Minor Girl Burnt: ପେଟ୍ରୋଲ୍ ଢାଳି ନାବାଳିକାର ଆତ୍ମାହୁତି ଉଦ୍ୟମ

minor-girl-burnt:-ପେଟ୍ରୋଲ୍-ଢାଳି-ନାବାଳିକାର-ଆତ୍ମାହୁତି-ଉଦ୍ୟମ

ଗାଏସିଲାଟ ଥାନା ଫିରିଙ୍ଗିମାଲ ଗାଁରେ ଜଣେ ନାବାଳିକା ପୋଡି ହୋଇଯିବା ପରେ ତାଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ୩ ଜଣ IICଙ୍କୁ ନେଇ ତଦନ୍ତ ପାଇଁ ପୋଲିସ ଟିମ୍‌ ଗଠନ କରାଯାଇଛି।

ପୁଣି ଜଳିଗଲେ ଆଉ ଜଣେ ନାବାଳିକା। ବରଗଡ଼ ଜିଲ୍ଲା ଗାଏସିଲାଟ ଥାନା ଫିରିଙ୍ଗିମାଲ ଗାଁରେ ଚାଞ୍ଚଲ୍ୟକର ଘଟଣା ସାମନାକୁ ଆସିଛି। ପଡ଼ିଆରୁ ମୁର୍ମୁଷୁ ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ନାବାଳିକାଙ୍କ ଶରୀର ସମ୍ପୂର୍ଣ୍ଣ ପୋଡ଼ିଯାଇଥିବା ଦେଖିବାକୁ ମିଳିଛି। ନାବାଳିକା ଜଣଙ୍କ ଆତ୍ମାହୁତି ଉଦ୍ୟମ କରିଛନ୍ତି ନା ତାକୁ କେହି ଜାଳି ଦେଇଛି ତାହା ସ୍ପଷ୍ଟ ହୋଇପାରିନି। ସେ ତାଙ୍କ ମାମୁଁ ଘର ଗାଁ ପଡ଼ିଆରେ ପୋଡ଼ି ଯାଇଥିବା ସୂଚନା ମିଳିଛି। ତାଙ୍କ ବୟସ ୧୩ ବର୍ଷ ହୋଇଥିବା ବେଳେ ସେ ଅଷ୍ଟମ ଶ୍ରେଣୀରେ ପଢୁଥିବା ସୂଚନା ମିଳିଛି।

ସଙ୍କଟାପନ୍ନ ଅବସ୍ଥାରେ ଆମ୍ବୁଲାନ୍ସରେ ପଦ୍ମପୁରରୁ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏକ ସ୍ବତନ୍ତ୍ର ଟିମ୍ ପୀଡ଼ିତାଙ୍କ ଚିକିତ୍ସା ଆରମ୍ଭ କରିଛନ୍ତି। ପୋଲିସ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହିଛି।

ବରଗଡ଼ ଦାୟିତ୍ବରେ ଥିବା ବଲାଙ୍ଗିର ଏସ୍‌ପି ଅଭିଳାଷ.ଜି ସୂଚନା ଦେଇ କହିଛନ୍ତି ଯେ, ନାବାଳିକା ପୋଡ଼ି ଘଟଣାରେ ପୋଲିସ ତତ୍ପରତାର ସହିତ ୩ ଜଣ IICଙ୍କୁ ନେଇ ତଦନ୍ତ ପାଇଁ ପୋଲିସ ଟିମ୍‌ ଗଠନ କରାଯାଇଛି। ଫିରିଙ୍ଗିମାଲ ଗାଁକୁ ଯାଇ ପୋଲିସ ଟିମ୍ ତଦନ୍ତ କରିବ ବୋଲି କହିଛନ୍ତି।

Also Read

ଗାଁ ଲୋକଙ୍କ କହିବା ଅନୁସାରେ, ପେଟ୍ରୋଲ ଢାଳି ଜଳିଯାଇଛନ୍ତି ନାବାଳିକା। ପଡ଼ିଆରେ ତାଙ୍କର ଚପଲ, ପେଟ୍ରୋଲ୍ ବୋତଲ ସହ ଦିଆସିଲି ପଡ଼ିଥିବା ଦେଖିବାକୁ ମିଳିଛି। ତେବେ କେମିତି ଏତେ ବଡ଼ ଘଟଣା ଘଟିଲା ସେନେଇ ସ୍ପଷ୍ଟ କାରଣ ଜଣାପଡ଼ିନାହିଁ।

ଅଧିକ ପଢ଼ନ୍ତୁ: ଛାତ୍ରୀ ମୃତ୍ୟୁ ମାମଲାରେ ବୟଫ୍ରେଣ୍ଡ ଗିରଫ, ମୋବାଇଲରୁ ମିଳିଛି ୬୦ଟି ଅଶ୍ଲୀଳ ଭିଡ଼ିଓ

ଓଟିଭି ହ୍ଵାଟ୍ସଅପ

Scroll to Top