Murder:ଆସିଲେ ହାଣିଲେ, ଫେରାର୍ ମାରିଲେ

murder:ଆସିଲେ-ହାଣିଲେ,-ଫେରାର୍-ମାରିଲେ

କଥା କଥାରେ ବୁଲୁଥିଲା ଖଣ୍ଡା, ଶେଷରେ ଗାଁ ଦାଣ୍ଡରେ ରକ୍ତ ବହିଲା। ରକ୍ତ ରଞ୍ଜିତ ହୋଇଛି ଅଶାନ୍ତ ଗଞ୍ଜାମର ରମ୍ଭା। ଖୁନର ବଦଲା ଖୁନ୍ ନ୍ୟାୟରେ ପୂର୍ବ ଶତ୍ରୁତାରୁ ଆଉ ଏକ ବୀଭତ୍ସ, ଲୋମ ଟାଙ୍କୁରା ଓ ଦର୍ଦନାକ୍ ହତ୍ୟାକାଣ୍ଡ ହୋଇଛି। ଗଲା ୧୦ ଦିନ ମଧ୍ୟରେ ଗଞ୍ଜାମ ଜିଲ୍ଲାର କେବଳ ରମ୍ଭା ଅଞ୍ଚଳରେ ଦୁଇ ଦୁଇଟି ଛାତି ଥରା ସଂଘବଦ୍ଧ ହତ୍ୟାକାଣ୍ଡ, ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

Manasranjan Mohanty

  • Published: Wednesday, 13 August 2025
  • Last updated: 13 August 2025, 09:56 PM IST

murderCredit: OTV

murder

ପୁଣି ଅଶାନ୍ତ ଗଞ୍ଜାମ। ପୁଣି ଗଡ଼ିଛି ମୁଣ୍ଡ। ୧୦ ଦିନ ମଧ୍ୟରେ ଦ୍ବିତୀୟ ଥର ଲାଗି ରକ୍ତରଞ୍ଜିତ ହୋଇଛି ରମ୍ଭା। ରାସ୍ତାରେ ଗଡ଼ିଛି ଭେଣ୍ଡା, ରକ୍ତ ପିଇଛି ଧାରୁଆ ଖଣ୍ଡା। ପୂର୍ବ ଶତ୍ରୁତାରୁ ଯାଇଛି ଜଣଙ୍କ ଜୀବନ। ୨ ଅଗଷ୍ଟ ୨୦୨୫, ଶନିବାର- ରାତି ପ୍ରାୟ ୮ଟା । ସେ ଦିନ ବି ଜଣଙ୍କ ଜୀବନ ଯାଇଥିଲା। ଆଉ ଆଜି ୧୩ ଅଗଷ୍ଟ ୨୦୨୫।

ବୁଧବାର ସକାଳ ୮ଟା। ପାଖାପାଖି ସମାନ ଅଞ୍ଚଳରେ ଘଟିଛି ହତ୍ୟାକାଣ୍ଡ । ୨ ଅଗଷ୍ଟରେ ହତ୍ୟାର ଶିକାର ହୋଇଥିଲେ ଆର୍.ବାହାଡ଼ାପଲ୍ଲୀ ଗାଁର ମନୁ ପ୍ରଧାନ। ଆଜି ଆଖି ବୁଜିଛନ୍ତି ମନୁ ପ୍ରଧାନ ହତ୍ୟାକାଣ୍ଡରେ ଜେଲ୍ ଯାଇଥିବା ଅଭିଯୁକ୍ତ ଜୟ ପ୍ରଧାନଙ୍କ ଭାଇ ଅଭି ପ୍ରଧାନ। କାରଣ, ସେହି ପୂର୍ବ ଶତ୍ରୁତା।

Also Read

ଆର୍.ବାହାଡ଼ାପଲ୍ଲୀର ଅଭି ପ୍ରଧାନ ବାଇକରେ ଘରକୁ ଫେରୁଥିବାବେଳେ ରମ୍ଭା ଷ୍ଟେସନ ରାସ୍ତା ଏଚ୍.ବାହାଡ଼ାପଲ୍ଲୀ ଛକରେ ବାଇକରୁ ଟାଣି ଆଣି ଖଣ୍ଡାରେ ସଂଘବଦ୍ଧ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ପରିବାର ଲୋକେ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରିଥିଲେ ବି ଡାକ୍ତର ମୃତ ଘୋଷଣା କରିଥଲେ। ଏହି ହତ୍ୟାକାଣ୍ଡକୁ ନେଇ ଅଭିଙ୍କ ମଝିଆ ଭାଇ ରମ୍ଭା ଥାନାରେ ଏତଲା ଦେଇଛନ୍ତି। ଗାଁର କିଛି ଲୋକ ହିଁ ହତ୍ୟା କରିଥିବା ସେ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ଯାଞ୍ଚ କରୁଛି। 

ଗତ ୫ବର୍ଷ ପୂର୍ବେ ଗୋଟିଏ ପରିବାରକୁ ସାମାଜିକ ବାସନ୍ଦ କରାଯାଇଥିଲା। ଏହା ପରଠୁ ଅଶାନ୍ତି ସୃଷ୍ଟି ହୋଇଛି। ଏହି ଘଟଣାକୁ କେନ୍ଦ୍ର କରି ଏଭଳି ଜଘନ୍ୟ ହତ୍ୟାକାଣ୍ଡ ହୋଇଛି ନା ଏହାରି ପଛରେ ଆଉ କିଛି କାରଣ ? ପୋଲିସ ତଦନ୍ତ ପରେ ସ୍ପଷ୍ଟ ହୋଇଯିବ।

ଓଟିଭି ହ୍ଵାଟ୍ସଅପ

Scroll to Top