N

n

୪ଟି ଶ୍ରମ ସଂହିତା ଲାଗୁ କଲେ କେନ୍ଦ୍ର ସରକାର। ସ୍ଥିର- ଅବଧି କର୍ମଚାରୀଙ୍କୁ ସ୍ଥାୟୀ କର୍ମଚାରୀଙ୍କ ଭଳି ମିଳିବ ସୁବିଧା। ପାଞ୍ଚ ବର୍ଷ ବଦଳରେ ମାତ୍ର ଗୋଟିଏ ବର୍ଷ ପରେ ଗ୍ରାଚ୍ୟୁଇଟି ପାଇଁ ଯୋଗ୍ୟ।

author-image

New Labour Laws

New Labour Laws Photograph: (OTV)

ଦେଶରେ ସରଳ ଓ ସୁଗମ ହେବ ଶ୍ରମ ଆଇନ। କାରଣ ୪ଟି ଶ୍ରମ ସଂହିତା ଲାଗୁ କଲେ କେନ୍ଦ୍ର ସରକାର। ମଜୁରୀ ସଂହିତା-୨୦୧୯, ଶିଳ୍ପ ସମ୍ପର୍କ ସଂହିତା-୨୦୨୦, ସାମାଜିକ ସୁରକ୍ଷା ସଂହିତା-୨୦୨୦ ଏବଂ ବୃତ୍ତିଗତ ନିରାପତ୍ତା, ସ୍ୱାସ୍ଥ୍ୟ ଏବଂ କାର୍ଯ୍ୟ ପରିସ୍ଥିତି ସଂହିତା-୨୦୨୦ – କାର୍ଯ୍ୟକାରୀ ହୋଇଛି।

ଏହା ୨୯ଟି ପ୍ରଚଳିତ ଶ୍ରମ ଆଇନକୁ ପରିବର୍ତ୍ତନ କରିବ। ଏଣିକି ସ୍ଥିର- ଅବଧି କର୍ମଚାରୀଙ୍କୁ ସ୍ଥାୟୀ କର୍ମଚାରୀଙ୍କ ଭଳି ସମସ୍ତ ପ୍ରକାରର ସମାନ ସୁବିଧା ମିଳିବ। ପାଞ୍ଚ ବର୍ଷ ବଦଳରେ ମାତ୍ର ଗୋଟିଏ ବର୍ଷ ପରେ ଗ୍ରାଚ୍ୟୁଇଟି ପାଇଁ ଯୋଗ୍ୟ ହୋଇପାରିବେ। ସ୍ଥାୟୀ କର୍ମଚାରୀଙ୍କ ଭଳି ସେମାନଙ୍କୁ ସମାନ ଦରମା, ଆୟ ବୃଦ୍ଧି ଏବଂ ସୁରକ୍ଷା ମିଳିବ।

ଆଧାର-ଲିଙ୍କ୍ ହୋଇଥିବା ୟୁନିଭର୍ସାଲ ଆକାଉଣ୍ଟ ନମ୍ବର ମାଧ୍ୟମରେ କଲ୍ୟାଣମୂଳକ ଲାଭଗୁଡ଼ିକ ସହଜରେ ମିଳିଯିବ। ଶ୍ରମିକମାନେ ବାର୍ଷିକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷାର ସୁବିଧା ପାଇବେ। ସମାନ କାମ ପାଇଁ ସମାନ ଦରମା ସୁନିଶ୍ଚିତ କରାଯିବ। ମହିଳାମାନଙ୍କୁ ରାତି ଶିଫ୍ଟରେ ଏବଂ ସମସ୍ତ ପ୍ରକାରର କାମ କରିବା ପାଇଁ ଅନୁମତି ଦିଆଯାଇଛି। ଅଭିଯୋଗ ସମାଧାନ କମିଟିରେ ମହିଳା ପ୍ରତିନିଧିତ୍ୱ ବାଧ୍ୟତାମୂଳକ ହୋଇଛି ।

ସମସ୍ତ ଶ୍ରମିକଙ୍କ ପାଇଁ ସର୍ବନିମ୍ନ ମଜୁରୀ ସୁନିଶ୍ଚିତ କରାଯିବା ସହିତ ଶ୍ରମିକଙ୍କୁ ନିଯୁକ୍ତି ପତ୍ର ମିଳିବ। ନିଯୁକ୍ତିଦାତାଙ୍କ ଦ୍ୱାରା ଶ୍ରମିକ ଶୋଷଣ ନିଷିଦ୍ଧ ହୋଇଥିବା ବେଳେ ଛୁଟି ସମୟରେ ମଜୁରୀ ପ୍ରଦାନ ବାଧ୍ୟତାମୂଳକ କରାଯାଇଛି। ଏମଏସଏମଇ ଶ୍ରମିକଙ୍କୁ କ୍ୟାଣ୍ଟିନ୍, ପାନୀୟ ଜଳ ଏବଂ ବିଶ୍ରାମ ସ୍ଥାନ ଭଳି ସୁବିଧା ଯୋଗାଇ ଦିଆଯିବ। ସେମାନଙ୍କୁ ଦ୍ୱିଗୁଣିତ ଓଭରଟାଇମ୍ ମଜୁରୀ ଏବଂ ଦରମାପ୍ରାପ୍ତ ଛୁଟି ପାଇଁ ବ୍ୟବସ୍ଥା ରହିବ।

