M

m

ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ ସହ ଆଉ ଏକ ନାଲି ରଙ୍ଗର କାର ଲିଙ୍କ୍। ଘଟଣା ଦିନ ଆଉ କିଛି ସନ୍ଦିଗ୍ଧ ବ୍ୟବହାର କରିଥିବା ଏହି କାରଟି ଘଟଣାସ୍ଥଳରୁ ଫେରାର ମାରିଥିବା ବେଳେ ଏବେ ତାର ପତ୍ତା ମିଳିଛି।

author-image

CAR

CAR Photograph: (OTV)

ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ ସହ ଆଉ ଏକ ନାଲି ରଙ୍ଗର କାର ଲିଙ୍କ୍। ଘଟଣା ଦିନ ଆଉ କିଛି ସନ୍ଦିଗ୍ଧ ବ୍ୟବହାର କରିଥିବା ଏହି କାରଟି ଘଟଣାସ୍ଥଳରୁ ଫେରାର ମାରିଥିବା ବେଳେ ଏବେ ତାର ପତ୍ତା ମିଳିଛି। ଫରିଦାବାଦରୁ ଏହି ନାଲି ରଙ୍ଗର ଇକୋସ୍ପୋର୍ଟ କାରକୁ ଜବତ କରିଛି ଫରିଦାବାଦ ପୋଲିସ।

ଖଣ୍ଡୱାଲି ଗାଁ ପାଖରୁ କାରଟି ମିଳିବା ପରେ ଏନଆଇଏ ଟିମ୍ ଓ କେନ୍ଦ୍ରୀୟ ଫରେନସିକ୍ ଟିମ୍ ପହଞ୍ଚି କାରଟିକୁ ଯା଼ଂଚ କରିଛନ୍ତି। ଏହି କାରର ନମ୍ବର DL 10 CK 0458। ସନ୍ଦିଗ୍ଧ ଆତଙ୍କୀ ଡା. ଉମର ଉନ୍ ନାବି ନାଁରେ ଏହି କାରର ମାଲିକାନା ରହିଛି। ସେ ହିଁ ଦିଲ୍ଲୀ ବ୍ଲାଷ୍ଟର ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଛି।

 i20 କାରଟି ବିସ୍ଫୋରଣରେ ଉଡ଼ିଯିବା ପରେ ଲାଲ ରଙ୍ଗର କାରକୁ ଖୋଜା ଚାଲିଥିଲା। ସେହି କାରର ମଧ୍ୟ ବିସ୍ଫୋରକ ଥିବା ସନ୍ଦେହ କରାଯାଉଥିଲା। ଏଥିପାଇଁ 4 ରାଜ୍ୟର ପୋଲିସକୁ ଆଲର୍ଟ କରାଯାଇଥିଲା।…

ଲାଲକିଲ୍ଲା ବିସ୍ଫୋରଣ ସହ ଆଉ ଏକ ନାଲି ରଙ୍ଗର କାର ଲିଙ୍କ୍
ଘଟଣା ଦିନ ଆଉ କିଛି ସନ୍ଦିଗ୍ଧ ବସିଥିବା ଏହି କାରଟି ଜବତ
ଫରିଦାବାଦରୁ କାରକୁ ଜବତ କଲା ଫରିଦାବାଦ ପୋଲିସ
ଡା. ଉମର ଉନ୍ ନାବି ନାଁରେ ରହିଛି ଇକୋ ସ୍ପୋର୍ଟ୍ସ କାର
କାରକୁ ଯା଼ଂଚ୍ କଲା NIA ଓ ଫୋରେନସିକ୍ ଟିମ୍

Scroll to Top