Monsoon Update : ସରିଲା ଲୁଚକାଳି ଖେଳ, ଗୁରୁବାର କେରଳ ଛୁଇଁପାରେ ମୌସୁମୀ

monsoon-update-:-ସରିଲା-ଲୁଚକାଳି-ଖେଳ,-ଗୁରୁବାର-କେରଳ-ଛୁଇଁପାରେ-ମୌସୁମୀ

ବୁଧବାର ନାକେଦମ କରିଥିଲା ତାତି ପ୍ରକୋପ। ଅପରାହ୍ନରେ ଭୁବନେଶ୍ଵର ସମେତ ବିଭିନ୍ନ ଉପକୂଳ ଅଞ୍ଚଳରେ ପାଗ ବଦଳିଯାଇଥିଲା

Published By: Kirti – Prameya-News7 Bureau | June 04, 2026 08:12 AM

NEWS7

monsson

ଭୁବନେଶ୍ୱର ୦୪।୦୬ : ରାଜ୍ୟରେ ପୁଣି ତାତି ବଢ଼ିଛି। ଉଭୟ ପଶ୍ଚିମ ଓ ଉପକୂଳ ଓଡ଼ିଶାରେ ବୁଧବାର ନାକେଦମ କରିଥିଲା ତାତି ପ୍ରକୋପ। ଅପରାହ୍ନରେ ଭୁବନେଶ୍ଵର ସମେତ ବିଭିନ୍ନ ଉପକୂଳ ଅଞ୍ଚଳରେ ପାଗ ବଦଳିଯାଇଥିଲା। ଘଡ଼ଘଡ଼ି ସହ ହାଲୁକା ଝିପିଝିପି ବର୍ଷା ଦୀର୍ଘ ସମୟ ଧରି ହୋଇଥିଲା।

ବୁଧବାର ସକାଳୁ ଖରା ପ୍ରକୋପ ଆରମ୍ଭ ହୋଇଯାଇଥିଲା। ବିଭିନ୍ନ ସ୍ଥାନରେ କରିଥିଲା। ଟିଟିଲାଗଡ଼ ୪୨ ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ସିଝିଥିଲା। ବୌଦ୍ଧ ଓ ସମ୍ବଲପୁରରେ ପାରଦ ୪୧.୨ ତାପମାତ୍ରା ୪୦ ଡିଗ୍ରୀ ପାର୍ ଡିଗ୍ରୀ ଥିବା ବେଳେ ହୀରାକୁଦ, ତାଳଚେର, ଭବାନୀପାଟଣା, ବଲାଙ୍ଗିର, ସୋନପୁର, ଢେଙ୍କାନାଳ, ବରଗଡ଼ରେ ତାପମାତ୍ରା ୪୦ ଡିଗ୍ରୀ ପାର୍ କରିଥିଲା। ଅପରାହ୍ନରେ ଉପକୂଳ ଆକାଶକୁ ଘୋଟିଥିଲା ବାଦଲ। ଆରବ ସାଗର ପଟୁ ଦକ୍ଷିଣ ଆର୍ଦ୍ରତା ଓଡ଼ିଶା ଉପକୂଳ ଦେଇ ଉତ୍ତର ପୂର୍ବ ଭାରତକୁ ଯାଇଥିଲା। ଯେଉଁଥିପାଇଁ ଆକାଶ ମେଘାଛନ୍ନ ହୋଇଥିଲା। ଏହା ପ୍ରଭାବରେ ବଡ଼ ବର୍ଷା ନ ହେଲେ ବି ଝିପିଝିପି ବର୍ଷା ହୋଇଥିଲା । ଭୁବନେଶ୍ଵର, ଖୋର୍ଦ୍ଧା, ଭଦ୍ରକ, ଯାଜପୁର, ଝାରସୁଗୁଡ଼ା, ଅନୁଗୁଳରେ ହାଲୁକା ବର୍ଷା ହୋଇଥିଲା।

Also Read:-Horoscope Today : ଜୁନ ୪ ତାରିଖ, ଗୁରୁବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

କେରଳରେ ଏବେ ବର୍ଷା ଜାରି ରହିଛି। ସମ୍ଭବତଃ ଗୁରୁବାର ଦିନ ମୌସୁମୀ ପ୍ରବେଶ ନେଇ ଘୋଷଣା କରିପାରେ ପାଣିପାଗ ବିଭାଗ। ପୂର୍ବାନୁମାନ ହୋଇଛି, ମୌସୁମୀ ୨୪ ଘଣ୍ଟା ଭିତରେ କେରଳ ଓ ତାମିଲନାଡୁର କିଛି ଅଂଶ ଛୁଇଁପାରେ।

Scroll to Top