N

n

କୋଟାରେ ଓଡ଼ିଆ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ। ମୃତ୍ୟୁର କାରଣ ଅସ୍ପଷ୍ଟ। ଆଜି ସକାଳେ ପରିବାର ଲୋକଙ୍କ ପାଖକୁ ଆସିଛି ମୃତ୍ୟୁ ଖବର। ନିଟ୍ ପାଇଁ କୋଟାରେ ଗତ ବର୍ଷଠୁ କୋଚିଂ ନେଉଥିଲେ।

author-image

NEET Aspirant

NEET Aspirant Photograph: (OTV)

ରାଜସ୍ଥାନ କୋଟାରେ ଓଡ଼ିଆ ଛାତ୍ରଙ୍କ ମୃତ୍ୟୁ। ମୃତ ଛାତ୍ର ଗଂଜାମ ପାତ୍ରପୁର ବ୍ଲକ ଅଭୟପୁର ଗାଁର ରୋସନ ପାତ୍ର ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ନିଟ୍ ପରୀକ୍ଷା ପାଇଁ କୋଟାରେ କୋଚିଂ ନେଉଥିଲେ। ଗତବର୍ଷ ଠାରୁ ସେ କୋଟାରେ ରହି କୋଚିଂ ନେଉଥିଲେ। 
ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଘର ଲୋକଙ୍କୁ ତାଙ୍କ ସାଙ୍ଗ ମାନେ ଜଣାଇଥିଲେ। ଏହି ଖବର ପରେ ରୋସନଙ୍କ ବାପା ଏବଂ କକା କୋଟା ଅଭିମୁଖେ ଯାଇଛନ୍ତି। ଆସନ୍ତାକାଲି ସେମାନେ ପହଞ୍ଚିବା ପରେ ସ୍ପଷ୍ଟ ହେବ ମୃତ୍ୟୁର କାରଣ।

Advertisment

Related Articles

Scroll to Top