ମିଠାର ଦାମ କେତେ ହେଇଥାଏ ? କିଲେ ମିଠାର ଦାମ କେତେ? ଶହେ, ପାଞ୍ଚ ଶହ, ହଜାରେ…କିନ୍ତୁ ଭାବିକି ଦେଖିଲେ? ମିଠା ଯଦି କିଲୋ ଲକ୍ଷେ ଟଙ୍କା ହେବ! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ବିଲକୁଲ୍ ସତ।
/odishatv-khabar/media/media_files/2025/10/18/most-expensive-sweet-2025-10-18-16-31-16.jpg)
most expensive sweet Photograph: (OTV)
ମିଠାର ଦାମ କେତେ ହେଇଥାଏ ? କିଲେ ମିଠାର ଦାମ କେତେ? ଶହେ, ପାଞ୍ଚ ଶହ, ହଜାରେ…କିନ୍ତୁ ଭାବିକି ଦେଖିଲେ? ମିଠା ଯଦି କିଲୋ ଲକ୍ଷେ ଟଙ୍କା ହେବ! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ବିଲକୁଲ୍ ସତ। ରାଜସ୍ଥାନ ଜୟପୁରରେ ‘ସ୍ବାମୀ ପ୍ରସାଦମ୍’ ନାଁରେ ମିଠା ବିକ୍ରି ହେଉଛି। ଯାହାର କିଲୋ ପିଛା ଦର ୧ ଲକ୍ଷ ୧୧ ହଜାର ଟଙ୍କା ରହିଛି। ଏହି ମିଠାକୁ ସ୍ବର୍ଣ୍ଣ ଭସ୍ମରେ ଏବଂ 24 carat edible goldରେ ପ୍ରସ୍ତୁତ କରାଯାଇଛି। ଧନତେରାସ ଅବସରରେ ଏଇ ମିଠାକୁ ମାର୍କେଟକୁ ଅଣାଯାଇଛି।
ଏହି ବିଶେଷ ମିଠା ଜୟପୁରରେ ଅଞ୍ଜଲୀ ଜୈନଙ୍କ ଆଉଟଲେଟରେ ପ୍ରସ୍ତୁତ କରାଯାଇଛି। ଏକ ରିପୋର୍ଟରେ କୁହାଯାଇଛି ଏହି ମିଠା କେବଳ ସ୍ୱାଦ ପାଇଁ ନୁହେଁ, ବରଂ ସ୍ୱାସ୍ଥ୍ୟ ଏବଂ ଲକଜୁରୀର ଖାସ ଅନୁଭବ ଦେବା ପାଇଁ ପ୍ରସ୍ତୁତ କରାଯାଇଛି ।
ଏହି ମିଠା ପ୍ରତି କିଲୋଗ୍ରାମ ପିଛା ୧.୧୧ ଲକ୍ଷ ଟଙ୍କାରେ ବିକ୍ରି ହେଉଛି ଏବଂ ଏହାର ଏକ ପିସର ମୂଲ୍ୟ ପ୍ରାୟ ୩,୦୦୦ ଟଙ୍କା। ଏଥିରେ ବିଶେଷ ଭାବେ ପାଇନ ନଟ୍ସ , ପ୍ରିମିୟମ କେସର ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ଶୁଦ୍ଧ ସ୍ୱର୍ଣ୍ଣ ଭସ୍ମ (Pure Gold Ash) ବ୍ୟବହାର କରାଯାଇଛି।
ଅଞ୍ଜଲୀ ଜୈନଙ୍କ ମତରେ, ଆୟୁର୍ବେଦରେ ସ୍ୱର୍ଣ୍ଣ ଭସ୍ମକୁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିକାରୀ (Immunity Booster) ମାନାଯାଏ, ତେଣୁ ଏହି ମିଠା ସ୍ୱାଦ ସହିତ ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନିଏ। ମିଠା ଉପରେ ଥିବା ସୁନେଲି ଗ୍ଲେଜିଂ ଏହାକୁ ଏକ ଚମତ୍କାର ଏବଂ ଆଭୂଷଣ ପରି ଲୁକ୍ ପ୍ରଦାନ କରେ। ଏହାକୁ ସାଧାରଣ ବକ୍ସରେ ନୁହେଁ, ବରଂ ଏକ ଆଭୂଷଣ ବକ୍ସ ପରି ପ୍ୟାକେଜରେ ଗ୍ରାହକଙ୍କୁ ଦିଆଯାଉଛି ।
#କିଏ_ଖାଇବ_ଲକ୍ଷେ_ଟଙ୍କିଆ_ମିଠା?
