Maoist Crackdown: ମାଓ ଦମନ ଅଭିଯାନରେ ବିଲୁପ୍ତ ମୁହାଁ ଲାଲଗଡ଼, ଶୁଭିଲାଣି ଲାଲବାହିନୀର ତ୍ରାହି ତ୍ରାହି ଡାକ

maoist-crackdown:-ମାଓ-ଦମନ-ଅଭିଯାନରେ-ବିଲୁପ୍ତ-ମୁହାଁ-ଲାଲଗଡ଼,-ଶୁଭିଲାଣି-ଲାଲବାହିନୀର-ତ୍ରାହି-ତ୍ରାହି-ଡାକ

ମାଓବାଦୀଙ୍କୁ ବର୍ତ୍ତିବାର ଆଉ ବାଟ ନାହିଁ କି ତିଷ୍ଠି ରହିବାର ବିକଳ୍ପ ବି ନାହିଁ। ବିଲୁପ୍ତ ମୁହାଁ ଲାଲଗଡ଼ ଭିତରୁ ଆତ୍ମସମର୍ପଣର ସୁଅ ଛୁଟୁଛି ଟପ୍ ଲିଡରଙ୍କର। ଦକ୍ଷିଣ ସବ୍ ଜର୍ଣ୍ଣାଲ ବ୍ୟୁରୋ ଇନଚାର୍ଜ ତଥା ନିହତ ନକ୍ସଲ କମାଣ୍ଡର କିଶନଜୀର ପତ୍ନୀ ସୁଜାତା ପରେ ଛତିଶଗଡ଼ ପୋଲିସ ନିକଟରେ ସରେଣ୍ଡର କରିବାକୁ ବାଧ୍ୟ ହୋଇଛି ମାଓ ଲିଡର୍ ଚଲପତିର ଘନିଷ୍ଠ ସହଯୋଗୀ ସତ୍ୟମ୍ ଗାବଡେର ସ୍ତ୍ରୀ। ସେପଟେ ଝାଡ଼ଖଣ୍ଡରେ ସୁରକ୍ଷାବାହିନୀର ଅନ୍ଧାଧୂନ୍ ଅପରେସନରେ ୪ ମୋଷ୍ଟ ୱାଣ୍ଟେଡ୍ ନକ୍ସଲ ସଫା। ଏଭଳି ମାଓ ଦମନ ଭିତରେ ପିଳେହିପାଣି ଅବସ୍ଥାରେ ଥିବା ସୀମାନ୍ତ ରାଜ୍ୟର ନକ୍ସଲ, ଆଉ ଓଡ଼ିଶା ପ୍ରବେଶର ଆଶଙ୍କାକୁ ଦେଖି କଡ଼ା ପହରା ଦେଉଛି ପୋଲିସ।…

ଜଙ୍ଗଲ ଭିତରୁ ବିକାଶ ବିରୋଧୀ ଯୁଦ୍ଧ ଚଳାଇଥିବା ଲାଲବାହିନୀର ଖେଳ ଖତମ୍ ! ଆଉ ବଞ୍ଚାଇବାକୁ କେହି ନାହିଁ…ବିଲୁପ୍ତ ମୁହାଁ ଲାଲଗଡ଼ ଭିତରୁ ଶୁଭିଲାଣି ମାଓବାଦୀଙ୍କ ତ୍ରାହି ତ୍ରାହି ଡାକ…ଜୀବନ ବିକଳରେ କିଏ ଆତ୍ମସମର୍ପଣ କଲେଣି ତ ଆଉ କିଏ ସୁରକ୍ଷାକର୍ମୀଙ୍କ ଗୁଳିରେ ସଫା ହୋଇଗଲେଣି। ନକ୍ସଲ ଦମନ ଅଭିଯାନରେ ୟେ ଆଉ ଏକ ସଫଳତା। ଝାଡ଼ଖଣ୍ଡ ହଜାରିବାଗ ଓ ପାଲାମୁ ଅଞ୍ଚଳରେ ସୁରକ୍ଷା ବାହିନୀଙ୍କ ଗୁଳିରେ ଟଳିଛନ୍ତି ଚାରି ଚାରି ଜଣ ଟପ୍ ମାଓବାଦୀ। ପାଲାମୁ ଜିଲ୍ଲା ମାନାଟୁ ଜଙ୍ଗଲରେ ପ୍ରାଣହରାଇଛି ମୋଷ୍ଟୱାଣ୍ଟେଡ୍ ମୁଖଦେବ ଯାଦବ। ଯାହା ମୁଣ୍ଡ ଉପରେ ଥିଲା ୫ ଲକ୍ଷର ପୁରସ୍କାର ରାଶି।

