Mao leader press release: ସଂଗଠନ କେବେ ବିଲୁପ୍ତ ହେବନି, ସଂଘର୍ଷକୁ କେବେ ଭୁଲି ହେବ ନାହିଁ’

mao-leader-press-release:-ସଂଗଠନ-କେବେ-ବିଲୁପ୍ତ-ହେବନି,-ସଂଘର୍ଷକୁ-କେବେ-ଭୁଲି-ହେବ-ନାହିଁ’

ମାଲକାନଗିରି ୧୪/୦୩: ମାଓ ନେତ୍ରୀ ରାଜୀତାଙ୍କ ପ୍ରେସ ବିବୃତ୍ତି । ଆତ୍ମସମର୍ପଣକୁ ନା, ଲଢେଇ ଜାରି ରହିବ। ମାଓବାଦୀଙ୍କ ମୁଖ୍ୟସ୍ରୋତରେ ସାମିଲ ହେବାର ଶେଷ ସୁଯୋଗ ସରକାର ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ରଖିଛନ୍ତି। ଏହା ପରେ ସରକାର କି ପଦକ୍ଷେପ ନେବେ ତାହା କହିବା ମୁସକିଲ। ଏହି ସମୟ ସୀମା ଭିତରେ ଯେଉଁ ମାଓବାଦୀ ଆତ୍ମସମର୍ପଣ କରିବେ ସେମାନଙ୍କୁ ଲାଲ କାର୍ପେଟ ବିଛାଇ ଅଣାଯିବ ବୋଲି ଚାରି ରାଜ୍ୟର ସରକାର ଆହ୍ବାନ ଦେଇଥିଲେ । ଧାର୍ଯ୍ୟ ସମୟ ସୀମା ଯେତେ ପାଖେଇ ଆସୁଛି ମାଓବାଦୀ ମାନେ ସେତେ ଜଙ୍ଗଲରୁ ବାହାରି ମୁଖ୍ୟ ସ୍ରୋତରେ ସାମିଲ ହେଲେଣି।

​​​​​​​

କିନ୍ତୁ ଏହାରି ଭିତରେ ମାଡ ଡିଭିଜନର ସଚିବ ରାଣୀତା ଏକ ପ୍ରେସ ବିଜ୍ଞପ୍ତି ଜାରି କରି ସମସ୍ତଙ୍କୁ ଚକିତ କରିଛନ୍ତି । ସେ ଆତ୍ମସମର୍ପଣକୁ ନା କରିଛନ୍ତି । ସାଥି କମ୍ରେଡ ମାନଙ୍କ ବଳିଦାନକୁ ବ୍ୟର୍ଥ ଯିବାକୁ ଦେବୁ ନାହିଁ ବୋଲି ସେ କହିଛନ୍ତି। ସରକାରଙ୍କ କୌଣସି ପ୍ରସ୍ତାବକୁ ଆମେ ସ୍ବୀକାର କରିବୁ ନାହିଁ ବୋଲି ସେ ସଫା ସଫା କହିଛନ୍ତି। ଆମ ସଂଗଠନ କେବେ ବି ବିଲୁପ୍ତ ହେବ ନାହିଁ। ସହିଦ ନେତାଙ୍କ ସଂଘର୍ଷକୁ କେବେ ମଧ୍ୟ ଭୁଲି ହେବ ନାହିଁ। ଆମେ ଭାରତର ସବୁ ସ୍ଥାନରେ ହିଂସା ଘଟାଇବୁ। ଯେଉଁମାନେ ଆମକୁ ଅଟକାଇବେ ସେମାନଙ୍କୁ ଦଣ୍ଡ ଦିଆଯିବ।

also read…

​​​​​​​ଘେରାବନ୍ଦୀରେ ସରଣ୍ଡା ଜଙ୍ଗଲ : କେଉଁଠି ଲୁଚିଛି ମିଶିର, ପାଉନାହାନ୍ତି ସୁରକ୍ଷା ବାହିନୀ

ଆମର ଲଢେଇ ଜାରି ରହିବ ଏବଂ ସରକାରଙ୍କର ଏହି ନିନ୍ଦନୀୟ କାର୍ଯ୍ୟର ପରିଣାମ ମଧ୍ୟ ଭୋଗିବେ। ଯେଉଁମାନେ ଆତ୍ମସମର୍ପଣ କରିଛନ୍ତି ସେମାନେ ଭୀରୁ। ସରକାର ଏବଂ ଆତ୍ମସମର୍ପଣ ନକ୍ସଲ ସହ ଆମର ଲଢେଇ ସିଧା ହେବ ବୋଲି ସଚିବ ରାଣୀତା କହିଛନ୍ତି। ତେବେ ଏହି ଚିଠିକୁ ନେଇ ଏବେ ଚାରି ରାଜ୍ୟର ପୁଲିସ ଚିନ୍ତାରେ ପଡିଛନ୍ତି । ୩୧ ମାର୍ଚ୍ଚ ସୁଦ୍ଧା ନକ୍ସଲ ସମାପ୍ତ ହେବା ନେଇ ଯେଉଁ ଆଶା ପ୍ରକଟ କରାଯାଉଥିଲା ତାହା ପୁଣି ଘୁଞ୍ଚିଲା ବୋଲି କୁହାଯାଉଛି । ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଲଢେଇ ଜାରି ରହିବ ବୋଲି ଆଲୋଚନା ଜୋର ଧରିଛି ।

Scroll to Top