Mokim on sofia: ବଳ ଗୋଟାଉଛି ଓଡ଼ିଶା ଜନତା କଂଗ୍ରେସ, ବାପା କହିଲେ ମୋ ଝିଅର ଭବିଷ୍ୟତ…

mokim-on-sofia:-ବଳ-ଗୋଟାଉଛି-ଓଡ଼ିଶା-ଜନତା-କଂଗ୍ରେସ,-ବାପା-କହିଲେ-ମୋ-ଝିଅର-ଭବିଷ୍ୟତ…

କଟକ: ରାଜନୀତିର ଚର୍ଚ୍ଚିତ ଚେହେରା କଟର ବାରବାଟୀ ବିଧାୟକ ସୋଫିଆ ଫିର୍ଦ୍ଦୋସ । ପ୍ରଥମେ କ୍ରସ ଭୋଟିଂ, ପରେ ସସ୍ପେଣ୍ଡ । ଏବେ ଝିଅ ପାଇଁ ବାହାରିଛନ୍ତି ବାପା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକ୍କିମ । ସୋଫିଆ ଫିର୍ଦ୍ଦୋସଙ୍କ ରାଜନୈତିକ ଭବିଷ୍ୟତ ନେଇ ମୋକିମଙ୍କ ପ୍ରତିକ୍ରିୟା ରଖିଛନ୍ତି ସେ । କହିଛନ୍ତି ରାଜନୀତିରେ ସୋଫଆଙ୍କ ଭବିଷ୍ୟତ ଉଜ୍ଜଳ ।

ଭବିଷ୍ୟତରେ ନାରୀନେତ୍ରୀ ଭାବେ ପରିଚୟ ସୃଷ୍ଟି କରିବେ ସୋଫିଆ । ମୋକ୍କିମଙ୍କ ବୟାନ, ଅନେକ ବିଧାୟକ ଆମ ସହ ଲିଙ୍କ୍‌ରେ ଅଛନ୍ତି । ଆଗକୁ ନିଲମ୍ବିତ ବିଧାୟକ ମାନେ ଆମ ସହ ରହିପାରନ୍ତି । ସେ ଆହୁରି କହିଛନ୍ତି ଓଡିଶା ଜନତା କଂଗ୍ରେସ ଦଳ ହେବ ମୁଖ୍ୟ ବିରୋଧୀ ଦଳ । ସମୟ ଲାଗିବ କିନ୍ତୁ ସଫଳତା ନିଶ୍ଚିତ ମିଳିବ ବୋଲି ମୋକ୍କିମ ଦମ୍ଭୋକ୍ତି ଦେଖାଇଛନ୍ତି ।

କ୍ରସ ଭୋଟିଂ ପରେ କଂଗ୍ରେସର ଆକ୍ସନ

ସୂଚନା ଥାଉକି, ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିଲେ କଟକ ବାରବାଟୀ ବିଧାୟକ ସୋଫିଆ ଫିର୍ଦ୍ଦୋଷ । କେବଳ ସୋଫିଆ ନୁହେଂ ଦାଶରଥୀ ଗମାଙ୍ଗ ଓ ରମେଶ୍ ଜେନା ବି କ୍ରସ ଭୋଟ କରିଥିଲେ । ଏମାନେ ସମସ୍ତେ ବିଜେପି ସମର୍ଥିତ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ଭୋଟ ଦେଇଥିଲେ ।ପରେ ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା କଂଗ୍ରେସ । ୩ ଜଣ ବିଧାୟକଙ୍କୁ ଦଳ ନିଲମ୍ବିତ କରିଛି । ବିଧାୟକ ରମେଶ ଜେନା, କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଓ ମୋହନା ବିଧାୟକ ଦାଶରଥି ଗମାଙ୍ଗ ସସ୍ପେଣ୍ଡ ହୋଇଛନ୍ତି । ଏଥିସହ ତିନି ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି କଂଗ୍ରେସ ।

Alos Read..Souvik cross voting: ପୁଅ ପରେ ବର୍ଷିଲେ ବାପା, କହିଲେ ଭବିଷ୍ୟତ ନିର୍ଦ୍ଧାରଣ କରିବେ ଚୌଦ୍ୱାର-କଟକ ଭୋଟର

ମଉକା ପରେ ବି ସୁଧୁରିଲେନି

ପିସିସି ସଭାପତି କହିଥିଲେ ମଉକା ଦେଉଥିଲି … ରାଜ୍ୟସଭା ନିର୍ବାଚନ ଭିତରେ ସବୁ ସୁଧୁରିଯିବେ ଭାବୁଥିଲି କିନ୍ତୁ ବିଧାୟକମାନେ ଏମିତି କରିବେ କେବେ ଭାବିନଥିଲି ବୋଲି ଗଣମାଧ୍ୟମ ଆଗରେ ଅସନ୍ତୋଷ ଝାଡ଼ିଥିଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ପ୍ରଥମେ ବିଧାୟକ ଦାଶରଥି ଗମାଙ୍ଗ ପରେ ରମେଶ ଜେନା ଆଉ ତା’ପରେ ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ । କ୍ରସ୍ ଭୋଟିଂ କରି ହାତର ଭୟକୁ ସତ କରିଦେଲେ କଂଗ୍ରେସ ଶିବିରର ଏହି ଟାଣୁଆ ନେତା । ଦଳୀୟ ହୁଇପକୁ ଫୁ’ କରି ଉଡ଼ାଇଲେ । ଯାହାର ଅସନ୍ତୋଷ ଗଣମାଧ୍ୟମ ଆଗରେ ବ୍ୟକ୍ତ କରିଥିଲେ ଭକ୍ତ ଦାସ । ସେ କହିଥିଲେ ୩ ଜଣ ବିଧାୟକ ଏଭଳି ଭାବେ କାମ କରିବା କଳ୍ପନାର ବାହାରେ ଥିଲା ।

କଣ କହିଥିଲେ ମୋକ୍କିମ?

ସେପଟେ କଂଗ୍ରେସର କାର୍ଯ୍ୟାନୁଷ୍ଠାନ ଅର୍ଥାତ୍ ସୋଫିଆ ଫିର୍ଦ୍ଦୋସଙ୍କ ନିଲମ୍ୱନକୁ ନେଇ ପ୍ରଶ୍ନ ଉଠାଇଥିଲେ ମହମ୍ମଦ ମୋକିମ । କହିଛନ୍ତି କଂଗ୍ରେସ ଦଳ ଅସ୍ତିତ୍ଵ ହରାଇ ବସିଛି । ଯାହା ବି କିଛି ଥିଲା ବିଜେଡି ସହିତ ମିଶି ପୁରା ନଷ୍ଟ କରିଦେଲେ । ନିଲମ୍ୱିତ ବିଧାୟକଙ୍କ ତାଙ୍କ ଦଳରେ ସାମି ପାଇଁ ସ୍ୱାଗତ କରୁଛି ବୋଲି କହିଛନ୍ତି ମୋକିମ୍ ।

Scroll to Top