N

n

ଆଜି ବିହାର ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବ। ଦଶମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ କୁମାର। ପାଟନା ଗାନ୍ଧୀ ମୈଦାନରେ ଭବ୍ୟ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ।

author-image

Nitish Kumar

Nitish Kumar Photograph: (OTV)

ବିହାରରେ ପୁଣି ନୀତୀଶ ଯୁଗ। ଆଜି ୧୦ମ ଥର ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ନୀତୀଶ କୁମାର। ପାଟନାର ଐତିହାସିକ ଗାନ୍ଧୀ ମୈଦାନରେ ହେବ ଭବ୍ୟ ଶପଥ ଗ୍ରହଣ ସମାରୋହ। ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମିଲ ହେବେ।

ସେହିଭଳି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ରହିବେ। ବିହାରର ନୂଆ ମନ୍ତ୍ରିମଣ୍ଡଳରେ ଏଥର ୧୮ରୁ ୨୦ ମନ୍ତ୍ରୀ ସାମିଲ ହେବା ଅନୁମାନ କରାଯାଉଛି। ନୂଆ ସରକାରର ମୁଖିଆ ଦାୟିତ୍ବ ଗ୍ରହଣ ପୂର୍ବରୁ ନୂଆ ସରକାର ଗଠନ ପାଇଁ ଗତକାଲି ରାଜ୍ୟପାଳଙ୍କୁ ଭେଟିଥିଲେ ନୀତୀଶ କୁମାର।

ନିକଟରେ ଅନୁଷ୍ଠିତ ବିହାର ନିର୍ବାଚନରେ ଏନ଼ଡିଏ ୨୪୩ରୁ ୨୦୨ ଆସନ ଜିତି ବିଶାଳ ବିଜୟ ହାସଲ କରିଥିଲା।

•    ଆଜି ଶପଥ ନେବେ ନୀତିଶ କୁମାର
•    ଆଜି ବିହାର ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବ
•    ଦଶମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ କୁମାର
•    ପାଟନା ଗାନ୍ଧୀ ମୈଦାନରେ ଭବ୍ୟ ଶପଥ ଗ୍ରହଣ ସମାରୋହ
•    ଯୋଗଦେବେ ମୋଦି, ଶାହ ଓ ଏନଡିଏ ଶାସିତ ସିଏମ୍, ଡିସିଏମ୍
•    ସର୍ବସମ୍ମତିକ୍ରମେ ଏନଡିଏ ବିଧାୟକ ଦଳ ନେତା ହେଲେ ନୀତୀଶ

Scroll to Top