ଆଉ ଏମାନେ ହେଉଛନ୍ତି ହଜାରିବାଗ୍ ଗୋରହର ଅଞ୍ଚଳର ଏନକାଉଣ୍ଟରରେ ନିହତ ୩ କୁଖ୍ୟାତ ନକ୍ସଲ ସହଦେବ ସୋରେନ, ରଘୁନାଥ ହେମ୍ବ୍ରମ ଓ ବୀରସେନ ଗଞ୍ଜୁ। ସହଦେବର ମୁଣ୍ଡ ପାଇଁ କୋଟିଏ, ରଘୁନାଥ ପାଇଁ ୨୫ ଲକ୍ଷ ଓ ବୀରସେନ ପାଇଁ ଥିଲା ୧୦ ଲକ୍ଷର ପୁରସ୍କାର ରାଶି। ସମୟ ସକାଳ ପ୍ରାୟ ସାଢ଼େ ୪ଟା। ମାଓକ୍ୟାଂପର ସୂଚନା ପାଇ ସୂର୍ଯ୍ୟ ଉଇଁବା ଆଗରୁ ଜଙ୍ଗଲ ଭିତରେ ଆରମ୍ଭ ହୋଇଥିଲା ଅପରେସନ୍। ସାମିଲ ହୋଇଥିଲେ କୋବ୍ରା ବାଟାଲିୟନ୍, ଝାଡ଼ଖଣ୍ଡ ଜାଗୁଆର ସହ ଝାଡ଼ଖଣ୍ଡ ପୋଲିସ। ଆରମ୍ଭ ହୋଇଗଲା ଅନ୍ଧାଧୂନ ଫାଏରିଂ। ତାହାରି ଭିତରେ ଟଳିପଡ଼ିଲେ ଏହି ୩ ଜଣ, ଆଉ କିଛି ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରୁ ଜବତ ହୋଇଥିଲା ବିପୁଳ ଅସ୍ତ୍ରଶସ୍ତ୍ର ସହ ୩ଟି AK-47। ଏହି ଏନକାଉଣ୍ଟର ପରେ ଏବେ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ବଢ଼ିଛି ସୁରକ୍ଷା।

Also Read

କ୍ରମାଗତ ମାଓବିରୋଧୀ ଅପରେସନ ଭିତରେ ଆତ୍ମସମର୍ପଣର ଧାରାକୁ ଫେରୁଛନ୍ତି ଟପ୍ ନକ୍ସଲ। ତେଲେଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ନିହତ ନକ୍ସଲ କମାଣ୍ଡର କିଶନଜୀର ପତ୍ନୀ ସୁଜାତା ପରେ ସରେଣ୍ଡର କରିଛି ଆଉ ଜଣେ ହାର୍ଡକୋର୍ ଲେଡି ମାଓବାଦୀ। ଯାହା ନାଁ ଜାନସି ଓରଫ୍ ବଛେଲା ଅଟାମୀ। ଯାହା ମୁଣ୍ଡ ଉପରେ ଥିଲା ୮ ଲକ୍ଷର ପୁରସ୍କାର ରାଶି। ଛତିଶଗଡ ଗରିଆବନ୍ଧ ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ଜାନସୀ, ମହାରାଷ୍ଟ୍ର ଗଡ଼ଚିରୋଲିର ମୂଳ ବାସିନ୍ଦା। ୨୦ ବର୍ଷ ଧରି ଧମତରୀ-ଗରିଆବନ୍ଧ-ନୂଆପଡ଼ା ଡିଭିଜନ କମିଟିର ଥିଲା ସକ୍ରିୟ ସଦସ୍ୟ। କେନ୍ଦ୍ରୀୟ କମିଟି ସଦସ୍ୟ ଚଳପତିର ଘନିଷ୍ଠ ସହଯୋଗୀ ସତ୍ୟମ୍ ଗାବଡେଙ୍କ ସ୍ତ୍ରୀ ହେଉଛି ଜାନସି l ଯିଏ ଶତାଧିକ ମାଓହିଂସାରେ ଥିଲା ଜଡ଼ିତ।

ଓଡ଼ିଶା ହେଉ କି ଆନ୍ଧ୍ର, ତେଲେଙ୍ଗାନା ହେଉ କି ମହାରାଷ୍ଟ୍ର। ଅପେକ୍ଷାକୃତ ନକ୍ସଲ କାର୍ଯ୍ୟକଳାପ ଆଉ ନାହିଁ। ଯାହା କିଛି ସକ୍ରିୟ ଅଛନ୍ତି ଛତିଶଗଡ଼ ଓ ଝାଡ଼ଖଣ୍ଡରେ। ୨୦୨୪ରୁ ୨୦୨୫ ଏବେ ସୁଦ୍ଧା ଏନକାଉଣ୍ଟରରେ କେବଳ ଛତିଶଗଡ଼ରେ ଗଲାଣି ୪୬୫ ଜଣ ନକ୍ସଲଙ୍କ ଜୀବନ। ଗିରଫ ହୋଇଛନ୍ତି ୧୬୮୦ ଏବଂ ୧୫ ଶହରୁ ଅଧିକ ଆତ୍ମସମର୍ପଣ କରିଛନ୍ତି। ସେଣ୍ଟ୍ରାଲ୍ କମିଟି ସଦସ୍ୟଙ୍କ ସଂଖ୍ୟା ବି କମିଗଲାଣି। କନ୍ଧମାଳ ଜିଲ୍ଲାରେ CPI ମାଓବାଦୀର ବଂଶଧର ଘୁମୁସର ନାଗାବଳି ଡିଭିଜନ (BGN) ଏବଂ କଳାହାଣ୍ଡି କନ୍ଧମାଳ ବୌଦ୍ଧ ନୟାଗଡ଼ (KKBN) ସଂଗଠନ ରହିଛି। ତଥାପି କ୍ରମାଗତ ଅପରେସନ୍ ପରେ ଏସବୁ ସଂଗଠନ ଏବେ ବ୍ୟାକଫୁଟରେ।

ଅଧିକ ପଢ଼ନ୍ତୁ: ହଟୁନି କଲେଜ ଇଲେକସନ ସସପେନସ୍, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସଙ୍କେତ ସତ୍ତ୍ୱେ ଆସୁନି ସ୍ପଷ୍ଟତା 

Scroll to Top