ପାତି ସିଂ ହୀରାମଣି ପାତ୍ରଙ୍କୁ ମିଳୁନି ବାର୍ଦ୍ଧକ୍ୟ ଭତ୍ତା । ଔଷଧ ଖର୍ଚ୍ଚ ସହ ଚଳିବାକୁ ଅନେକ ଅସୁବିଧା ହେଉଛି । ଆଖିକୁ ଭଲରେ ଦିଶୁନି, ଠିକ୍ ସେ ଛିଡ଼ା ବି ହୋଇପାରୁନାହାନ୍ତି ।
![]()
/odishatv-khabar/media/media_files/2025/11/05/baleswar-2025-11-05-14-13-58.jpg)
Baleswar Photograph: (OTV)
ଶୁଖିଲା ଆଖି ଯୋଡ଼ାକରେ ଦୁଃଖ ଗୁଡ଼ାକ ବସା ବାନ୍ଧି ରହିଛି । ପର କରିଛି ପୁଅ, ପ୍ରଶାସନ ବି ମୁହଁ ଚାହୁଁନି । ଗୋଡ଼ରେ ଗଛ ପଡ଼ିଯିବାରୁ ଗୋଟିଏ ଗୋଡ଼ କଟା ଯାଇଛି । ଫଳରେ ନିଜର ଭାଗ୍ୟକୁ ଦେଷ ଦେଇ ଏକ ଝାଟିମାଟି ଘର ଭିତରେ ପଡ଼ି ରହିଛନ୍ତି । ଇଏ ହେଉଛନ୍ତି ବାଲେଶ୍ଵର ଜିଲ୍ଳା ରେମୁଣା ବ୍ଲକ୍ ଆଳଦା ଗାଁର ପାତି ସିଂ । ତାଙ୍କର ସମ୍ବଳ କହିଲେ ଭଙ୍ଗା ଛପର ଘର ଖଣ୍ଡକ । ସରକାରଙ୍କ ଯୋଜନାରେ ଭିନ୍ନକ୍ଷମଙ୍କୁ ୩ହଜାର ୫ଶହ ଟଙ୍କା ଭତ୍ତା ମିଳିବାକୁ ଥିବା ବେଳେ ପାତିଙ୍କୁ ମିଳୁଛି ମାସକୁ ମାତ୍ର ହଜାରେ ଟଙ୍କା । ଯେଉଁଥିରେ ପତିଙ୍କୁ ଔଷଧ ଖର୍ଚ୍ଚ ସହ ଚଳିବାକୁ ଅନେକ ଅସୁବିଧା ହେଉଛି ।
ସେହିଭଳି ପାତିଙ୍କ ପରି ଆଉ ଜଣେ ଦୁଃଖିନୀ ହେଉଛନ୍ତି ହୀରାମଣି ପାତ୍ର । ବୟସ ୯୧ ଟପି ସାରିଥିଲେ ମଧ୍ୟ ତାଙ୍କୁ ବି ମିଳୁନି ୩ହଜାର ୫ଶହ ଟଙ୍କା ଭତ୍ତା । ସାଧାରଣ ବୃଦ୍ଧ-ବୃଦ୍ଧାଙ୍କ ପରି ସେ ବି ହଜାରେ ଟଙ୍କା ପାଉଛନ୍ତି । ଆଖିକୁ ଭଲରେ ଦିଶୁନି, ଠିକ୍ ସେ ଛିଡ଼ା ବି ହୋଇପାରୁନାହାନ୍ତି । ବୟସାଧିକ କାରଣରୁ ଔଷଧ ଖର୍ଚ୍ଚ ବଢ଼ିଯାଇଛି ।
ସରକାରଙ୍କ ନିୟମ ଅନୁସାରେ ୮୦ ବର୍ଷ ବୟସରୁ ଊର୍ଦ୍ଧ୍ବ ବୃଦ୍ଧ-ବୃଦ୍ଧାଙ୍କ ପାଇଁ ୫ ସହ ଟଙ୍କା ଭତ୍ତା ପାଇବାର ନିୟମ ରହିଛି । ସେହିପରି ୮୦ ପ୍ରତିଶତ ଭିନ୍ନକ୍ଷମ ଥିଲେ ବି ମିଳିବ ୩ ହଜାର ୫ ସହ ଟଙ୍କା ଭତ୍ତା । ହେଲେ ହୀରା ମାଉସଙ୍କ ବୟସ ୯୨ ହୋଇଥିଲେ ବି ତାଙ୍କ ପାଇଁ ସପନ ପାଲଟିଛି ।




