ଦିଲ୍ଲୀ ଆତ୍ମଘାତୀ ବିସ୍ଫୋରଣ ଘଟଣାର ପ୍ରଥମ ଗିରଫଦାରୀ। ନିହତ ମାଷ୍ଟର ମାଇଣ୍ଡ ଉମର ଉନ୍ ନବୀର ସହଯୋଗୀ ଗିରଫ। ଦିଲ୍ଲୀରୁ କାଶ୍ମୀର ବାସିନ୍ଦା ଅମିର ରସିଦ ଅଲ୍ଲୀକୁ ଗିରଫ କଲା NIA।
![]()
/odishatv-khabar/media/media_files/2025/11/17/delhi-blast-case-2025-11-17-09-22-15.jpg)
Delhi Blast Case Photograph: (OTV)
ଦିଲ୍ଲୀ ଆତ୍ମଘାତୀ ବିସ୍ଫୋରଣ ଘଟଣାର ପ୍ରଥମ ଗିରଫଦାରି। ନିହତ ମାଷ୍ଟର ମାଇଣ୍ଡ ଉମର ଉନ୍ ନବିର ସହଯୋଗୀକୁ ଗିରଫ କଲା NIA। ଜମ୍ମୁ ଓ କାଶ୍ମୀର, ସାମବୁରା ବାସିନ୍ଦା ଅମିର ରସିଦ ଅଲ୍ଲୀକୁ ଦିଲ୍ଲୀରୁ ଗିରଫ କରାଯାଇଛି। ଆତ୍ମଘାତୀ ଆତଙ୍କୀ ବିସ୍ଫୋରଣ ପାଇଁ ଷଡ଼ଯନ୍ତ୍ର କରିଥିବାରୁ ଗିରଫ ହୋଇଛି ରସିଦ ଅଲ୍ଲୀ।
ତା ନାଁରେ କାର୍ ଟି ପଞ୍ଜୀକୃତ ହୋଇଥିଲା। ଦିଲ୍ଲୀ ଆସି କାର୍ କିଣି ଆତଙ୍କୀ ଆକ୍ରମଣ ପାଇଁ ପୂରା ଯୋଜନା କରିଥିଲା ସେ। ଏଯାବତ NIA ୭୩ ଜଣଙ୍କୁ ଜେରା କରିବା ସହ ତଦନ୍ତ ଜାରି ରଖିଛି। ଦିଲ୍ଲୀ ପୋଲିସ ସହ ଜମ୍ମୁ କାଶ୍ମୀର, ହରିୟାଣା ଓ ଉତ୍ତର ପ୍ରଦେଶ ପୋଲିସ ସହ ସମନ୍ବୟ ରଖି ତଦନ୍ତକୁ ଜୋରଦାର କରିଛି NIA।
ଦିଲ୍ଲୀ ଲାଲକିଲ୍ଲା ପାଖ ମେଟ୍ରୋ ଷ୍ଟେସନ ନିକଟରେ କାର ବିସ୍ଫୋରଣରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା। ୩୦ ଜଣ ଆହତ ହୋଇଥିଲେ।
• ଦିଲ୍ଲୀ ଆତ୍ମଘାତୀ ବିସ୍ଫୋରଣ ଘଟଣାର ପ୍ରଥମ ଗିରଫଦାରୀ
• ନିହତ ମାଷ୍ଟର ମାଇଣ୍ଡ ଉମର ଉନ୍ ନବୀର ସହଯୋଗୀ ଗିରଫ
• କାଶ୍ମୀର ବାସିନ୍ଦା ଅମିର ରସିଦ ଅଲ୍ଲୀ ଗିରଫ
• ଦିଲ୍ଲୀରୁ ଅମିର ରସିଦ ଅଲ୍ଲୀକୁ ଗିରଫ କଲା NIA
• ଆତ୍ମଘାତୀ ଆତଙ୍କୀ ବିସ୍ଫୋରଣ ପାଇଁ ଷଡ଼ଯନ୍ତ୍ର କରିଥିବାରୁ ଗିରଫ
• ଅମିର ରସିଦ ଅଲ୍ଲୀ ନାଁରେ କାର୍ ପଞ୍ଜୀକୃତ ହୋଇଥିଲା
• ଦିଲ୍ଲୀ ଆସି କାର୍ କିଣି ଆତଙ୍କୀ ଆକ୍ରମଣ ପାଇଁ ଯୋଜନା କରିଥିଲା
• ଏଯାଏଁ ୭୩ ଜଣଙ୍କୁ NIA ଜେରା କରିଛି




