Mobile App Scam:କୋଟି କୋଟି ଟଙ୍କାର ଚୂନ ଲଗାଇଲା

mobile-app-scam:କୋଟି-କୋଟି-ଟଙ୍କାର-ଚୂନ-ଲଗାଇଲା

ହ୍ୟୁଜ୍ ନାଁରେ ଥିବା ଏହି ମୋବାଇଲ୍ ଆପ୍ଲିକେସନକୁ ଡାଉନଲୋଡ୍ କରି ଏଥିରେ ଟଙ୍କା ନିବେଶ କଲେ ପରେ ଏଥିରୁ ଦୈନିକ ରୋଜଗାର ମିଳେ ବୋଲି ଲୋକଙ୍କୁ ପ୍ରବର୍ତ୍ତା ଯାଉଥିଲା। ଥରକେ ଜଣେ ୫ ହଜାର ୫୦୦ରୁ ୧୬ ହଜାର ୫୦୦ କିମ୍ବା ତାଠୁ ଅଧିକ ଟଙ୍କିଆ ସ୍କିମରେ ଯୋଡ଼ିହେବା ପରେ ଦୈନିକ ୨୦୦ରୁ ୬୧୫ କିମ୍ବା ତାଠୁ ଅଧିକ ଟଙ୍କା ଆକାଉଣ୍ଟକୁ ଆସିବାର ଲୋଭ ଦେଖାଯାଉଥିଲା।

ଘରେ ବସି ସହଜରେ ଟଙ୍କା ରୋଜଗାରର ଲୋଭ ଦେଖାଇ ପୁଣି ଲୁଟିଲେ କୋଟି କୋଟି ଟଙ୍କା। ହ୍ୟୁଜ୍ ନାଁରେ ଏକ ମୋବାଇଲ ଆପ୍ ଜରିଆରେ କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ଓ ଜଗତସିଂହପୁର ଜିଲ୍ଲାର ବାଲିକୁଦା ଅଞ୍ଚଳରେ ଲୋକଙ୍କଠାରୁ ଏ ସଂସ୍ଥା କୋଟି କୋଟି ଟଙ୍କା ଚୂନ ଲଗାଇଥିବା ଅଭିଯୋଗ ହୋଇଛି। ବିଭିନ୍ନ ଲୋଭନୀୟ ସ୍କିମରେ ଟଙ୍କା ନେବା ପରେ ୨ ଦିନ ତଳେ ଏ ଆପ୍ ଆଉ ଖୋଲୁନଥିବାରୁ ଏବେ ଥାନାକୁ ଯାଇ ଏତଲା ଦେଇଛନ୍ତି ନିବେଶକ। ତେଣେ ଠକେଇର ପରିମାଣର ୨୦ କୋଟିରୁ ଅଧିକ ହୋଇଥିବାରୁ ମାମଲା EOWକୁ ହସ୍ତାନ୍ତର କରାଯିବ ବୋଲି କହିଛି ଜଗତସିଂହପୁର ପୋଲିସ।…   

ପୁଣି ଲୋଭ, ପୁଣି ଶାସ୍ତି। ସହଜରେ ଟଙ୍କା ରୋଜଗାର ମାୟାରେ ପଡ଼ି ଜାଲି କମ୍ପାନୀ ଦ୍ବାରା ଠକେଇର ଶିକାର। ଚିଟ୍ ଫଣ୍ଡ ମହାଘୋଟାଲାର ଘା’ ଏଯାଏଁ ଶୁଖି ନଥିବା ବେଳେ ଜଗତସିଂହପୁର ଓ କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ଅଞ୍ଚଳରୁ ଆସିଛି କୋଟି କୋଟି ଟଙ୍କା ଠକେଇର ଅଭିଯୋଗ। ଗତକାଲି କିଛି ଲୋକ ନିଶ୍ଚିନ୍ତକୋଇଲି ଥାନାକୁ ଆସି ଅଭିଯୋଗ କରିଛନ୍ତି ଯେ, ହ୍ୟୁଜ୍ ନାଁରେ ଏକ ମୋବାଇଲ୍ ଆପ୍ଲିକେସନ୍ ଜରିଆରେ ସେମାନେ ଠକେଇର ଶିକାର ହୋଇଛନ୍ତି। ସେହିଭଳି ଜଗତସିଂହପୁର ବାଲିକୁଦା ଥାନା ଅଧିନ ଅନନ୍ତପୁର ଫାଣ୍ଡିରେ ପ୍ରାୟ ୫୦ରୁ ଅଧିକ ଲୋକ ଏତଲା ଦେଇଛନ୍ତି ଯେ, ତାଙ୍କ ଅଞ୍ଚଳର ଅନେକ ଲୋକଙ୍କୁ ରୋଜଗାରର ମିଛ ସ୍ବପ୍ନ ଦେଖାଇ, କୋଟି କୋଟି ଟଙ୍କା ଠକି ନେଇଛି ଏଇ ହ୍ୟୁଜ୍ ଆପ୍। ତେଣୁ କମ୍ପାନୀ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ସହ ଏ ଅଞ୍ଚଳରେ ପ୍ରଚାରପ୍ରସାର କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଠକେଇର ଶିକାର ବ୍ୟକ୍ତି।

