ନୂଆପଡ଼ା ଉପ-ନିର୍ବାଚନ ପାଇଁ ଭୋଟ୍ ପଡ଼ିବା ନେଇ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି। ରବିବାର ଅପରାହ୍ଣ ୪ଟାରୁ ସାଇଲେନ୍ସ ପିରିୟଡ୍ ବି ଲାଗୁ ହୋଇସାରିଛି। ପ୍ରଶାସନ ପୂରା ସଜାଗ ରହିଛି।
![]()
/odishatv-khabar/media/media_files/2025/11/10/nuapada-by-election-2025-11-10-09-32-14.jpg)
Nuapada-By-Election Photograph: (OTV)
ଆଜି ରାତିରେ ନୂଆପଡ଼ା ଖେଳ ଖତମ୍ ! ଭୋଟରଙ୍କ ମୁଡ୍ ବଦଳାଇବାକୁ ଚାଲିବ କସରତ ! ଅନ୍ଧାର ରାତିରେ ନେତାଙ୍କ ଭୋଟ୍ କିଣା ଅଙ୍କ କଷା ! ନୂଆପଡ଼ା ଉପ-ନିର୍ବାଚନ ପାଇଁ ଭୋଟ୍ ପଡ଼ିବା ନେଇ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି । ରବିବାର ଅପରାହ୍ଣ ୪ଟାରୁ ସାଇଲେନ୍ସ ପିରିୟଡ୍ ବି ଲାଗୁ ହୋଇସାରିଛି । ଅର୍ଥାତ୍ ପ୍ରଚାର ବନ୍ଦ ଓ ନୂଆପଡ଼ା ବାହାରୁ ଆସିଥିବା ରାଜନୈତିକ ବ୍ୟକ୍ତି ବିଶେଷ ନିର୍ବାଚନ ମଣ୍ଡଳୀ ଛାଡ଼ି ସାରିଛନ୍ତି । ତଥାପି ନିୟମକୁ ଉଲ୍ଲଂଘନ କରି ତିନି ପ୍ରମୁଖ ଦଳର କର୍ମୀମାନେ ଭୋଟର ମାନଙ୍କୁ ପ୍ରଲୋଭନ ଦେଖାଇ ପାରନ୍ତି ବୋଲି କୁହାଯାଉଛି । ତେଣୁ ପ୍ରଶାସନ ରହିଛି ପୂରା ସଜାଗ ।
ରାତି ପାହିଲେ ପଡ଼ିବ ଭୋଟ୍ । ସବୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଇଭିଏମ, ଭିଭିପାଟ୍ ଓ ଅନ୍ୟ ସାଜସରଞ୍ଜାମ ସହ ନିର୍ବାଚନ ମଣ୍ଡଳୀର ବିଭିନ୍ନ ବୁଥ୍ ଅଭିମୁଖେ ପୋଲିଂ ଟିମ୍ ବାହାରି ସାରିଥିବା ବେଳେ କିଛି ବୁଥରେ ପହଞ୍ଚି ସାରିଲେଣି । ପ୍ରଶାସନ ବି ସୁରକ୍ଷା ଦିଗ ପ୍ରତି ସ୍ବତନ୍ତ୍ର ନଜର ଦେଇଛି । ଖାଲି ସେତିକି ନୁହେଁ, ସୁରକ୍ଷା ଓ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୧୪ ଶହ ସେଣ୍ଟ୍ରାଲ୍ ଆର୍ମଡ ପୋଲିସ୍ ଫୋର୍ସ ମୁତୟନ ହୋଇଛନ୍ତି । କୌଣସି ସନ୍ଦେହ ହେଲେ ଗାଡ଼ି ଗୁଡ଼ିକୁ ଚେକିଂ କରିବା ସହ ସବୁ ଦିଗକୁ ଧ୍ୟାନ ଦେଇଛି ପ୍ରଶାସନ ।
ନୂଆପଡ଼ା ଉପନିର୍ବାଚନ ପାଇଁ ମୋଟ୍ ୩୫୮ଟି ବୁଥ କରାଯାଇଛି । ସ୍ବଚ୍ଛ ଏବଂ ନିରପେକ୍ଷ ନିର୍ବାଚନ ପାଇଁ ପ୍ରଶାସନ ଗୁରୁତ୍ବ ଦେଉଛି । ଅପରାହ୍ନ ୫ ଟା ଯାଏଁ ଭୋଟିଂ ପ୍ରକ୍ରିୟା ଜାରି ରହିବ । ଅତି ସମ୍ବେଦନଶୀଳ ବୁଥରେ ଅପରାହ୍ନ ୪ ଟା ଯାଏଁ ଭୋଟିଂ ପ୍ରକ୍ରିୟା ଚଲିବ । ସମ୍ବେଦନଶୀଳ ବୁଥରେ ସଶସ୍ତ୍ର ସୁରକ୍ଷାକର୍ମୀ ଜଗିବେ ବୋଲି ସୂଚନା ରହିଛି ।




