M

m

ଝାଡ଼ଖଣ୍ଡଣ ଗିରିଢ଼ିହି ଜିଲ୍ଲା ମଧୁବନ ଥାନା ପାରସନାଥ ପାହାଡ଼ରେ ସର୍ଚ୍ଚ ଅପରେସନ ବେଳେ ମାଓ କ୍ୟାମ୍ପ ଠାବ କଲେ ସୁରକ୍ଷାକର୍ମୀ। ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ, ସର୍ଚ୍ଚ ଅପରେସନ ଜାରି।

author-image

MAO-CAMP

MAO-CAMP Photograph: (OTV)

ପୁଣି ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା। ସର୍ଚ୍ଚ ଅପରେସନ ବେଳେ ମାଓ କ୍ୟାମ୍ପ ଠାବ କଲେ ସୁରକ୍ଷାକର୍ମୀ। ଝାଡ଼ଖଣ୍ଡର ଗିରିଢ଼ିହି ଜିଲ୍ଲା ମଧୁବନ ଥାନା ପାରସନାଥ ପାହାଡ଼ରେ ମାଓକ୍ୟାମ୍ପ ଠାବ ହୋଇଛି। ମଧୁବନ ଥାନା ଅଞ୍ଚଳ ସାତକାଟିଆ ଗ୍ରାମ ଓ ଜିରିଓବେରା ଜଙ୍ଗଲ ଅଞ୍ଚଳରେ ନକ୍ସଲମାନେ ପୂର୍ବରୁ ଲୁଚାଇ ରଖିଥିବା ବିପୁଳ ମାଓ ସାମଗ୍ରୀକୁ ମଧ୍ୟ ସୁରକ୍ଷା ବାହିନୀ ଜବତ କରିଛନ୍ତି। 


ଜବତ ସାମଗ୍ରୀ ମଧ୍ୟରେ ୧୭୦ ମିଟର ଫ୍ୟୁଜ୍ ତାର, ୧୬୧ଟି ଇଗ୍ନିଟର ସେଟ୍ , ୩ଟି ୮ ଏମ୍.ଏମର ଅଫୁଟା ଗୁଳି, ନକ୍ସଲ ରବର ଷ୍ଟାମ୍ପ ସହ ନକ୍ସଲ ପତାକା ଓ ଅନେକ ମାଓ ଦସ୍ତାବିଜ୍ ରହିଛି। ଏବେବି ସୁରକ୍ଷାକର୍ମୀ ମାନେ ଜିରିଓବେରା ଜଙ୍ଗଲ ଓ ଏହାର ନିକଟବର୍ତ୍ତୀ ଗ୍ରାମ ଗୁଡିକରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି।

Scroll to Top