Mao Operation: ୩ କୁଖ୍ୟାତ ନକ୍ସଲ ନେତା ସଫା

mao-operation:-୩-କୁଖ୍ୟାତ-ନକ୍ସଲ-ନେତା-ସଫା

ମାଟିରେ ମିଶିଲେ ନକ୍ସଲ ଟପ୍ କମାଣ୍ଡର୍ । ସଫା ହେଇଯିବେ ଲାଲବାହିନୀ । ଝାଡ଼ଖଣ୍ଡରେ ଦୁଇଟି ବଡ଼ ଏନକାଉଣ୍ଟର୍ , ଖୋଜି ଖୋଜି ଏନକାଉଣ୍ଟର୍ କରୁଛନ୍ତି ସୁରକ୍ଷାକର୍ମୀ ।

Jnanadarsi Sahoo

  • Published: Monday, 15 September 2025
  • Last updated: 15 September 2025, 11:30 AM IST

Major anti-Naxal operation in JharkhandCredit: OTV

Major anti-Naxal operation in Jharkhand

ବଣାଇ: ଓଡିଶା ସୀମାରେ ମାଓ ଅପରେଶନ। ଝାଡ଼ଖଣ୍ଡରେ ବଡ଼ ନକ୍ସଲ ବିରୋଧୀ ଅପରେସନ୍। ମିଳିତ ଅପରେଶନରେ ୩ କୁଖ୍ୟାତ ନକ୍ସଲ ନେତା ସଫା ହୋଇଥିବା ଜଣାପଡିଛି । ଝାଡ଼ଖଣ୍ଡର ହଜାରିବାଗର ଗୋରହର ଥାନା ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ ୩ କୁଖ୍ୟାତ ମାଓନେତା ସହଦେବ ସୋରେନ, ରଘୁନାଥ ହେମ୍ବ୍ରମ ଓ ବୀରସେନ ଗଞ୍ଜୁଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସହଦେବ ସୋରେନର ମୁଣ୍ଡ ପାଇଁ ଥିଲା କୋଟିଏ ଟଙ୍କା ପୁରସ୍କାର। ସେହିଭଳି ରଘୁନାଥ ହେମ୍ବ୍ରମଙ୍କ ପାଇଁ ଥିଲା ୨୫ ଲକ୍ଷ ଓ ବୀରସେନ ଗଞ୍ଜୁଙ୍କ ପାଇଁ ଥିଲା ୧୦ ଲକ୍ଷ ଟଙ୍କା ପୁରସ୍କାର।

Also Read

CRPF ଓ ଝାଡ଼ଖଣ୍ଡ ପୋଲିସର ମିଳିତ ଅପରେସନ୍ ରେ ଏମାନେ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ୩ଟି ଏକେ-୪୭ ଓ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରିଛି ଝାଡ଼ଖଣ୍ଡ ପୁଲିସ। ସେହିପରି ନକ୍ସଲ ବିରୋଧୀ ଅପରେସନରେ ପୁଣି ସୁରକ୍ଷା ବାହିନୀକୁ ମିଳିଲା ବଡ଼ ସଫଳତା। ଯବାନଙ୍କ ଗୁଳିରେ ହାର୍ଡକୋର ମାଓବାଦୀ ମୁଖଦେବ ଯାଦବ ନିହତ । ମୁଖଦେବର ମୁଣ୍ଡରେ ଥିଲା ପାଞ୍ଚ ଲକ୍ଷ ଟଙ୍କାର ପୁରସ୍କାର। ଏକାଧିକ ମାଓ ହମଲା ଓ ଅନେକ ହିଂସାତ୍ମକ ଘଟଣାରେ ସାମିଲ ଥିଲା ମୁଖଦେବ। ଝାଡ଼ଖଣ୍ଡ ପଲାମୁ ଜିଲ୍ଲା ମାନାଟୁ ଜଙ୍ଗଲରେ ସୁରକ୍ଷା ବାହିନୀ ଓ ନକ୍ସଲଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଛି। କୋବ୍ରା ବାଟାଲିୟନ୍, ଝାଡ଼ଖଣ୍ଡ ଜାଗୁଆର ଏବଂ ପାଲାମୁ ପୋଲିସର ମିଳିତ ଅପରେସନ ବେଳେ ନକ୍ସଲଙ୍କ ସହ ପ୍ରବଳ ଗୁଳି ବିନିମୟ ହୋଇଥିଲା।

ସୁରକ୍ଷା ବାହିନୀଙ୍କ ଗୁଳିରେ ମାନାଟୁ ଜଙ୍ଗଲରେ ଟଳି ପଡ଼ିଲା ନକ୍ସଲ ସଂଗଠନ ‘ତ୍ରିତିୟା ସମ୍ମେଳନ ପ୍ରସ୍ତୁତି କମିଟି’ ସବ-ଜୋନାଲ କମାଣ୍ଡର ମୁଖଦେବ ଯାଦବ। ଘଟଣା ସ୍ଥଳରୁ ଗୋଟିଏ INSAS ରାଇଫଲ୍ , ଗୋଟିଏ ୱାକିଟକି ଓ ତିନୋଟି ମେଗାଜିନ ସୁରକ୍ଷା ବାହିନୀଙ୍କ ଦ୍ବାରା ଉଦ୍ଧାର ହୋଇଥିବା ପଲାମୁ ଏସପି ରେଶ୍ମା ରାମେସନ୍ ସୂଚନା ଦେଇଛନ୍ତି। ଗତ ସପ୍ତାହରେ ଛତିଶଗଡ଼ ଗରିଆବନ୍ଦରେ ହାର୍ଡକୋର୍ ମାଓ ନେତା ବାଲକ୍ରିଷ୍ଣା ନିହତ ହୋଇଛି। ଗୋଟେ ପରେ ଗୋଟେ ଟପ୍ ମାଓ କମାଣ୍ଡର ନିହତ ଓ ସରେଣ୍ଡର୍ ହେବାକୁ ଲାଗିଛନ୍ତି। ଯାହା ୨୦୨୬ ମାଓ ମୁକ୍ତ ଦେଶର ଅଭିଯାନକୁ ନୂଆ ଦିଶା ଦେଖାଇଛି।

Scroll to Top