Monsoon Session: ସେପ୍ଟେମ୍ବର ୧୮ରୁ ବିଧାନସଭା ମୌସୁମୀ ଅଧିବେଶନ

monsoon-session:-ସେପ୍ଟେମ୍ବର-୧୮ରୁ-ବିଧାନସଭା-ମୌସୁମୀ-ଅଧିବେଶନ

ସେପ୍ଟେମ୍ବର ୧୮ରୁ ୨୫ ତାରିଖ ଯାଏଁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ । ରାଜ୍ୟ ସ୍ବାର୍ଥକୁ ଦୃଷ୍ଟିରେ ରଖି ସମସ୍ତ ପ୍ରସଙ୍ଗରେ ସରକାରଙ୍କୁ ଉତ୍ତର ମଗାଯିବ ବୋଲି କହିଛନ୍ତି ବିରୋଧୀ । ରାଜ୍ୟ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ କହିଲେ ମନ୍ତ୍ରୀ ।

ଆସନ୍ତା ମାସ, ଅର୍ଥାତ ସେପ୍ଟେମ୍ବର ୧୮ ତାରିଖରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ୨୫ ତାରିଖ ଯାଏଁ ଅଧିବେଶନ ଚାଲିବ । ଏହି ଅଧିବେଶନରେ ୭ଟି କାର୍ଯ୍ୟଦିବସ ରହିବ । ଗୋଟିଏ ଦିନ ପ୍ରାଇଭେଟ ମେମ୍ବର ବିଲ୍ ଏବଂ ଗୋଟିଏ ଦିନ ନୋ ଅଫିସ ଡେ ରହିଛି । ତେବେ ମୌସୁମୀ ଅଧିବେଶନରେ ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି। ରାଜ୍ୟ ସ୍ବାର୍ଥକୁ ଦୃଷ୍ଟିରେ ରଖି ସମସ୍ତ ପ୍ରସଙ୍ଗରେ ସରକାରଙ୍କୁ ଉତ୍ତର ମଗାଯିବ ବୋଲି ବିରୋଧୀ କହିଛନ୍ତି । କଡ଼ା କାଉଣ୍ଟର ପାଇଁ ଶାସକ ଦଳ ମଧ୍ୟ ପ୍ରସ୍ତୁତ ହେଉଛି ।

ମୌସୁମୀ ଅଧିବେଶନରେ ବିଜିନେସ୍ ଆଡଭାଇଜରୀ କମିଟିର ନିଷ୍ପତ୍ତି ଅନୁସାରେ କିଛି ବିଲ୍ ଆସିପାରେ ବୋଲି ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେ କହିଛନ୍ତି ଯେ ରାଜ୍ୟ ସ୍ୱାର୍ଥ ସମ୍ବଳିତ ଯେଉଁ ପ୍ରସଙ୍ଗ ରହିଛି, ସେ ବାବଦରେ ଆଲୋଚନା ହେବ । ବିରୋଧୀ ଯେଉଁ ପ୍ରସଙ୍ଗ ଆଣିବେ ତାକୁ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ଗଠନମୂଳକ ପ୍ରସ୍ତାବ ବିରୋଧୀ ଆଣନ୍ତୁ ତା’ଉପରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ।

Also Read

ମୌସୁମୀ ଅଧିବେଶନରେ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିବା ପାଇଁ ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜେଡି ପ୍ରସ୍ତୁତ ଥିବା କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସେ କହିଛନ୍ତି, ନାରୀ ନିର୍ଯାତନା, ଛାତ୍ରୀ ଆତ୍ମାହୁତି, ଚାଷୀ ହନ୍ତସନ୍ତ ପ୍ରସଙ୍ଗରେ ସ୍ବର ଉଠାଇବ ବିଜେଡି । ମୌସୁମୀ ଅଧିବେଶନରେ ଦେଢ଼ ବର୍ଷ ସରକାରରେ ଯେଉଁ ସବୁ କୃତିତ୍ବ ଅର୍ଜନ କରିଛନ୍,ତି ସେ ପ୍ରସଙ୍ଗରେ ସରକାରଙ୍କୁ ପ୍ରଶ୍ନ କରିବୁ ବୋଲି ପ୍ରମିଳା କହିଛନ୍ତି ।

ଅନ୍ୟପଟେ ବରିଷ୍ଠ କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି, ସରକାର ଭୟରେ ବିଧାନସଭା ଡାକୁନଥିଲେ । ନାରୀ ନିର୍ଯାତନା, ଛାତ୍ରୀ ଆତ୍ମହତ୍ୟା ଘଟଣା ବଢ଼ୁଥିବାରୁ ସେ ଭୟରେ ବିଧାନସଭା ଡାକୁନଥିଲେ । ଏବେ ସ୍ଥିତି ଟିକେ ସ୍ୱାଭାବିକ ହୋଇଛି । ତେଣୁ ବାଧ୍ୟ ବାଧକତାରେ ବିଧାନସଭା ଡାକୁଛନ୍ତି । ଏଥିରେ ଆମେ ନାରୀ ନିର୍ଯାତନା, ଭୋଟ ଚୋରି ଓ ଅନାସ୍ଥା ପ୍ରସଙ୍ଗ ଉଠାଇ ସରକାରକୁ ଘେରିବୁ ।

Scroll to Top