Odisha Govt:ମୋହନ ସରକାରଙ୍କର ଇନପୁଟ୍ ସବସିଡିର ଇଫେକ୍ଟ , ରାଜ୍ୟରେ ଧାନ ଚାଷ ପ୍ରତି ବଢୁଛି ଆଗ୍ରହ, କ୍ବିଣ୍ଟାଲ ୩୧୦୦

odisha-govt:ମୋହନ-ସରକାରଙ୍କର-ଇନପୁଟ୍-ସବସିଡିର-ଇଫେକ୍ଟ-,-ରାଜ୍ୟରେ-ଧାନ-ଚାଷ-ପ୍ରତି-ବଢୁଛି-ଆଗ୍ରହ,-କ୍ବିଣ୍ଟାଲ-୩୧୦୦

ରାଜ୍ୟରେ ବଢୁଛି ଧାନ ଚାଷ। ସରକାର ଧାନ କୁଇଣ୍ଟାଲ ପିଛା MSP ସହ ଆଠ ଶହ ଟଙ୍କା ଇନପୁଟ୍ ସହାୟତା ରାଶି ଦେବା ପରେ ଧାନ ଚାଷ କରିବା ଲାଗି ଅଧିକ ଆଗ୍ରହୀ ହେଉଛନ୍ତି ଚାଷୀମାନେ। ଫଳରେ ଅନ୍ୟ ଚାଷ ପ୍ରଭାବିତ ହେଉଛି । ଆଉ ଏହାକୁ ନେଇ ଚିନ୍ତାରେ ରାଜ୍ୟ ସରକାର। ଚାଷରେ ସମନ୍ବୟ ରଖିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଉଥିବା କହିଛନ୍ତି ରାଜସ୍ବ ମନ୍ତ୍ରୀ । ତେଣେ ଏହାକୁ ନେଇ ତେଜିଛି ରାଜନୀତି ।

ମୋହନ ସରକାରଙ୍କର ଇନପୁଟ୍ ସବସିଡିର ଇଫେକ୍ଟ  । ରାଜ୍ୟରେ ଧାନ ଚାଷ ପ୍ରତି ବଢୁଛି ଆଗ୍ରହ । ଉଭୟ ଖରିଫ ଓ ରବିରେ ଚାଷୀ ଏବେ ଧାନ ଚାଷ କରିବାକୁ ମନ ବଳାଉଛନ୍ତି। କାରଣ ଅଧିକ ଫାଇଦା ସହ ଚାଷୀ ଅଣ୍ଟା ଟାଣ ହେଉଛି। ମାତ୍ର ବଢୁଥିବା ଧାନ ଚାଷର ସାଇଡ ଇଫେକ୍ଟ ଏବେ ରାଜ୍ୟ ସରକାର ପାଇଁ ଚିନ୍ତା ବଢାଇଛି। ଯେଉଁ ଚାଷୀ ଆଗରୁ କପା, ମାଣ୍ଡିଆ, ପନିପରିବା, ତୈଳବୀଜ ଓ ଡାଲି ଭଳି ଚାଷ କରୁଥିଲେ ସେମାନେ ଏବେ ଧାନ ଚାଷ ମୁହାଁ। ଫଳରେ ଅନ୍ୟ ଚାଷ ଗୁଡିକ ପ୍ରଭାବିତ ହେଉଛି। ଖୋଦ ରାଜସ୍ବ ମନ୍ତ୍ରୀ ଏକଥା ସ୍ବୀକାର କରିବା ସହ ଚାଷରେ ସମନ୍ବୟ ରଖିବା ପାଇଁ ସରକାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିବା କହିଛନ୍ତି।

ଅନ୍ୟପଟେ ବିରୋଧୀ ଏହାକୁ ନେଇ ସରକାରକୁ ଘେରିଛନ୍ତି। ବିଜେଡି କହିଛି, ସରକାର ନିଜ ଗୋଡକୁ ନିଜେ କୁରାଢୀ ମାଡିଛନ୍ତି। ଆଠ ଶହ ଟଙ୍କା ସହାୟତା ରାଶି ଦେବା ପରେ ଅନ୍ୟ ଚାଷକୁ ପ୍ରୋତ୍ସାହନ ଦେବାକୁ ସରକାରଙ୍କ ପାଖରେ ଆଉ ବଜେଟ ନାହିଁ। ତେଣେ କଂଗ୍ରେସର କହିବା କଥା, ଅନ୍ୟ ଚାଷକୁ ପ୍ରୋତ୍ସାହନ ନଦେବା ଫଳରେ ଆଜି ଏଭଳି ସ୍ଥିତି ସୃଷ୍ଟି ହୋଇଛି।… 

Also Read

 ଆଉ ଏହେଉଛି ବାସ୍ତବତା। ନବରଙ୍ଗପୁରର ଚାଷୀ ସୁଶାନ୍ତ ପାଣିଗ୍ରାହୀ ପୂର୍ବରୁ ନିଜ ୪ ଏକର ଜମିରେ ମକା ଓ ମାଣ୍ଡିଆ ଚାଷ କରୁଥିଲେ। କିନ୍ତୁ ଗତ ବର୍ଷ ଠାରୁ ନୂଆ ସରକାର ଧାନ କୁଇଣ୍ଟାଲ ପ୍ରତି ଆଠ ଶହ ଟଙ୍କା ଇନପୁଟ୍ ସହାୟତା ରାଶି ଦେବା ପରେ ଏବେ ସେ ପୁରା ୪ ଏକର ଜମିରେ କେବଳ ଧାନ ଚାଷ କରିଛନ୍ତି। ସେମିତି ଗୁଣୁପୁରର ଚାଷୀ ବାଳକୃଷ୍ଣ ଶବର ନିଜ ଜମିରେ ପୂର୍ବରୁ କେବଳ କପା ଓ ପରିବା ଚାଷ କରୁଥିଲେ। ମାତ୍ର ଏବେ ସେ ଅଧିକ ଭାଗ ଧାନ ଚାଷ କରିଛନ୍ତି। ପୁରା ରାଜ୍ୟରେ ସ୍ଥିତି ଏବେ ଏମିତି। ଆଠଶହ ଟଙ୍କା ଇନପୁଟ୍ ସହାୟତା ରାଶି ପାଇଁ ଚାଷୀ ଏବେ ଧାନ ଚାଷକୁ ପ୍ରାଥମିକତା ଦେଉଛନ୍ତି।…

 ଧାନ ବିକିବା ପାଇଁ ଗତ ବର୍ଷ ସର୍ବାଧିକ ୧୭ ଲକ୍ଷ ଚାଷୀ ଖରିଫରେ ପଞ୍ଜିକରଣ କରିଥିଲେ।ଏଥର କେବଳ ଚଳିତ ସିଜିନରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୫ ଲକ୍ଷ ଚାଷୀ ପଞ୍ଜିକରଣ କରିସାରିଲେଣି। ଏଥିରୁ ସ୍ପଷ୍ଟ ଯେ ଧାନ ଚାଷୀ ଙ୍କ ସଂଖ୍ୟା କେତେ ବଢୁଛି। ତେବେ ଏଭଳି ସମସ୍ୟାକୁ ସରକାର କିପରି ମୁକାବିଲା କରୁଛନ୍ତି ଓ  ଅନ୍ୟ ଚାଷକୁ କିପରି ପ୍ରୋତ୍ସାହନ ଦେଉଛନ୍ତି ତାଉପରେ ନଜର।

Scroll to Top