ଅକ୍ଟୋବର ଆସିଲେ ଓଡ଼ିଶା ମୁହାଁ ହୁଏ ବାତ୍ୟା । ତେଣୁ ଅକ୍ଟୋବର ଆସିଲେ ଓଡିଶା ଲୋକଙ୍କ ମନରେ ଛନକା ପଶେ । ୧୯୯୯ ଅକ୍ଟୋବର ୨୯ରେ ଆସିଥିବା ମହାବାତ୍ୟାରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିଲା।
![]()
/odishatv-khabar/media/media_files/2025/10/27/october-cyclone-2025-10-27-14-01-16.jpg)
October Cyclone Photograph: (OTV)
୧୯୯୯ ମହାବାତ୍ୟା ହେଉ କି ୨୦୧୩ ଫାଇଲିନ୍ । ହୁଡୁହୁଡ଼ୁଠୁ ଆରମ୍ଭ କରି ତିତିଲି ଆଉ ଦାନା । ଆଉ ଏଥର ଯଦିଓ ଓଡ଼ିଶାରେ ମାଡ଼ ହେବନି ତଥାପି ଓଡ଼ିଆକୁ ପ୍ରଭାବିତ କରିବ ଅକ୍ଟୋବର ମାସିଆ ବାତ୍ୟା ମୋନ୍ଥା । ଅତୀତକୁ ଦେଖିଲେ ଓଡ଼ିଶାକୁ ବଡ଼ ବାତ୍ୟା ଅକ୍ଟୋବର ମାସରେ ହିଁ ଆସିଛି। ସତେ ଯେମିତି ଅକ୍ଟୋବର ମାସ, ବାତ୍ୟାର ମାସ ।
ଅକ୍ଟୋବର ଆସିଲେ ଓଡ଼ିଶା ମୁହାଁ ହୁଏ ବାତ୍ୟା । ତେଣୁ ଅକ୍ଟୋବର ଆସିଲେ ଓଡିଶା ଲୋକଙ୍କ ମନରେ ଛନକା ପଶେ । ୧୯୯୯ ଅକ୍ଟୋବର ୨୯ରେ ଓଡ଼ିଶାରେ ତାଣ୍ଡବ ରଚିଥିଲା ପ୍ରଳୟଙ୍କରୀ ମହାବାତ୍ୟା । ଯେଉଁଥିରେ ଚାଲିଯାଇଥିଲା ହଜାର ହଜାର ଲୋକଙ୍କ ଜୀବନ ।
ସେହିଭଳି ୨୦୧୩, ଅକ୍ଟୋବର ୧୨ରେ ଗୋପାଳପୁରରେ ସ୍ଥଳ ଭାଗ ଛୁଇଁଥିଲା ବାତ୍ୟା ଫାଇଲିନ୍ । ୨୦୧୪, ଅକ୍ଟୋବର ୧୨ରେ ହୁଡୁହୁଡୁ, ୨୦୧୮, ଅକ୍ଟୋବରରେ ତିତଲି । ୨୦୨୪, ଅକ୍ଟୋବରରେ ଦାନା ଓଡ଼ିଶାରେ ତାଣ୍ଡବ ରଚିଥିଲା ।
ତେବେ ଅକ୍ଟୋବରରେ କାହିଁକି ଓଡ଼ିଶାକୁ ମୁହାଁଏ ବାତ୍ୟା? ପାଣିପାଗ ବିଜ୍ଞାନୀଙ୍କ ମତରେ, ଅକ୍ଟୋବର ମାସ ବାତ୍ୟା ପ୍ରବଣ ମାସ । ଅକ୍ଟୋବରରୁ ଡିସେମ୍ବର ଭିତରେ ବଙ୍ଗୋପସାଗରରେ ଅଧିକ ବାତ୍ୟା ସୃଷ୍ଟି ହୋଇଥାଏ ।
ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଲେଉଟାଣି ସମୟ ଅକ୍ଟୋବର । ଏହି ସମୟରେ ଉତ୍ତର-ପୂର୍ବ ମୌସୁମୀ ବାୟରୁ ଆଗମନୀ ସମୟ । ଏତିକି ବେଳେ ବଙ୍ଗୋପସାଗର ଗରମ ଥାଏ । ଏହି ସମୟ ହିଁ ବାତ୍ୟା ପାଇଁ ଅନୁକୂଳ ।
ଅଧିକ ଦେଖନ୍ତୁ:
• କାହିଁକି ଅକ୍ଟୋବରରେ ବାତ୍ୟା ?
• ଅକ୍ଟୋବର ମାସ ବାତ୍ୟା ପ୍ରବଣ ମାସ
• ଅକ୍ଟୋବରରୁ ଡିସେମ୍ବର ଭିତରେ ବଙ୍ଗୋପସାଗରରେ ଅଧିକ ବାତ୍ୟା ସୃଷ୍ଟି ହୋଇଥାଏ
• ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଲେଉଟାଣି ସମୟ ଅକ୍ଟୋବର
• ଏହି ସମୟରେ ଉତ୍ତର-ପୂର୍ବ ମୌସୁମୀ ବାୟରୁ ଆଗମନୀ ସମୟ
• ଏତିକି ବେଳେ ବଙ୍ଗୋପସାଗର ଗରମ ଥାଏ
• ମୌସୁମୀ ବାୟୁର ଲେଉଟାଣି ସମୟ ବାତ୍ୟା ପାଇଁ ଅନୁକୂଳ
• ୧୯୯୯ ଅକ୍ଟୋବର ୨୯ରେ ମହାବାତ୍ୟା
• ୨୦୧୩, ଅକ୍ଟୋବର ୧୨ରେ ଫାଇଲିନ୍
• ୨୦୧୪, ଅକ୍ଟୋବର ୧୨ରେ ହୁଡୁହୁଡୁ
• ୨୦୧୮, ଅକ୍ଟୋବରରେ ତିତଲି
• ୨୦୨୪, ଅକ୍ଟୋବରରେ ଦାନା