ଇଏ ହେଉଛି ବିଶ୍ବର ସବୁଠୁ ଦାମୀ ମିଠା। ସୁନା ଏବଂ ରୂପା ପାଉଁଶରୁ ପ୍ରସ୍ତୁତ ଏହି ମିଠାର ନାଁ ହେଉଛି ‘ସ୍ବର୍ଣ୍ଣ ଭସ୍ମ ପାକ୍’।
#GoldSweet_Rajasthan#ExpensiveMithai_India#OTVpic.twitter.com/avV87xKEUU— ଓଟିଭି (@otvkhabar) October 18, 2025
ସ୍ୱର୍ଣ୍ଣ ପ୍ରସାଦମ’ ବ୍ୟତୀତ ଏହି ଆଉଟଲେଟରେ ଅନେକ ଦାମୀ ମିଠା ଉପଲବ୍ଧ ହେଉଛି । ଯାହା ଗ୍ରାହକମାନଙ୍କୁ ଆକର୍ଷିତ କରୁଛି।
୧. ସ୍ୱର୍ଣ୍ଣ ଭସ୍ମ ଭାରତ: ଏହି ମିଠାର ଏକ ପିସର ମୂଲ୍ୟ ପ୍ରାୟ ୧,୯୫୦ ଟଙ୍କା। ଅର୍ଥାତ୍ ଏହି ମିଠା ପ୍ରତି କିଲୋଗ୍ରାମ ପିଛା ୮୫,୦୦୦ ଟଙ୍କାରେ ବିକ୍ରି ହେଉଛି। ଏହା ତିଆରିରେ ମୁଖ୍ୟତଃ ସ୍ୱର୍ଣ୍ଣ ଭସ୍ମ ଏବଂ ବିଦେଶୀ ଡ୍ରାଇଫ୍ରୁଟ୍ସର ବ୍ୟବହାର କରାଯାଇଛି।
୨. ଚାନ୍ଦୀ ଭସ୍ମ ଭାରତ: ଏହି ମିଠାର ଏକ ପିସର ମୂଲ୍ୟ ପ୍ରାୟ ୧,୧୫୦ ଟଙ୍କା। ଅର୍ଥାତ୍ ଏହି ମିଠା ପ୍ରତି କିଲୋଗ୍ରାମ ପିଛା ୫୮,୦୦୦ ଟଙ୍କାରେ ବିକ୍ରି ହେଉଛି। ଏହା ତିଆରିରେ ମୁଖ୍ୟତଃ ଚାନ୍ଦୀ ଭସ୍ମ, ପ୍ରିମିୟମ ନଟ୍ସର ବ୍ୟବହାର କରାଯାଇଛି।
ମିଠାରେ ସ୍ୱାସ୍ଥ୍ୟ ଏବଂ ଲକଜୁରୀର ଫ୍ୟୁଜନ
ଏହି ମହଙ୍ଗା ମିଠା ଗୁଡ଼ିକରେ ବାଦାମ, ପିସ୍ତା, କାଜୁ, ଅଞ୍ଜୀର ସହିତ ବ୍ଲୁବେରୀ, ହ୍ୱାଇଟ ଚକୋଲେଟ ଏବଂ ସଲ୍ଟେଡ ବଟର କ୍ୟାରାମେଲ ପରି ବିଦେଶୀ ଏବଂ ପ୍ରିମିୟମ ଉପାଦାନର ବ୍ୟବହାର କରାଯାଇଛି। ଦୀପାବଳୀର ମିଠା ବଜାର ଏବେ କେବଳ ପରମ୍ପରା ସୀମିତ ନାହିଁ, ବରଂ ସ୍ୱାସ୍ଥ୍ୟ (Health) ଏବଂ ବିଳାସ (Luxury) ର ଏକ ନୂତନ ମିଶ୍ରଣର ଅନୁଭବ ଦେଉଛି ।