ହ୍ୟୁଜ୍ ନାଁରେ ଥିବା ଏହି ମୋବାଇଲ୍ ଆପ୍ଲିକେସନକୁ ଡାଉନଲୋଡ୍ କରି ଏଥିରେ ଟଙ୍କା ନିବେଶ କଲେ ପରେ ଏଥିରୁ ଦୈନିକ ରୋଜଗାର ମିଳେ ବୋଲି ଲୋକଙ୍କୁ ପ୍ରବର୍ତ୍ତା ଯାଉଥିଲା। ଥରକେ ଜଣେ ୫ ହଜାର ୫୦୦ରୁ ୧୬ ହଜାର ୫୦୦ କିମ୍ବା ତାଠୁ ଅଧିକ ଟଙ୍କିଆ ସ୍କିମରେ ଯୋଡ଼ିହେବା ପରେ ଦୈନିକ ୨୦୦ରୁ ୬୧୫ କିମ୍ବା ତାଠୁ ଅଧିକ ଟଙ୍କା ଆକାଉଣ୍ଟକୁ ଆସିବାର ଲୋଭ ଦେଖାଯାଉଥିଲା। ଆଉ ନିଜ୍ ନେଟୱର୍କରେ ଅଧିକ ଲୋକଙ୍କୁ ସାମିଲ କଲେ ୧୦ ହଜାରରୁ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ମାସିକ ଦରମା ମିଳିବାର ଲୋଭନୀୟ ପ୍ରତିଶ୍ରୁତି ମିଳୁଥିଲା। ଅଞ୍ଚଳରେ କମ୍ପାନୀ ପକ୍ଷରୁ ବିଭିନ୍ନ ଇଭେଣ୍ଟର ଆୟୋଜନ କରାଯାଇ, ଭଲ କାମ କରୁଥିବା ଲୋକଙ୍କୁ ଉପହାର ବି ଦିଆଯାଉଥିଲା। ଫଳରେ କମ୍ପାନୀର ଏ ଗୋଲକ ଧନ୍ଦାରେ ସହଜରେ ଫସି ଯାଉଥିଲେ ଅଞ୍ଚଳବାସୀ।

Also Read

କଟକ ନିଶ୍ଚିନ୍ତକୋଇଲି ଅଞ୍ଚଳରେ ଏ ଆପକୁ ପାତ୍ର ମଲଟିମିଡିଆ ନାଁରେ ଏକ ଷ୍ଟୁଡିଓ କରିଥିବା ଜଣେ ବ୍ୟକ୍ତି ହିଁ ପ୍ରଥମେ ଆଣିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ତେବେ ଥାନାରେ ଏତଲା ପରଠୁ, ସଂପୃକ୍ତ ବ୍ୟକ୍ତି ଏବେ ଫେରାର ଥିବା କୁହାଯାଉଛି। ସେପଟେ ଜଗତସିଂହପୁରରେ ଏହି ଆପର ପ୍ରଚାରପ୍ରସାର କିଏ କରିଥିଲା, ତାର ଚେର ଖୋଜୁଛି ପୋଲିସ। ସେପଟେ ଏ ଆପରେ ଠକେଇର ପରିମାଣ ୨୦ କୋଟିରୁ ଅଧିକ ହୋଇଥିବାରୁ ମାମାଲା କ୍ରାଇମବ୍ରାଞ୍ଚ୍ EOWକୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ବାଲିକୁଦା ଥାନା ଆଇଆଇସି। ତେବେ ହ୍ୟୁଜ୍ ଆପ୍ କେବଳ ଓଡ଼ିଶାର ଏଇ ଦୁଇଟି ସ୍ଥାନ ନୁହେଁ, ଦେଶର ଅନେକ ସ୍ଥାନରେ ଲୋକଙ୍କୁ ଚୂନ ଲଗାଇଥିବା ଜାଣିବାକୁ ମିଳିଛି।

Scroll to Top