MLA Taraprasad Bahinipati: ଶୋଭାଯାତ୍ରା ବେଳେ ତାରାପ୍ରସାଦ ବାହିନୀପତିଙ୍କୁ ଅଚାନକ ଆକ୍ରମଣ

mla-taraprasad-bahinipati:-ଶୋଭାଯାତ୍ରା-ବେଳେ-ତାରାପ୍ରସାଦ-ବାହିନୀପତିଙ୍କୁ-ଅଚାନକ-ଆକ୍ରମଣ

କୋରାପୁଟ ଜିଲ୍ଲା କଂଗ୍ରେସ ପକ୍ଷରୁ ମଶାଲ ଶୋଭାଯାତ୍ରା ବେଳେ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତିଙ୍କୁ କୃଷ୍ଣଚନ୍ଦ୍ର କୁଲଦୀପ ନାମକ ଜଣେ ବ୍ୟକ୍ତି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ଏକ ଶୋଭାଯାତ୍ରା ବେଳେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ଅଚାନକ ଆକ୍ରମଣ ଅଭିଯୋଗ ହୋଇଛି। ଗତ ୧୪ ତାରିଖ ରାତିରେ କୋରାପୁଟ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ମଶାଲ ଶୋଭାଯାତ୍ରା କୋରାପୁଟ ସହରରେ ଅନୁଷ୍ଠିତ ହୋଇଥିଲା। ଶୋଭାଯାତ୍ରା ଗୁଣ୍ଡିଚା ମନ୍ଦିର ନିକଟରୁ ଆରମ୍ଭ ହୋଇ ବସଷ୍ଟାଣ୍ଡରେ ସରିଥିଲା। ଏହି ଶୋଭାଯାତ୍ରାରେ ତାରାପ୍ରସାଦ ବାହିନୀପତି ଓ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଯୋଗ ଦେଇଥିଲେ।

କୋରାପୁଟ ବସ୍ ଷ୍ଟାଣ୍ଡ ନିକଟରେ ହଠାତ କୃଷ୍ଣଚନ୍ଦ୍ର କୁଲଦୀପ ନାମକ ଜଣେ ବ୍ୟକ୍ତି ବାହିନୀପତିଙ୍କୁ ଅଚାନକ ଆକ୍ରମଣ କରିଥିଲେ। ଉପସ୍ଥିତ ଲୋକେ କୃଷ୍ଣକୁ କାବୁ କରି ଟାଉନ ଥାନରେ ଜିମା ଦେଇଥିଲେ। ଟାଉନ ଥାନା ପୋଲିସ କୃଷ୍ଣଙ୍କର ଡାକ୍ତରୀ ପରୀକ୍ଷା କରିବା ସହ ଅଟକ ରଖି ପଚରଉଚରା କରୁଛି। ଉଭୟ ପଟୁ ଥାନାରେ ଲିଖିତ ଅଭିଯୋଗ ହୋଇଛି।

ତାରାଙ୍କ ପିଏସଓ ଦେଇଥିବା ଲିଖିତ ଅଭିଯୋଗ ଅନୁଯାୟୀ, ଅଚାନକ ତାରାଙ୍କୁ ସର୍ବସାଧାରଣରେ ଥାପଡ଼ ମାରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ କୃଷ୍ଣଚନ୍ଦ୍ର। ଅଭଦ୍ର ଭାଷାରେ ବିଧାୟକଙ୍କୁ ଗାଳିଗୁଲଜ କରିଥିବା ନେଇ ବି ଅଭିଯୋଗ କରିଛନ୍ତି ତାରାଙ୍କ ପିଏସଓ।

Also Read

ସେପଟେ କୃଷ୍ଣଙ୍କ ପକ୍ଷରୁ ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ତାରାପ୍ରସାଦ ବାହିନୀପତି ଓ ତାଙ୍କ ଭାଇ କୃଷ୍ଣଙ୍କୁ ମାରିବାକୁ ବହୁ ଦିନ ଷଡଯନ୍ତ୍ର କରିଆସୁଥିଲେ। ଏ ନେଇ ବୁଝିବା ପାଇଁ ଯାଇଥିବା ବେଳେ ତାରାପ୍ରସାଦଙ୍କ ଲୋକେ କୃଷ୍ଣଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି। ମାମଲା ରେଜିଷ୍ଟ୍ରେସନ ହୋଇଥିବା ନେଇ ଟାଉନ ଥାନା ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏନେଇ ତାରାପ୍ରସାଦା ବାହିନୀପତି କିମ୍ବା କୃଷ୍ଣଚନ୍ଦ୍ରଙ୍କର ପ୍ରତିକ୍ରିୟା ମିଳିପାରିନି।

ଓଟିଭି ହ୍ଵାଟ୍ସଅପ

Scroll to Top