M

m

ପାକିସ୍ତାନର ଫିଲ୍ଡ ମାର୍ଶାଲ ଅସୀମ ମୁନିର ଏମିତି ଫମ୍ପା ଶବ୍ଦରେ ଭାରତୀୟ ସେନାକୁ ଧମକାଇବାକୁ ଚେଷ୍ଟା କରିଛନ୍ତି। ପାକିସ୍ତାନୀ ସେନାର ପାସିଂ ଆଉଟ୍ ପରେଡରେ ଅସୀମ ମୁନିର ଡହରାମୀ ମାରି କହିଛନ୍ତି, ତାଙ୍କ ସେନା ପ୍ରତ୍ୟେକ ଯୁଦ୍ଧରେ ନିଜର କ୍ଷମତା ପ୍ରଦର୍ଶନ କରିଛି।

author-image

Munir-Threatens-India

Munir-Threatens-India Photograph: (OTV)

ପାକିସ୍ତାନର ଫିଲ୍ଡ ମାର୍ଶାଲ ଅସୀମ ମୁନିର ଏମିତି ଫମ୍ପା ଶବ୍ଦରେ ଭାରତୀୟ ସେନାକୁ ଧମକାଇବାକୁ ଚେଷ୍ଟା କରିଛନ୍ତି। ପାକିସ୍ତାନୀ ସେନାର ପାସିଂ ଆଉଟ୍ ପରେଡରେ ଅସୀମ ମୁନିର ଡହରାମୀ ମାରି କହିଛନ୍ତି, ତାଙ୍କ ସେନା ପ୍ରତ୍ୟେକ ଯୁଦ୍ଧରେ ନିଜର କ୍ଷମତା ପ୍ରଦର୍ଶନ କରିଛି। ଯଦି ଭବିଷ୍ୟତରେ କେହି ଶତ୍ରୁ ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରେ, ତେବେ ତାକୁ କଳ୍ପନାଠାରୁ ଅଧିକ ଉଚିତ ଜବାବ ଦିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି।

ମୁନିର ସିଧାସଳଖ ଭାରତର ନା ନେଇ କହିଛନ୍ତି, ତାଙ୍କର ଅସ୍ତ୍ରଶସ୍ତ୍ର କୁଆଡେ ଭାରତର ମାନଚିତ୍ରକୁ ବଦଳାଇ ଦେବ। ଏହି ଆକ୍ରମଣ ଏତେ ବିନାଶକାରୀ ହେବ ଯେ ଭାରତ ଏହାକୁ କେବେ ଭୁଲିପାରିବ ନାହିଁ। ମୁନିର୍ ପୁଣି କହିଛନ୍ତି, ମୁଁ ଭାରତୀୟ ସେନାକୁ ପରାମର୍ଶ ଏବଂ ଚେତାବନୀ ଦେଉଛି ଯେ ପରମାଣୁ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଯୁଦ୍ଧର କୌଣସି ସ୍ଥାନ ନାହିଁ।

ପାକିସ୍ତାନ ସହିତ ପ୍ରମୁଖ ସମସ୍ୟାଗୁଡ଼ିକର ସମାଧାନ ଅନ୍ତର୍ଜାତୀୟ ନିୟମ ଅନୁଯାୟୀ ଆଲୋଚନା ମାଧ୍ୟମରେ କରାଯିବା ଉଚିତ। ଆଲୋଚନା ସମାନତା ଏବଂ ସମ୍ମାନ ଉପରେ କରାଯିବା ଉଚିତ। 

ସେ ଭାରତକୁ କଡା ଭାଷାରେ କହିଛନ୍ତି, ତୁମର ଉନ୍ମାଦପୂର୍ଣ୍ଣ ଭାଷଣରେ ଆମେ ଭୟଭୀତ ହେବୁ ନାହିଁ ଏବଂ ଛୋଟରୁ ଛୋଟ ଉତ୍ତେଜନାର ମଧ୍ୟ କଡ଼ା ଜବାବ ଦେବୁ। ଏତିକି କହି, ମୁନିର ଧଇଁ ସଇଁ ହୋଇଯାଇଛନ୍ତି ଆଉ ଶ୍ୱାସ ନେଇ ପୁଣି କହିଛନ୍ତି, ସମଗ୍ର ଅଞ୍ଚଳର ଶାନ୍ତି ଏବେ ଭାରତର ହାତରେ ଅଛି।

ଏକ ରିପୋର୍ଟରେ କୁହାଯାଇଛି ଯେ, ଦେଶର ବୈଚାରିକ ସୀମାର ରକ୍ଷକ ଥିବା ପାକିସ୍ତାନୀ ସେନା ଏବେ ସେହି ସମାନ ମୌଳବାଦୀ ଇସଲାମିକ ଗୋଷ୍ଠୀମାନଙ୍କ ସହିତ ଲଢ଼ୁଛି, ଯେଉଁମାନେ ସେମାନଙ୍କୁ ପ୍ରୋତ୍ସାହିତ କରି “ଭସ୍ମାସୁର” ହେବାରେ ସାହାଯ୍ୟ କରିଥିଲେ।

ରିପୋର୍ଟରେ କୁହାଯାଇଛି, ପାକିସ୍ତାନର ରଣନୀତିରେ ଆଭ୍ୟନ୍ତରୀଣ ବିରୋଧାଭାସ ସ୍ପଷ୍ଟ ଦେଖାଯାଉଛି। ଯେଉଁଠାରେ ସେନାର ଜେନେରାଲ ପଶ୍ଚିମକୁ ସଂଯମତା ନେଇ ଉପଦେଶ ଦେଉଛନ୍ତି ଏବଂ ଆତଙ୍କବାଦକୁ ଦମନ କରିବାକୁ ପ୍ରତିଶ୍ରୁତି ଦେଉଛନ୍ତି, ସେଇଠି ସେମାନେ ଦେଶରେ ଗଣତାନ୍ତ୍ରିକ ବିରୋଧୀଙ୍କୁ ଦମନ କରିବା ପାଇଁ ଧାର୍ମିକ ଜାତୀୟତାବାଦକୁ ବ୍ୟବହାର କରୁଛନ୍ତି।

Scroll to Top