ଆସନ୍ତାକାଲି ନୂଆପଡ଼ା ଭୋଟ୍ । ଆଜି ଇଭିଏମ ସହ ବୁଥ୍ ଯିବେ ପୋଲିଂ ଟିମ୍। ୩୫୮ଟି ବୁଥରୁ ୪୭ଟି ସମ୍ବେଦନଶୀଳ ଓ ୮ଟି ଅତି ସମ୍ବେଦନଶୀଳ। ପ୍ରତି ପୋଲିଂ ପାର୍ଟି ସହ ୫ ଜଣ ସରକାରୀ କର୍ମଚାରୀ ବୁଥକୁ ଯିବେ।
![]()
/odishatv-khabar/media/media_files/2025/11/10/nuapada-2025-11-10-09-58-29.jpg)
NUAPADA Photograph: (OTV)
ଆସନ୍ତାକାଲି ନୂଆପଡ଼ା ଭୋଟ୍ । ଉପନିର୍ବାଚନରେ ନୂଆ ବିଧାୟକ ବାଛିବ ନୂଆପଡ଼ା। ସେଇଥିପାଇଁ ଜୋରଦାର ପ୍ରସ୍ତୁତି।ଆଜି ଇଭିଏମ, ଭିଭିପାଟ୍ ଓ ଅନ୍ୟ ସାଜସରଞ୍ଜାମ ସହ ନିର୍ବାଚନ ମଣ୍ଡଳୀର ବିଭିନ୍ନ ବୁଥ୍ ଅଭିମୁଖେ ବାହାରିବେ ପୋଲିଂ ଟିମ୍। ଏଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ଗାଡ଼ି ରିକ୍ୟୁଜିସନ୍ ସରିଯାଇଛି। ନିର୍ବାଚନ ମଣ୍ଡଳୀରେ ଥିବା ମୋଟ୍ ୩୫୮ଟି ବୁଥ୍ ଭିତରୁ ୪୭ଟି ସମ୍ବେଦନଶୀଳ ଓ ୮ଟିକୁ ଅତି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି। ପ୍ରତି ପୋଲିଂ ପାର୍ଟି ସହ ୫ ଜଣ ସରକାରୀ କର୍ମଚାରୀ ବୁଥକୁ ଯିବେ। ସୁନାବେଡ଼ା ଅଭୟାରଣ୍ୟ ଭିତରେ ଥିବା ମାଓପ୍ରବଣ ୮ଟି ବୁଥ୍ ଉପରେ କଡ଼ା ନଜର ରଖାଯାଇଛି। ଏହିସବୁ ବୁଥକୁ ପୋଲିଂ ପାର୍ଟିଙ୍କୁ ନେବାକୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟରର ବ୍ୟବସ୍ଥା କରାଯାଇଛି।
ମୋଟ୍ ୨ ଲକ୍ଷ ୫୩ ହଜାର ୬୨୪ ଜଣ ଭୋଟର ମତଦାନ କରିବେ। ଯେଉଁଥିରେ ମହିଳାଙ୍କ ସଂଖ୍ୟା ସର୍ବାଧିକ ୧ ଲକ୍ଷ ୨୯ ହଜାର ୪୯୫ ଓ ପୁରୁଷଙ୍କ ସଂଖ୍ୟା ୧ ଲକ୍ଷ ୨୪ ହଜାର ୧୦୮। କେବଳ ମାଓ ଅଧ୍ୟୁଷିତ ଓ ଦୁର୍ଗମ ୪୭ଟି ବୁଥରେ ମତଦାନ ୭ଟାରୁ ଆରମ୍ଭ ହୋଇ ଅପରାହ୍ଣ ୪ଟାରେ ଶେଷ ହେବାକୁ ଥିବା ବେଳେ ବାକି ସବୁଠି ମତଦାନ ଅପରାହ୍ଣ 5ଟା ଯାଏଁ ଚାଲିବ। ନିର୍ବାଚନକୁ ମୁକ୍ତ ଓ ଅବାଧ କରିବାକୁ ସମସ୍ତ ୩୫୮ଟି ବୁଥରେ ୱେବକାଷ୍ଟିଂର ବ୍ୟବସ୍ଥା କରାଯାଇଛି। ସେହିପରି ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବି ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ୧୪ କଂପାନୀ କେନ୍ଦ୍ରୀୟ ଫୋର୍ସ ସହ ସମ୍ବେଦନଶୀଳ ବୁଥରେ ସଶସ୍ତ୍ର ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି। କାଲି ମତଦାନ ପରେ ୧୪ ତାରିଖରେ ହେବ ଭୋଟ୍ ଗଣତି ହେବ।
• ଆସନ୍ତାକାଲି ନୂଆପଡ଼ା ଭୋଟ୍
• ଆଜି ଇଭିଏମ ସହ ବୁଥ୍ ଯିବେ ପୋଲିଂ ଟିମ୍
• ୩୫୮ଟି ବୁଥରୁ ୪୭ଟି ସମ୍ବେଦନଶୀଳ ଓ ୮ଟି ଅତି ସମ୍ବେଦନଶୀଳ
• ପ୍ରତି ପୋଲିଂ ପାର୍ଟି ସହ ୫ ଜଣ ସରକାରୀ କର୍ମଚାରୀ ବୁଥକୁ ଯିବେ
• ମାଓପ୍ରବଣ ୮ଟି ବୁଥ୍ ଉପରେ କଡ଼ା ନଜର
• ପୋଲିଂ ପାର୍ଟିଙ୍କୁ ନେବାକୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟରର ବ୍ୟବସ୍ଥା
• ମୋଟ୍ ୨ ଲକ୍ଷ ୫୩ ହଜାର ୬୨୪ ଜଣ ଭୋଟର ମତଦାନ କରିବେ
• ମହିଳା ଭୋଟରଙ୍କ ସଂଖ୍ୟା ସର୍ବାଧିକ ୧ ଲକ୍ଷ ୨୯ ହଜାର ୪୯୫
• ପୁରୁଷ ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୨୪ ହଜାର ୧୦୮
• ୪୭ଟି ବୁଥରେ ମତଦାନ ୭ଟାରୁ ଅପରାହ୍ଣ ୪ଟା ଯାଏଁ
• ୧୪ କଂପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ
• ସମ୍ବେଦନଶୀଳ ବୁଥରେ ସଶସ୍ତ୍ର ସୁରକ୍ଷାକର୍ମୀ ନିୟୋଜିତ




