N

n

ନୂଆ ଆଧାର କାର୍ଡରେ କେବଳ ଫଟୋ ଏବଂ ଏକ QR କୋଡ୍ ରହିବ। ପୂର୍ବରୁ ଥିବା ନାଁ, ଠିକଣା ଏବଂ ଆଧାର କାର୍ଡ ନମ୍ବର ହଟାଇ ଦିଆଯିବ। UIDAI ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଘୋଷଣା କରିଛନ୍ତି।

author-image

New-Aadhaar-Design

New-Aadhaar-Design Photograph: (OTV)

ଆଜିକାଲି ଆଧାର କାର୍ଡ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଥିବା ବେଳେ ଏହାର ଅପବ୍ୟବହାର ମଧ୍ୟ ବଢିବାରେ ଲାଗିଛି। ଏନେଇ ସରକାର ଆଧାରକୁ ଅଧିକ ସୁରକ୍ଷିତ କରିବା ପାଇଁ ପରିବର୍ତ୍ତନ ଘୋଷଣା କରିଛନ୍ତି। ନୂଆ ଆଧାର କାର୍ଡରେ କେବଳ ଫଟୋ ଏବଂ ଏକ QR କୋଡ୍ ରହିବ। ପୂର୍ବରୁ ଥିବା ନାଁ, ଠିକଣା ଏବଂ ଆଧାର କାର୍ଡ ନମ୍ବର ହଟାଇ ଦିଆଯିବ।
UIDAI ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବା CEO  ଭୁବନେଶ କୁମାର କହିଛନ୍ତି, ପ୍ରାଧିକରଣ ଡିସେମ୍ବରରେ ଏକ ନୂଆ ନିୟମ ଆଣିବାକୁ ବିଚାର କରୁଛି। ଯାହା ଦ୍ଵାରା ହୋଟେଲ, ଇଭେଣ୍ଟ ଆୟୋଜକ ଇତ୍ୟାଦି ସଂସ୍ଥାଗୁଡ଼ିକ ଦ୍ୱାରା ଅଫଲାଇନ୍ ଯାଞ୍ଚକୁ ନିରୁତ୍ସାହିତ କରାଯାଇପାରିବ। ଏହା ସହିତ ବ୍ୟକ୍ତିମାନଙ୍କର ଗୋପନୀୟତା ରକ୍ଷାହେବ।
କୁମାର କହିଛନ୍ତି, “କାର୍ଡରେ ଅତିରିକ୍ତ ବିବରଣୀ କାହିଁକି ଆବଶ୍ୟକ ତାହା ଆମେ ବିଚାର କରୁଛୁ। ଏଥିରେ କେବଳ ଏକ ଫଟୋ ଏବଂ ଏକ QR କୋଡ୍ ରହିବା ଉଚିତ। ଯଦି ଆମେ ଅଧିକ ସୂଚନା ଦେଉ, ତେବେ ଯେଉଁମାନେ ଏହାର ଅପବ୍ୟବହାର ଜାଣିଛନ୍ତି ସେମାନେ ଏପରି କରି ଚାଲିବେ।”


ଏହାର ଅର୍ଥ ହେଉଛି ଏବେ ଆଧାର କାର୍ଡରେ କେବଳ ଆପଣଙ୍କର ଫଟୋ ଏବଂ ଏକ QR କୋଡ୍ ରହିବ, ଯେଉଁଥିରେ ଆପଣଙ୍କର ସମସ୍ତ ସୂଚନା ସୁରକ୍ଷିତ ରହିବ ଏବଂ ଏହାର ଅପବ୍ୟବହାର ହୋଇପାରିବ ନାହିଁ।
ଆଧାର ଆଇନ ଅନୁଯାୟୀ, ଜଣେ ବ୍ୟକ୍ତିଙ୍କ ଆଧାର ନମ୍ବର କିମ୍ବା ବାୟୋମେଟ୍ରିକ୍ ସୂଚନା ଅଫଲାଇନ୍ ଯାଞ୍ଚ ପାଇଁ ରଖିପାରିବେ ନାହିଁ। ତଥାପି, ଅନେକ ସଂସ୍ଥା ଆଧାର କାର୍ଡର ଫଟୋକପି ରଖନ୍ତି।
ଏପରି ପରିସ୍ଥିତିରେ, ଆଧାରର ଠକେଇ କିମ୍ବା ଅପବ୍ୟବହାର ହେବାର ସମ୍ଭାବନା ରହିଛି। ଏହାକୁ ରୋକିବା ପାଇଁ, ଏବେ ସମସ୍ତ ଆଧାର ସୂଚନାକୁ ଗୋପନୀୟ କରାଯାଉଛି, ଯାହା ଦ୍ଵାରା ଅଫଲାଇନ୍ ଯାଞ୍ଚକୁ ସୀମିତ କରାଯିବ ଏବଂ ଲୋକଙ୍କ ସୂଚନାର ଅପବ୍ୟବହାରକୁ ରୋକାଯାଇପାରିବ।

Scroll to Top