳିତ ବିଧାନସଭାର ମୌସୁମୀ ଅଧିବେଶନରେ ବିରୋଧୀ ଦଳ ଗୁଡିକ ସାର ଓ ମହିଳା ବିରୋଧୀ ହିଂସା ପ୍ରସଙ୍ଗ ଉଠାଇ ପାରନ୍ତି।

Chinmayee Sahoo

  • Published: Thursday, 18 September 2025
  • Last updated: 18 September 2025, 09:06 AM IST

OLACredit: OTV

OLA

ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ। ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନ ଆଜିଠୁ ଆସନ୍ତା ୨୫ ତାରିଖ ଯାଏଁ ଚାଲିବ। ଅଧିବେଶନରେ ମୋଟ ୭ଟି କାର୍ଯ୍ୟ ଦିବସ ରହିଛି। ପ୍ରଥମ ଦିନ ୧୧ଟାରେ ଗୃହକାର୍ଯ୍ୟ ଆରମ୍ଭ ହେବ। ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆ ଏବଂ ଅନ୍ୟ ସଦସ୍ୟଙ୍କ ଦେହାନ୍ତ ହୋଇଥିବାରୁ ଶୋକ ପ୍ରସ୍ତାବ ପରେ ତାଙ୍କ ସମ୍ମାନାର୍ଥେ ଗୃହ ମୁଲତବି କରାଯିବ।

ସେପଟେ ଏହି ଅଧିବେଶନରେ ଉଭୟ ବିଜେଡି ଓ କଂଗ୍ରେସ ସରକାରଙ୍କୁ ଗୃହ ଭିତରେ ଘେରିବାକୁ ବିଧାୟକ ଦଳ ବୈଠକରେ ପ୍ରସ୍ତୁତ କରିଛନ୍ତି ରଣନୀତି। ଦେଢ଼ ବର୍ଷର ସରକାରକୁ କାଠଗଡାକୁ ଟାଣିବା ପାଇଁ ଅନାସ୍ଥା ପ୍ରସ୍ତାବ ଆଣିବ କଂଗ୍ରେସ। ସେପଟେ ସାର, ମହିଳା ବିରୋଧୀ ହିଂସା ଓ ପଞ୍ଚାୟତରାଜ ବ୍ୟବସ୍ଥାକୁ ନେଇ ସରକାରଙ୍କୁ ଘେରିବା ପାଇଁ ବୈଠକରେ ନିଷ୍ପତ୍ତି ନେଇଛି ବିଜେଡି। ହେଲେ ବିରୋଧୀଙ୍କ ସମସ୍ତ ପ୍ରସଙ୍ଗକୁ ଆଲୋଚନା ମାଧ୍ୟମରେ ଜବାବ ଦେବା ପାଇଁ ସଜବାଜ ହୋଇଛି ଶାସକ ଦଳ।

ଆଜି ସନ୍ଧ୍ୟାରେ ଶାସକ ବିଜେପି ବିଧାୟକ ଦଳ ବୈଠକ ବସି ପ୍ରସ୍ତୁତ ହେବ କାଉଣ୍ଟର ରଣନୀତି। ଚଳିତ ମୌସୁମୀ ଅଧିବେଶନରେ ୬ଟି ସରକାରୀ ଓ ଗୋଟିଏ ବେସରକାରୀ ଦିବସ ରହିଛି। ମୌସୁମୀ ଅଧିବେଶନରେ ଗୃହ କାର୍ଯ୍ୟ ବେଶ ଉଷ୍ମ ହେବ ବୋଲି ଆକଳନ କରାଯାଉଛି। ତେବେ ଅଧିବେଶନକୁ ସୁରୁଖୁରୁରେ ଶେଷ କରିବାକୁ ସର୍ବଦଳୀୟ ବୈଠକରେ ବାଚସ୍ପତି ଉଭୟ ଶାସକ ଓ ବିରୋଧୀଙ୍କ ସହଯୋଗ ଲୋଡିଛନ୍ତି।

Also Read

ଓଟିଭି ବିଜ୍ଞାପନ

Scroll to Top