N

n

ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ପ୍ରତିଟି ରୋଗୀ, ଅସହାୟ ଏବଂ ନିରାଶ୍ରୟଙ୍କ ପାଇଁ ଉମା ହେଉଛନ୍ତି ଆଶାବାଡ଼ି  l ରୋଗୀମାନଙ୍କୁ ନିଜ ହାତରେ ସେବା କରନ୍ତି  l ଯେଉଁ ଅସହାୟ ଓ ନିରାଶ୍ରୟ, ସେମାନଙ୍କ ଦାୟିତ୍ବ ନିଜେ ନିଅନ୍ତି ଉମା l

author-image

Nayagarh

Nayagarh Photograph: (OTV)

ରକ୍ତର ସମ୍ପର୍କ ନୁହେଁ, କିନ୍ତୁ ସେ ଭାରି ଆପଣାର । କାହାର ନିଜର ନୁହଁନ୍ତି, ହେଲେ ସେ ସମସ୍ତଙ୍କ ପାଇଁ ସବୁ କିଛି । କେତେବେଳେ ଚିକିତ୍ସା କରନ୍ତି, ପୁଣି କେତେବେଳେ ବୃଦ୍ଧ ବାପା-ମା’ଙ୍କ ପୁଅଟିଏ ହୋଇ ସେମାନଙ୍କୁ ଗାଧୋଇ ଦିଅନ୍ତି । ଖାଇଛନ୍ତି କି ନାହିଁ, ସେ କଥା ବି ପଚାରି ବୁଝନ୍ତି । ଗୋଟିଏ ଧାଡ଼ିରେ କହିବାକୁ ଗଲେ ଆମ ଉମା ଭାଇ ଧନରେ ଗରିବ, ମନରୁ ଖୁବ୍ ଧନୀ । ଚାକିରି ସିନା ସିକ୍ୟୁରିଟି ଗାର୍ଡ । ହେଲେ ରୋଗୀଙ୍କ ପାଇଁ ସେ ସାଜିଛନ୍ତି ଜୀବନ୍ତ ଭଗବାନ l ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସିକ୍ୟୁରିଟି ଗାର୍ଡ ଭାବେ ଡ୍ୟୁଟି କରିବା ସହ ରୋଗୀଙ୍କ ପାଇଁ ସମର୍ପିତ ଉମାକାନ୍ତ ମହାପାତ୍ର l

ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ପ୍ରତିଟି ରୋଗୀ, ଅସହାୟ ଏବଂ ନିରାଶ୍ରୟଙ୍କ ପାଇଁ ଉମା ହେଉଛନ୍ତି ଆଶାବାଡ଼ି  l ରୋଗୀମାନଙ୍କୁ ନିଜ ହାତରେ ସେବା କରନ୍ତି  l ଯେଉଁ ଅସହାୟ ଓ ନିରାଶ୍ରୟ, ସେମାନଙ୍କ ଦାୟିତ୍ବ ନିଜେ ନିଅନ୍ତି ଉମା l କେବଳ ମେଡିକାଲରେ ନୁହେଁ ଅଜଣା ଶବକୁ ବି ଦାହ କରନ୍ତି । ଜିଲ୍ଳାରେ ବୁଲୁଥିବା ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ବି ସେବା ଯୋଗାଉଛନ୍ତି l ତାଙ୍କ ଉଦ୍ୟମରେ ନୟାଗଡ଼ରେ ‘ଦେବଦୂତ ସେବା ପରିଷଦ’ ଅନୁଷ୍ଠାନ ହୋଇଛି l ଯେଉଁଥିରେ ସ୍ଥାନୀୟ ଅଞ୍ଚଳରେ ଶତାଧିକ ଯୁବକ ମାନେ ସାମିଲ ହୋଇ ସମାଜସେବା କାର୍ଯ୍ୟକୁ ବ୍ରତ ଭାବେ ଗ୍ରହଣ କରିଛନ୍ତି l

Scroll to Top