ବିଧାନସଭା ଆରମ୍ଭରୁ ଆଜି ବି ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ। କଂଗ୍ରେସ ଓ ବିଜେଡି ସଦସ୍ୟଙ୍କ ହୋହଲ୍ଲା, ନାରାବାଜି।
Credit: OTV
ବିଧାନସଭା
ବିଧାନସଭା ଆରମ୍ଭରୁ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ, ହୋହଲ୍ଲା। ମାତ୍ର ୭ ମିନିଟ ଚାଲି ପାରିଲା ଗୃହ। ଆଜି ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ ବିଜେଡି ବିଧାୟକ।
ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ପ୍ରସଙ୍ଗ ଉଠାଇ ବାଚସ୍ପତିଙ୍କ ପୋଡିୟମ ତଳେ ବିଜେଡି ବିଧାୟକ ମାନେ ନାରାବାଜି କରିଥିଲେ । ସେପଟେ ଗୃହ ଅଚଳାବସ୍ଥା ନେଇ ନିଜ ସିଟରେ ଛିଡା ହୋଇ କଂଗ୍ରେସ ବିଧାୟକ ପ୍ରତିବାଦ କରିଥିଲେ ।
ଅନାସ୍ଥା ନ ଆଣିବାକୁ ଫନ୍ଦି କରିବା ଅଭିଯୋଗରେ ବିଜେପି-ବିଜେଡି ଭାଇ ଭାଇ ପୋଷ୍ଟର ଦେଖାଇ କଂଗ୍ରେସ ବିଧାୟକ ମାନେ ପ୍ରତିବାଦ କରିଥିଲେ । ଖାଲି ସେତିକି ନୁହେଁ ପ୍ଲାକାର୍ଡ, ପୋଷ୍ଟର ଧରି ବିରୋଧୀ ସଦସ୍ୟ ହଟ୍ଟଗୋଳ କରିବା ସହ ହୋହଲ୍ଲା କରିଥିଲେ। ଗୃହରେ ନାରାବାଜୀ ଜାରି ରହିବାରୁ ଗୃହ କାର୍ଯ୍ୟ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି।
Also Read
ଗତ ୧୮ ତାରିଖରେ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିଲେ ମଧ୍ୟ ଗୋଟିଏ ଦିନ ବି ସୁରୁଖୁରୁରେ ଗୃହ ଚାଲିପାରି ନାହିଁ। ପ୍ରତିଦିନ ଗୃହରେ କୌଣସି ନା କୌଣସି ପ୍ରସଙ୍ଗକୁ ନେଇ ଶାସକ ବିରୋଧୀ ମୁହାଁମୁହିଁ ହେଉଛନ୍ତି। ଫଳରେ ବାରମ୍ବାର ଗୃହ ମୁଲତବି କରୁଛନ୍ତି ବାଚସ୍ପତି।





