N

n

ନୂଆପଡ଼ାରେ ଜୋରଦାର ଜମୁଛି ନିର୍ବାଚନ ପ୍ରଚାର। ବିଜେଡି ପ୍ରାର୍ଥୀଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଟାର୍ଗେଟ। ପ୍ରଭାତୀଙ୍କ ନିଶାନାର ଜବାବ ରଖିଲା ବିଜେଡି।

author-image

Nuapada

Nuapada Photograph: (OTV)

ନୂଆପଡ଼ାରେ ନିର୍ବାଚନ ପ୍ରଚାର ବେଳେ ବିଜେଡି ପ୍ରାର୍ଥୀଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଟାର୍ଗେଟ। ପ୍ରଭାତୀ କହିଛନ୍ତି, ବିଜେଡିକୁ ନୂଆପଡାରୁ ପ୍ରାର୍ଥୀ ମିଳିଲେ ନାହିଁ। ତେଣୁ ବାହାରୁ ପ୍ରାର୍ଥୀ ଆଣିଛନ୍ତି। ନିର୍ବାଚନ ପରେ ସେମାନେ ନଥିବେ। କେବଳ ଜୟ ଢୋଲକିଆ ଆପଣଙ୍କ ପାଖରେ ଥିବେ। ସେ ଆହୁରି କହିଛନ୍ତି ଯେ, ବାପ ଘର ବହୁ ଦୂର, ମାମୁଁ ଘର ସାତ ପର। ସେ ଏଠି ଶାସନ କରିବାକୁ କଣ ଆସିବେ ବୋଲି ପ୍ରଶ୍ନ କରିଛନ୍ତି ପ୍ରଭାତୀ। ଅନ୍ୟପଟେ ବିଜେପିର ଡବଲ ଇଞ୍ଜିନ। ଯେଉଁ ମାନଙ୍କ ପାଖରେ ଇଞ୍ଜିନ ନାହିଁ ସେ କଣ ବିକାଶ କରିବେ କହି ଏ ନିର୍ବାଚନରେ ବିଜେପିର ବିଜୟ ଶୁନିଶ୍ଚିତ ବୋଲି କହିଛନ୍ତି। ଅନ୍ୟପଟେ ପ୍ରଭାତୀ ପରିଡ଼ାଙ୍କ ଏ ଟାର୍ଗେଟକୁ ଜବାବ ଦେଇଛନ୍ତି ବିଜେଡି ନେତ୍ରୀ ସୁଲତା ଦେଓ।

ଅଧିକ ଦେଖନ୍ତୁ:

  • ନୂଆପଡ଼ାରେ ଜୋରଦାର ଜମୁଛି ନିର୍ବାଚନ ପ୍ରଚାର
    ବିଜେଡି ପ୍ରାର୍ଥୀଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଟାର୍ଗେଟ
    କହିଲେ ବିଜେଡିକୁ ନୂଆପଡାରୁ ପ୍ରାର୍ଥୀ ମିଳିଲେ ନାହିଁ
    ବାପ ଘର ବହୁ ଦୂର, ମାମୁଁ ଘର ସାତ ପର କହି ନିଶାନା
    ପ୍ରଭାତୀଙ୍କ ନିଶାନାର ଜବାବ ରଖିଲା ବିଜେଡି
Scroll to Top