M

m

ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣକୁ ଆତଙ୍କବାଦୀ ଆକ୍ରମଣ କହିଲେ କେନ୍ଦ୍ର ସରକାର। ସୁରକ୍ଷା ସଂପର୍କିତ କ୍ୟାବିନେଟ୍ ବୈଠକରେ ଏ ନେଇ ପାରିତ ହେଇଛି ସଂକଳ୍ପ। ଯେଉଁଥିରେ ବିସ୍ଫୋରଣ ଘଟଣାର ଶୀଘ୍ର ଓ ଠିକ୍ ଢଙ୍ଗରେ ତଦନ୍ତ କରିବାକୁ ତଦନ୍ତକାରୀ ସଂସ୍ଥାକୁ କ୍ୟାବିନେଟ ନିର୍ଦ୍ଦେଶ ଦେଇଛି।

author-image

MODI-MEETING

MODI-MEETING Photograph: (OTV)

ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣକୁ ଆତଙ୍କବାଦୀ ଆକ୍ରମଣ କହିଲେ କେନ୍ଦ୍ର ସରକାର। ସୁରକ୍ଷା ସଂପର୍କିତ କ୍ୟାବିନେଟ୍ ବୈଠକରେ ଏ ନେଇ ପାରିତ ହେଇଛି ସଂକଳ୍ପ। ଯେଉଁଥିରେ ବିସ୍ଫୋରଣ ଘଟଣାର ଶୀଘ୍ର ଓ ଠିକ୍ ଢଙ୍ଗରେ ତଦନ୍ତ କରିବାକୁ ତଦନ୍ତକାରୀ ସଂସ୍ଥାକୁ କ୍ୟାବିନେଟ ନିର୍ଦ୍ଦେଶ ଦେଇଛି।

ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳ ନୀତି ସହ ପୀଡ଼ିତଙ୍କୁ ଉଚିତ ନ୍ୟାୟ ପାଇଁ ମତପ୍ରକାଶ ପାଇଛି। ନୂଆଦିଲ୍ଲୀ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭନବରେ ବସିଥିଲା  ଗୁରୁତ୍ବପୂର୍ଣ୍ଣ ସୁରକ୍ଷା ସମ୍ପର୍କୀତ କ୍ୟାବିନେଟ୍ ବୈଠକ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରମୁଖ ଉପସ୍ଥିତ ଥିଲେ।

ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପ୍ରେସ୍ ବ୍ରିଫରେ ସୂଚନା ଦେଇଛନ୍ତି ଯେ, ନଭେମ୍ବର 10ରେ ଆତଙ୍କବାଦୀମାନେ ନୂଆଦିଲ୍ଲୀରେ ଅତି ଜଘନ୍ୟ ଅପରାଧ ଘଟାଇଛନ୍ତି। ଘଟଣାର ତଦନ୍ତ ପ୍ରକ୍ରିୟାକୁ କିଭଳି ଅତି ଶୀଘ୍ର ଏବଂ ସଠିକ୍ ଭାବେ କରାଯିବ ସେ ନେଇ କ୍ୟାବିନେଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଫଳରେ ଆକ୍ରମଣର ଷଡ଼ଯନ୍ତ୍ରକାରୀ, ଯେଉଁମାନେ ସାମିଲ ଅଛନ୍ତି ଏବଂ ଯିଏ ପ୍ରୋତ୍ସାହନ ଯୋଗାଇଛନ୍ତି, ସମସ୍ତଙ୍କୁ ଚିହ୍ନଟ କରାଯାଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ।

ଦିଲ୍ଲୀ ବିସ୍ଫୋରଣକୁ ଆତଙ୍କୀ କାର୍ଯ୍ୟ ଘୋଷଣା
ଦେଶଦ୍ରୋହୀ ଶକ୍ତିର ଆତଙ୍କୀ କାର୍ଯ୍ୟ କହିଲେ କେନ୍ଦ୍ର ସରକାର
ଲାଲକିଲ୍ଲା ବିସ୍ଫୋରଣକୁ ନେଇ ସୁରକ୍ଷା ସମ୍ପର୍କୀତ କ୍ୟାବିନେଟ୍ ବୈଠକ
ପୀଡ଼ିତଙ୍କୁ ଉଚିତ ନ୍ୟାୟ ଦେବାକୁ ବୈଠକରେ ପାରିତ ହେଲା ସଂକଳ୍ପ
ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବସିଥିଲା କ୍ୟାବିନେଟ୍ ବୈଠକ
ଉପସ୍ଥିତ ଥିଲେ ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
ତଦନ୍ତ ଠିକ୍ ଭାବେ କରି ଶୀଘ୍ର ସାରିବାକୁ କ୍ୟାବିନେଟର ନିର୍ଦ୍ଦେଶ
ଷଡ଼ଯନ୍ତ୍ରକାରୀ ଏବଂ ପ୍ରୋତ୍ସାହନକାରୀ ଚିହ୍ନଟ ହୋଇଥିଲେ କହିଲେ ମନ୍ତ୍ରୀ

Scroll to Top