ବିଡ଼ି ଏବଂ ସିଗାରେଟ୍ ଶ୍ରମିକଙ୍କ ପାଇଁ ସପ୍ତାହକୁ ୪୮ ଘଣ୍ଟା ସୀମିତ କାର୍ଯ୍ୟ ରଖାଯାଇଛି। ନିର୍ଦ୍ଧାରିତ ଘଣ୍ଟାଠାରୁ ଅଧିକ ସମୟ କାମ କଲେ ଅତି କମରେ ଦୁଇ ଗୁଣା ଦରମା ଦିଆଯିବ। ବର୍ଷରେ ୩୦ ଦିନ କାମ ସମାପ୍ତ କରିବା ପରେ ଶ୍ରମିକମାନେ ବୋନସ ପାଇବାକୁ ଯୋଗ୍ୟ ହେବେ। ସମସ୍ତ ପ୍ରବାସୀ ଶ୍ରମିକ ସମାନ ମଜୁରୀ, କଲ୍ୟାଣକାରୀ ଲାଭ ଏବଂ ପିଡିଏସ୍ ପୋର୍ଟେବିଲିଟି ଲାଭ ପାଇବେ।

ଆଇଟି ଏବଂ ଆଇଟିଇଏସ୍ କର୍ମଚାରୀଙ୍କ କ୍ଷେତ୍ରରେ ପ୍ରତି ମାସର ୭ ତାରିଖ ସୁଦ୍ଧା ଦରମା ପ୍ରଦାନ ବାଧ୍ୟତାମୂଳକ । ସଂହିତାଗୁଡ଼ିକ ଏକତ୍ର ହୋଇ ଶ୍ରମିକ ଏବଂ ଉଦ୍ୟୋଗ ଉଭୟଙ୍କୁ ସଶକ୍ତ କରିବ ବୋଲି ଆଶା କରାଯାଇଛି। ନୂଆ ୪ ଲେବର୍ କୋଡ୍ ଲାଗୁ ନେଇ ଉଭୟ ପ୍ରଧାନମନ୍ତ୍ରୀ ମୋଦି ଏବଂ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ମନସୁଖ ମାଣ୍ଡଭିୟ।

•    ୪ଟି ଶ୍ରମ ସଂହିତା ଲାଗୁ କଲେ କେନ୍ଦ୍ର ସରକାର
•    ମଜୁରୀ ସଂହିତା-୨୦୧୯, ଶିଳ୍ପ ସମ୍ପର୍କ ସଂହିତା-୨୦୨୦
•    ସାମାଜିକ ସୁରକ୍ଷା ସଂହିତା-୨୦୨୦ ଲାଗୁ
•    ବୃତ୍ତିଗତ ନିରାପତ୍ତା, ସ୍ୱାସ୍ଥ୍ୟ ଏବଂ କାର୍ଯ୍ୟ ପରିସ୍ଥିତି ସଂହିତା-୨୦୨୦ କାର୍ଯ୍ୟକାରୀ 
•    ସ୍ଥିର- ଅବଧି କର୍ମଚାରୀଙ୍କୁ ସ୍ଥାୟୀ କର୍ମଚାରୀଙ୍କ ଭଳି ମିଳିବ ସୁବିଧା
•    ପାଞ୍ଚ ବର୍ଷ ବଦଳରେ ମାତ୍ର ଗୋଟିଏ ବର୍ଷ ପରେ ଗ୍ରାଚ୍ୟୁଇଟି ପାଇଁ ଯୋଗ୍ୟ
•    ସ୍ଥାୟୀ କର୍ମଚାରୀଙ୍କ ଭଳି ସମାନ ଦରମା , ଆୟ ବୃଦ୍ଧି ଏବଂ ସୁରକ୍ଷା
•    ଶ୍ରମିକମାନେ ବାର୍ଷିକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷାର ସୁବିଧା ପାଇବେ
•    ସମାନ କାମ ପାଇଁ ସମାନ ଦରମା ସୁନିଶ୍ଚିତ କରାଯିବ
•    ମହିଳାମାନଙ୍କୁ ରାତି ସିଫ୍ଟରେ କାମ କରିବାକୁ ଅନୁମତି
•    ଅଭିଯୋଗ ସମାଧାନ କମିଟିରେ ମହିଳା ପ୍ରତିନିଧିତ୍ୱ ବାଧ୍ୟତାମୂଳକ
•    ସମସ୍ତ ଶ୍ରମିକଙ୍କ ପାଇଁ ସର୍ବନିମ୍ନ ମଜୁରୀ ସୁନିଶ୍ଚିତ 
•    ଛୁଟି ସମୟରେ ମଜୁରୀ ପ୍ରଦାନ ବାଧ୍ୟତାମୂଳକ
•    ଦୁଇଗୁଣା ଓଭରଟାଇମ୍ ମଜୁରୀ ଏବଂ ଦରମାପ୍ରାପ୍ତ ଛୁଟି ପାଇଁ ବ୍ୟବସ୍ଥା
•    ବିଡ଼ି ଏବଂ ସିଗାର ଶ୍ରମିକଙ୍କ ପାଇଁ ସପ୍ତାହକୁ ୪୮ ଘଣ୍ଟା ସୀମିତ କାର୍ଯ୍ୟ 
•    ୩୦ ଦିନ କାମ କରିବା ପରେ ଶ୍ରମିକମାନେ ବୋନସ ପାଇବାକୁ ଯୋଗ୍ୟ
•    ଆଇଟି ଏବଂ ଆଇଟିଇଏସ୍ କର୍ମଚାରୀଙ୍କୁ ମାସର ୭ ତାରିଖ ସୁଦ୍ଧା ଦରମା

Scroll to Top