NHRCରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲା, ଷଡ଼ଯନ୍ତ୍ରକାରୀ ଓ ତାଙ୍କ ମା’ଙ୍କୁ ଅଶାଳୀନ ବ୍ୟବହାର ଓ ଆକ୍ରମଣକାରୀକୁ ଗିରଫ ଦାବି

nhrcରେ-କଣ୍ଠଶିଳ୍ପୀ-ହ୍ୟୁମାନ-ସାଗରଙ୍କ-ମୃତ୍ୟୁ-ମାମଲା,-ଷଡ଼ଯନ୍ତ୍ରକାରୀ-ଓ-ତାଙ୍କ-ମା’ଙ୍କୁ-ଅଶାଳୀନ-ବ୍ୟବହାର-ଓ-ଆକ୍ରମଣକାରୀକୁ-ଗିରଫ-ଦାବି

ଭୁବନେଶ୍ବର ୧୧ଜାତୀୟ ମାନବିକ ଅଧିକାର କମିଶନରେ ଓଡ଼ିଆ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲା । ଉତ୍କଳୀୟମ୍ ଫାଉଣ୍ଡେସନ ପକ୍ଷରୁ ମାମଲା ରୁଜୁ ହୋଇଛି । ହ୍ୟୁମାନ ସାଗରଙ୍କର ମୃତ୍ୟୁ ପଛର ଷଡ଼ଯନ୍ତ୍ରକାରୀ ଓ ତାଙ୍କ ମା’ଙ୍କୁ ଅଶାଳୀନ ବ୍ୟବହାର ଓ ଆକ୍ରମଣକାରୀଙ୍କୁ ଗିରଫ ସହ ତୁରନ୍ତ ମାମଲାର ବିଚାର ପାଇଁ ଦାବି ହୋଇଛି ।

ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଚର୍ଚ୍ଚିତ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗରଙ୍କ ମୃତ୍ୟୁ ନେଇ ଆରୋପ ପ୍ରତ୍ୟାରୋପ ଲାଗି ରହିଛି । ହ୍ୟୁମାନଙ୍କ ମା’ ପୂର୍ବରୁ ଅଭିଯୋଗ ଆଣିଥିଲେ ଯେ ତାଙ୍କ ପୁଅକୁ ବ୍ୟବହାର କରାଯାଇଛି ଏବଂ ଜାଣି ଜାଣି ମାରି ଦିଆଯାଇଛି । ଏହି ଘଟଣାରେ ଓଡ଼ିଶାର ପ୍ରତିଷ୍ଠିତ ଏକ ସାମାଜିକ ସଂଗଠନ “ଉତ୍କଳୀୟମ୍ ଫାଉଣ୍ଡେସନ” ତରଫରୁ ଓଡ଼ିଆ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କର ମୃତ୍ୟୁ ପଛର ଷଡ଼ଯନ୍ତ୍ରକାରୀ ଓ ତାଙ୍କ ମା’ଙ୍କୁ ଅଶାଳୀନ ବ୍ୟବହାର ଓ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ ସହ ମାମଲାର ଉପଯୁକ୍ତ ବିଚାର ପାଇଁ, ଭାରତୀୟ ଜାତୀୟ ମାନବିକ ଅଧିକାର କମିଶନଙ୍କ ନିକଟରେ ମାମଲା ରୁଜୁ ହୋଇଛି । ପିଟିସନରେ କୁହାଯାଇଛି ଯେ, ଷଡ଼ଯନ୍ତ୍ର କରି ହ୍ୟୁମାନଙ୍କୁ ମାରି ଦିଆଯାଇଛି ଓ ଏହାକୁ ହତ୍ୟା ଅଭିଯୋଗ କରି ଆସୁଥିବା ତାଙ୍କ ମା’ଙ୍କୁ ବି ଅଶାଳୀନ ଭାଷାରେ ଗାଳିଗୁଲଜ ସହ ଆକ୍ରମଣର ମଧ୍ୟ ଅଭିଯୋଗ ହୋଇଛି ।

ଏହାସହ ଅଦାଲତରେ ନିକଟରେ ‘ଉତ୍କଳୀୟମ୍ ଫାଉଣ୍ଡେସନ’ର ଅଧ୍ୟକ୍ଷ ତଥା ଆଇନଜୀବୀ ରାଜୀବ ଲୋଚନ ପ୍ରଧାନଙ୍କ ତରଫରୁ ପ୍ରାର୍ଥନା ହୋଇଛି ଯେ, ଉକ୍ତ ଘଟଣାରେ ସଂଶ୍ଳିଷ୍ଟ ଦୋଷୀ ମାନଙ୍କୁ ତୁରନ୍ତ ଗିରଫ ସହ ସ୍ବର୍ଗତ ହ୍ୟୁମାନ ସାଗରଙ୍କ କଷ୍ଟ ଅର୍ଜିତ ଆୟକୁ ତୁରନ୍ତ ତାଙ୍କ ପରିବାରକୁ ପ୍ରଦାନ କରିବା ସହ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ବି ତାଙ୍କ ପରିବାରକୁ ପ୍ରଦାନ କରାଯାଉ l

Scroll to Top