Mysterious Animal: ଭାଲୁମୁଣ୍ଡା ଗାଁରେ ଅଜଣା ଜନ୍ତୁ ଆତଙ୍କ

mysterious-animal:-ଭାଲୁମୁଣ୍ଡା-ଗାଁରେ-ଅଜଣା-ଜନ୍ତୁ-ଆତଙ୍କ

କାମାକ୍ଷାନଗର ସହରଠାରୁ ମାତ୍ର ୪ କିଲୋମିଟର ଦୂରରେ ଥିବା ଭାଲୁମୁଣ୍ଡା ଗ୍ରାମରେ ଅଜଣା ଜନ୍ତୁ ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଛି । ଜନ୍ତୁକୁ ନେଇ ଗାଁରେ ଭୟର ବାତାବରଣ ଦେଖାଦେଇଛି ।

Debadatta Aryashrestha

  • Published: Saturday, 23 August 2025
  • Last updated: 23 August 2025, 06:25 PM IST

Mysterious AnimalCredit: OTV

Mysterious Animal

କାମାକ୍ଷାନଗର ନିକଟବର୍ତ୍ତୀ ଭାଲୁମୁଣ୍ଡା ଗାଁରେ ଅଜଣା ଜନ୍ତୁ ଆତଙ୍କ । ଭୟଭୀତ ଗ୍ରାମବାସୀ । ସୂଚନା ଅନୁସାରେ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ଅଧୀନରେ ଥିବା କାମାକ୍ଷାନଗର ସହରଠାରୁ ମାତ୍ର ୪ କିଲୋମିଟର ଦୂରରେ ଥିବା ଭାଲୁମୁଣ୍ଡା ଗ୍ରାମରେ ଅଜଣା ଜନ୍ତୁ ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଛି । ଅଜଣା ଜନ୍ତୁଟି ଦୁଇ, ତିନି ଦିନ ଧରି ଗାଁ ଭିତରେ ବୁଲୁଥିବା ଦେଖିବାକୁ ମିଳିଥିବା ବେଳେ ଜନ୍ତୁକୁ ନେଇ ଗାଁରେ ଭୟର ବାତାବରଣ ଦେଖାଦେଇଛି ।

ଲୋକଙ୍କ କହିବା ଅନୁଯାୟୀ ଗତ ଦୁଇ, ତିନି ଦିନ ଧରି ଅଜଣା ଜନ୍ତୁଟି ଗାଁ ଭିତରକୁ ପଶି ଆସିଥିବା ବେଳେ କିଛି ଗ୍ରାମବାସୀ ଏହାର ଭିଡିଓ ଏବଂ ଫଟୋ ଉଠାଇଥିଲେ । ତେବେ ଜନ୍ତୁଟି କଲରାପତରିଆ ବାଘ କିମ୍ବା ଅନ୍ୟ କୌଣସି ବାଘ ପ୍ରଜାତିର ଜୀବ ଭଳି ଦେଖାଯାଉଥିବା ବେଳେ ଜନ୍ତୁକୁ ଦେଖି ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । କିପରି ଜନ୍ତୁଟିକୁ ଚିହ୍ନଟ କରି ଅନ୍ୟତ୍ର ସ୍ଥାନାନ୍ତର କରାଯାଇପାରିବ, ସେ ନେଇ ଗ୍ରାମବାସୀ ଦାବି କରିଛନ୍ତି । ଏ ସଂପର୍କରେ ବନବିଭାଗ ସହିତ ଯୋଗାଯୋଗ କରାଯାଇଥିବାବେଳେ ସେମାନେ ଏ କଥାକୁ ଅସ୍ବୀକାର କରିବା ସହ ସେହିଭଳି ଜନ୍ତୁ ଆମ ଅଞ୍ଚଳରେ ନଥିବା କଥା କହିଛନ୍ତି ।

Also Read

ଓଟିଭି ବିଜ୍ଞାପନ

Scroll to Top