Manipur Violence: ବିଶ୍ୱରେ ଯୁଦ୍ଧର ପରିବେଶ ରହିଥିବା ବେଳେ ପାକିସ୍ତାନ ଭାରତକୁଆକ୍ରମଣର ଘନ ଘନ ଧମକ ଦେଉଛି। ଏହାରି ଭିତରେ ପୁଣିଥରେ ଅଶାନ୍ତ ହୋଇପଡ଼ିଛି ମଣିପୁର। ପାହାଡ଼ରୁ ଲୁଚି ଯବାନ ଘର ଉପରେ ରକେଟ ମାଡ଼ କରାଯାଇଥିବା କୁହାଯାଉଛି।
Published By: abinash – Prameya-News7 Bureau | April 07, 2026 11:56 AM
NEWS7
Manipur Violence: ବିଶ୍ୱରେ ଯୁଦ୍ଧର ପରିବେଶ ରହିଥିବା ବେଳେ ପାକିସ୍ତାନ ଭାରତକୁ ଆକ୍ରମଣର ଘନ ଘନ ଧମକ ଦେଉଛି। ଏହାରି ଭିତରେ ପୁଣିଥରେ ଅଶାନ୍ତ ହୋଇପଡ଼ିଛି ମଣିପୁର। ରାଜ୍ୟର ବିଷ୍ପୁପୁର ଜିଲ୍ଲାରେ ଏକ ଘର ଉପରେ ଆଟାକ୍ ହୋଇଛି। ଘରକୁ ଟାର୍ଗେଟ୍ କରି ରକେଟ୍ କିମ୍ବା ମୋର୍ଟାର ମାଡ଼ କରାଯାଇ ଥାଇପାରେ ବୋଲି ଜାତୀୟ ଗଣମାଧ୍ୟମ ଇଣ୍ଡିଆଟୁଡେର ଖବର ପ୍ରକାଶ ପାଇଛି। ଏଥିରେ ଦୁଇ ପିଲାଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ମାଆ ଆହତ ହୋଇଛନ୍ତି।
ଆଜି ସକାଳେ (ଏପ୍ରିଲ ୭) ସମ୍ବେଦନଶୀଳ ପାହାଡ଼ିଆ-ଉପତ୍ୟକା ସୀମାରେ ଅବସ୍ଥିତ ଗାଁ ମୋଇରଙ୍ଗର ଟ୍ରୋଙ୍ଗଲାବି ଆୱାଙ୍ଗ ଲାଇକାଇରେ ଥିବା ଏକ ଘରକୁ ଟାର୍ଗେଟ୍ କରାଯାଇଥିଲା। ଏଥିରେ ଗୋଟିଏ ପରିବାର ଦୁଇ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ମାଆ ଗୁରୁତର ଆହତ ହୋଇଛନ୍ତି। ତେବେ ଏହା ମୋର୍ଟାର୍ ଥିଲା କି ରକେଟ୍ ମାଡ଼ ଥିଲା ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।
ମିଳିଥିବା ପ୍ରାଥମିକ ସୂଚନା ଅନୁଯାୟୀ, ନିକଟବର୍ତ୍ତୀ ପାହାଡିଆ ଅଞ୍ଚଳରୁ ଏହି ଆକ୍ରମଣ କରାଯାଇଥିବାବେଳେ, ଏଥିରେ ସୀମା ସୁରକ୍ଷା ବାହିନୀର ଜଣେ ଭାରତୀୟ ଯବାନଙ୍କ ଘର ନଷ୍ଟ ହୋଇଯାଇଛି। ତାଙ୍କ ନାଁ ହେଲା ଓଇନାମ୍ ମାଲେମଙ୍ଗାନବା। ସେ ରାଜ୍ୟ ବାହାରେ ନିୟୋଜି ଅଛନ୍ତି। ବିସ୍ଫୋରଣ ସମୟରେ ତାଙ୍କ ପତ୍ନୀ,୩୭ ବର୍ଷୀୟ ଓଇନାମ୍ ଓଙ୍ଗବି ବିନିତା ଏବଂ ସେମାନଙ୍କର ଦୁଇ ପିଲାଘରେ ଥିଲେ। ଦୁଇ ପୁଅଙ୍କ ମଧ୍ୟରୁ ଜଣଙ୍କ ବୟସ ପାଞ୍ଚ ବର୍ଷ ହୋଇଥିବା ବେଳେ ଆଉ ଜଣେ ୫ ମାସର ଶିଶୁ। ଏହି ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଯବାନଙ୍କ ପତ୍ନୀ ବିନିତା ଗୁରୁତର ଆହତ ହୋଇଛନ୍ତି।
ଭୟଙ୍କର ବିସ୍ଫୋରଣରେ ଚୁରମାର ହୋଇଯାଇଥିଲା ଘର
ଭୋର ସମୟରେ ଯବାନଙ୍କ ଘରେ ଏହି ଆକ୍ରମଣ ହୋଇଥିଲା।ଏଥିରେ ଘରର ଏକପ୍ରକାର ଚୁରମାର ହୋଇଯାଇଥିଲା। ଖବର ପାଇଁ ସ୍ଥାନୀୟ ଲୋକ ଓ ପୁଲିସ ଭଙ୍ଗା ଘରୁ ଯବାନଙ୍କ ଆହତ ପତ୍ନୀ ଓ ଦୁଇ ପୁଅଙ୍କୁ ଉଦ୍ଧାର କରି ଇମ୍ଫାଲର ଡାକ୍ତରଖାନା ନେଇଥିଲେ। ଚିକିତ୍ସା ବେଳେ ଦୁଇ ପୁଅଙ୍କର ମୃତ୍ୟୁ ହୋଇଥିବା ବେଳେ ବିନିତାଙ୍କ ଚିକିତ୍ସା ଚାଲିଛି। ସ୍ଥାନୀୟ ଲୋକଙ୍କ କହିବା କଥା ହେଲା ଭୋର ସମୟରେ ଜୋରଦାର ବିସ୍ଫୋରଣ ହୋଇଥିଲା। ଏହାପରେ ଗାଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା।
Also Read- Iran War: ଗୋଟିଏ ରାତିରେ ଇରାନକୁ ଶେଷ କରିପାରିବୁ, ପୁଣି ଧମକ ଦେଲେ ଟ୍ରମ୍ପ




