ଉତ୍ତର ପ୍ରଦେଶର ଦେଓରିଆର ମହାମୃଷି ଦେବରାହା ବାବା ମେଡିକାଲ କଲେଜରେ ଛାତ୍ର ଏବଂ କର୍ମଚାରୀମାନେ ପ୍ରାୟ ଦଶ ଦିନ ଧରି ଶବ ପଶିଥିବା ଏକ ଟାଙ୍କିରୁ ଅଜାଣତରେ ପାଣି ବ୍ୟବହାର କରୁଥିଲେ।
![]()
/odishatv-khabar/media/media_files/2025/10/09/body-in-college-tank-2025-10-09-13-08-46.jpg)
BODY-IN-COLLEGE-TANK Photograph: (OTV)
କଲେଜରେ ଚାଞ୍ଚଲ୍ୟ ! ପାଣି ଟାଙ୍କିରେ ସଢୁଥିଲା ଶବ, ସେଇ ପାଣି ପିଉଥିଲେ କଲେଜ ପିଲା । ୧୦ ଦିନ ହେଲା ମୃତଦେହ ପଡିଥିଲା ଟାଙ୍କି ଭିତରେ । ପାଣିରେ ପଡି ପଚି ସଢି ଯାଇଥିଲା । ହେଲେ ଜାଣିପାରିଲେନି କେହି । କଲେଜ ପିଲାଠୁ ନେଇ ରୋଗୀଙ୍କ ଯାଏଁ ପାଣି ପିଉଥିଲେ ସେହି ଟାଙ୍କିରୁ । ଏମିତି ଏକ ସାଂଘାତିକ ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶ ଦେଓରିଆରେ ଥିବା ମହର୍ଷି ଦେବରହା ବାବା ମେଡିକାଲ କଲେଜରୁ ।
ମେଡିକାଲ କଲେଜ (Medical College) ର ପଞ୍ଚମ ମହଲାରେ ଥିଲା ପାଣି ଟାଙ୍କି । ଟାଙ୍କିରୁ ଅତି ଦୁର୍ଗନ୍ଧ ବାହାରିବାରୁ ଅଭିଯୋଗ କରିଥିଲେ ପିଲା । ତେଣୁ ଟାଙ୍କି ସଫା କରିବାକୁ ଯାଇଥିଲେ ସଫେଇ କର୍ମଚାରୀ । ହେଲେ ଟାଙ୍କି ଖୋଲିବା ମାତ୍ରେ, ଯାହା ଘଟିଲା ସମସ୍ତଙ୍କ ହୋସ୍ ଉଡାଇଦେଲା । ପାଣି ଟାଙ୍କି ଭିତରେ ପଡିଥିଲା ମୃତଦେହ । ଦୁର୍ଗନ୍ଧରେ ଫାଟି ପଡିଥିଲା ପୂରା ଏରିଆ । ମୃତଦେହଟି ୧୦ ଦିନ ହେଲା ଟାଙ୍କିରେ ପଡିଥିବା ଜଣାପଡିଛି । ବଡି ପୂରା ପଚି ଯାଇଥିବାରୁ ଚିହ୍ନିବା ହୋଇଛି ମୁସ୍କିଲ । ମୃତଦେହ ପଡିଥିବା ଟାଙ୍କିରୁ ଉଭୟ ଓପିଡି ଓ ୱାର୍ଡ ବିଲଡିଂକୁ ସପ୍ଲାଏ ହୋଇଥାଏ ପାଣି । ଏହାସହ ମେଡିକାଲ କଲେଜ ପିଲା ଓ ଷ୍ଟାଫ୍ ଏହି ପାଣି ପିଉଥିବାରୁ ଚାରିଆଡେ ଖେଳିଯାଇଛି ହଇଚଇ ।
ହେଲେ କେମିତି ଟାଙ୍କିରେ ପଡିଲା ମୃତଦେହ ? ଏହା ଆତ୍ମହତ୍ୟା ନା ଦୁର୍ଘଟଣା ? ନା କେହି ମାରି ଫିଙ୍ଗିଦେଲା ? ସେନେଇ ଚାଲିଛି ଖୋଳତାଡ । ଏହି ଘଟଣାର ତଦନ୍ତ ପାଇଁ ଦେଓରିଆ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଦିଆଯାଇଛି ଦାୟିତ୍ୱ । ଘଟଣାରେ କଲେଜର ପ୍ରିନ୍ସପାଲଙ୍କୁ ଅସ୍ଥାୟୀ ଭାବେ କାର୍ଯ୍ୟାନ୍ତର କରାଯାଇଛି । ଉକ୍ତ ଟାଙ୍କିକୁ ସିଲ୍ କରାଯାଇଛି ।




